Videos
|
Entertainment

ବଲିଉଡରେ ଖୁସି ଖବର: କନ୍ୟା ସନ୍ତାନକୁ ଜନ୍ମ ଦେଲେ କିଆରା

Ritu Das
Browse all articles by Ritu Das
·1 year ago·2 min read
ବଲିଉଡରେ ଖୁସି ଖବର: କନ୍ୟା ସନ୍ତାନକୁ ଜନ୍ମ ଦେଲେ କିଆରା

Key Points

ବଲିଉଡରେ ଖୁସି ଖବର

କନ୍ୟା ସନ୍ତାନକୁ ଜନ୍ମ ଦେଲେ କିଆରା

ଘରକୁ ଲକ୍ଷ୍ମୀ ଆସିଥିବାରୁ ପାପା ସିଦ୍ଧାର୍ଥ ବହୁତ ଖୁସି

ବଧାଇ ହୋ, ବଧାଇ... ବଲିଉଡର ଲୋକପ୍ରିୟ ଯୋଡ଼ି କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ମାତାପିତା ହୋଇଛନ୍ତି। ସିଦ୍ଧାର୍ଥ ମଲହୋତ୍ରା ଏଥିପାଇଁ ବହୁତ ଖୁସି। ସେ ତାଙ୍କ ଘରକୁ ନହ୍ନି ପରୀକୁ ସ୍ବାଗତ କରିଛନ୍ତି। ଏହି ଖୁସି ଖବର ମଙ୍ଗଳବାର, ୧୫ ଜୁଲାଇ ୨୦୨୫ରେ ମୁମ୍ବାଇର ରିଲାଏନ୍ସ ହସ୍ପିଟାଲରୁ ସାମ୍ନାକୁ ଆସିଛି, ଯେଉଁଠାରେ କିଆରା ନର୍ମଲ ଡେଲିଭରିରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରିପୋର୍ଟ ଅନୁସାରେ, ମା’ ଏବଂ ଶିଶୁ ଉଭୟ ସୁସ୍ଥ ଅଛନ୍ତି। ଏହି ଦମ୍ପତି ୨୦୨୩ ମସିହା ଫେବୃଆରୀ ୭ରେ ରାଜସ୍ଥାନର ଜୟସଲମେରସ୍ଥିତ ସୂର୍ଯ୍ୟଗଡ଼ ପ୍ୟାଲେସରେ ଧୁମଧାମରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି ଯୋଡ଼ି ଚଳିତ ବର୍ଷ ଫେବୃଆରୀ ୨୮ରେ ଏକ ହୃଦୟସ୍ପର୍ଶୀ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ସେମାନଙ୍କର ଗର୍ଭଧାରଣର ଖବର ଘୋଷଣା କରିଥିଲେ। ପୋଷ୍ଟରେ ସେମାନେ ଏକ ଜୋଡ଼ା ଶିଶୁ ଜୋତା ଧରି ଥିବା ଫଟୋ ସେୟାର କରି ଲେଖିଥିଲେ, “ଆମ ଜୀବନର ସବୁଠାରୁ ବଡ଼ ଉପହାର… ଶୀଘ୍ର ଆସୁଛି।”


ଏହି ଘୋଷଣା ପରେ କିଆରା ୨୦୨୫ ମେଟ ଗାଲାରେ ତାଙ୍କ ବେବି ବମ୍ପ ସହିତ ନଜର ଆସିଥିଲେ, ଯାହା ଚର୍ଚ୍ଚାର ବିଷୟ ହୋଇଥିଲା। ଓ୍ବାର୍କ ଫ୍ରଣ୍ଟ କଥା କହିଲେ, କିଆରା ଏବଂ ସିଦ୍ଧାର୍ଥ ଉଭୟେ ନିଜ ନିଜ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। କିଆରା ୟଶରାଜ ଫିଲ୍ମସର ‘ୱାର ୨’ରେ ହ୍ରିତିକ ରୋଶନ ଏବଂ ଜୁନିୟର ଏନଟିଆରଙ୍କ ସହ ଅଭିନୟ କରିଛନ୍ତି। ଯାହା ଅକ୍ଟୋବର ୨୦୨୫ରେ ମୁକ୍ତିଲାଭ କରିବ। ଅନ୍ୟପକ୍ଷରେ, ସିଦ୍ଧାର୍ଥ ଜାହ୍ନବୀ କପୁରଙ୍କ ସହ ‘ପରମ ସୁନ୍ଦରୀ’ରେ ଅଭିନୟ କରୁଛନ୍ତି। ଯାହା ୨୫ ଜୁଲାଇ ୨୦୨୫ରେ ରିଲିଜ ହେବ। ସେ ଏହା ସହିତ ‘ବନ’ ଏବଂ ‘ରେସ ୪’ରେ ମଧ୍ୟ କାମ କରୁଛନ୍ତି। ସିଡ-କିଆରାଙ୍କ ଖୁସିରେ ଫ୍ୟାନ୍ସ ମାନେ ବହୁତ ଖୁସି ଅଛନ୍ତି। ଉଭୟ କପଲଙ୍କୁ ଫ୍ୟାନ୍ସମାନେ ଢେରସାରା ଶୁଭେଚ୍ଛା ଜଣାଇଛନ୍ତି। ସିଡଙ୍କ ଝିଅର ପ୍ରଥମ ଝଲକ ଦେଖିବାକୁ ପୁରା ଏକ୍ସାଇଟେଡ ଅଛନ୍ତି। ଦେଖାଯାଉ ସିଡ-କିଆରା କେବେ ତାଙ୍କ ଝିଅର ମୁହଁ ଦେଖାଉଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
good-news-in-bollywood-kiara-gives-birth-to-a-baby-girl | Argus News