Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood Affair / ଗୋବିନ୍ଦାଙ୍କ ଆଫେୟାର୍ସକୁ ନେଇ ମୁହଁ ଖୋଲିଲେ ସୁନୀତା...କହିଲେ ମୁଁ ନେପାଳର ଝିଅ କିଛି ବି କରିପାରେ...

Ritu Das
Browse all articles by Ritu Das
·5 months ago·2 min read
ଗୋବିନ୍ଦାଙ୍କ ଆଫେୟାର୍ସକୁ ନେଇ ମୁହଁ ଖୋଲିଲେ ସୁନୀତା...କହିଲେ ମୁଁ ନେପାଳର ଝିଅ କିଛି ବି କରିପାରେ...
india

Key Points

ବଲିଉଡର ହିରୋନଂ ୧ଙ୍କ ଘର କଳି ଏବେ ପଦାରେ
ସୁନୀତା କହିଲେ ମୁଁ କେବେ ଗୋବିନ୍ଦାଙ୍କୁ କ୍ଷମା କରିବିନି
ବଲିଉଡର ହିରୋ ନମ୍ବର 1 ମାନେ ଗୋବିନ୍ଦା ଏବଂ ସୁନୀତା ଆହୂଜା ନିଜ ମ୍ୟାରେଜ ଲାଇଫକୁ ନେଇ ଗତ କିଛି ମାସ ହେଲା ଚର୍ଚ୍ଚାରେ ଅଛନ୍ତି। ସୁନୀତା ସବୁବେଳେ ନିଜ ସ୍ବାମୀ ଏବଂ ତାଙ୍କ ରିଲେଶନସିପକୁ ନେଇ ସମସ୍ତଙ୍କର ସାମ୍ନାରେ ଖୋଲାଖୋଲି କହୁଛନ୍ତି। ସତରେ ବଡ଼ ଘର ବଡ଼ ଗୁମର କଥା। ସୁନୀତା ଏମିତି ଅନେକଥର ଗୋବିନ୍ଦାଙ୍କ ଆଫେୟାର୍ସକୁ ନେଇ କେତେ କଣ କହିଛନ୍ତି। ସତରେ କଣ ଜଣେ ନାରୀ ଏତେ ଏକୁଟିଆ। ଏସବୁକୁ ନେଇ ସୁନୀତା ନୀରବତା ଭାଙ୍ଗିଛନ୍ତି। ଆଉ ଏମିତି କିଛି କହିଛନ୍ତି ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଚାଲନ୍ତୁ ଜାଣିବା ସୁନୀତା କଣ କହିଛନ୍ତି?

ଗୋବିନ୍ଦାଙ୍କ ଆଫେୟାର୍ସକୁ ନେଇ ଏମିତି କହିଲେ


ଏକ ପଡକାଷ୍ଟରେ ଆଲୋଚନା କରିବାବେଳେ ସୁନୀତା ଗୋବିନ୍ଦାଙ୍କ ଆଫେୟାର୍ସକୁ ନେଇ ମୁହଁ ଖୋଲିଛନ୍ତି। ମୋ ପୁଅ ୟଶର କ୍ୟାରିୟର କରିବା ପାଇଁ ମଧ୍ୟ ମୋ ସ୍ବାମୀଙ୍କର କୌଣସି ଅବଦାନ ନାହିଁ। ସେ କେବେ ଚେଷ୍ଟା କରି ନାହାନ୍ତି। ସେ ଜଣେ ପିତା ହେବାର କୌଣସି ଦାୟିତ୍ବ ଠିକ ଭାବେ ତୁଲାଇନାହାନ୍ତି। ତେବେ ଏବେ କେବଳ ପଡକାଷ୍ଟର ଏକ ପ୍ରୋମୋ ଭାଇରାଲ ହେଉଛି। ଯାହା ସୋସିଆଲ ମିଡିଆରେ ହଲଚଲ କରିଛି।
ସୁନୀତା ଆହୁରି ମଧ୍ୟ କହିଛନ୍ତି ମୁଁ ମୋ ସ୍ବାମୀଙ୍କୁ କେବେ କ୍ଷମା କରିବି ନାହିଁ। ମୁଁ ନେପାଳରୁ ଆସିଛି। ଯଦି ମୁଁ ଖୁକ୍ରୀ ଅର୍ଥାତ୍ ଛୁରା ବାହାର କରେ, ତେବେ ଏହା ବଡ ଅଘଟଣ ହେବ, ତେଣୁ ମୁଁ ଏବେ ବି ତୁମକୁ ସତର୍କ ରହିବାକୁ କହୁଛି। ଏହା ବ୍ୟତୀତ, ସୁନିତା ଗୋବିନ୍ଦାଙ୍କ ବିଷୟରେ କହିଥିଲେ, "ଏପରି ଅନେକ ଝିଅ ଆସନ୍ତି, ହେଲେ ତୁମେ ତ ମୂର୍ଖ ନୁହଁ, ତୁମର ବୟସ ୬୩ ବର୍ଷ। ତୁମକୁ ଟିନାର ବିବାହ କରିବାର ଅଛି, ସେପଟେ ପୁଅର କ୍ୟାରିଅର ଅଛି।

ଏହାସହ ପଢ଼ନ୍ତୁ: ଅଲଗା ହେଲେ ପଞ୍ଜାବୀ ଚଳଚ୍ଚିତ୍ର ଅଭିନେତ୍ରୀ ମ୍ୟାଣ୍ଡି ଠକ୍କର-ଶେଖର କୌଶଳ

ସୁନୀତାଙ୍କ ଏହି ସାକ୍ଷାତକାର ପୁଣି ଥରେ ତାଙ୍କ ସମ୍ପର୍କରେ ହଇଚଇ ସୃଷ୍ଟି କରିଛି। ଗୋବିନ୍ଦାଙ୍କ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ ବିଷୟରେ ଆଲୋଚନା ପୁଣି ଥରେ ଆଲୋଚନା ପାଲଟିଛି। ଉଲ୍ଲେଖନୀୟ ଯେ କିଛି ମାସ ପୂର୍ବରୁ, ଏକ ଗଣମାଧ୍ୟମ ସଂସ୍ଥା ସହିତ କଥାବାର୍ତ୍ତା ସମୟରେ ସୁନୀତା ଆହୁଜା ପ୍ରକାଶ କରିଥିଲେ ଯେ ଗୋବିନ୍ଦାଙ୍କ ଏକ ଝିଅ ସହିତ ସମ୍ପର୍କ ଥିଲା। ସେ ଏହା ମଧ୍ୟ କହିଥିଲେ ଯେ ସେହି ଝିଅଟି ଅଭିନେତ୍ରୀ ନୁହେଁ, ସେ କେବଳ ତାଙ୍କ ଟଙ୍କା ପାଇଁ ଗୋବିନ୍ଦାଙ୍କ ସହିତ ଅଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sunita Ahuja Breaks Silence on Govinda Affairs, Nepal Remark Goes Viral | Argus News