Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ନିଜ ଗୁଳିରେ ଆହତ ହେଲେ ଗୋବିନ୍ଦା

Smruti Parija
Browse all articles by Smruti Parija
·1 year ago·1 min read
ନିଜ ଗୁଳିରେ ଆହତ ହେଲେ ଗୋବିନ୍ଦା

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି । ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଛି । ମଙ୍ଗଳବାର ସକାଳୁ ନିଜ ବନ୍ଧୁକ ସଫା କରୁଥିଲେ । ହଠାତ୍ ଗୁଳି ଫୁଟି ତାଙ୍କ ଗୋଡରେ ବାଜିଛି । ତେବେ ଆହତ ଗୋବିନ୍ଦାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ତେବେ ଖବର ଅନୁଯାୟୀ, ଗୋବିନ୍ଦା ଘରେ ଏକୁଟିଆ ଥିଲେ । ଏବଂ କୌଣସି ସ୍ଥାନକୁ ଯିବା ପାଇଁ ବାହାରିବା ସମୟରେ ରିଭରବଲ୍ ସଫା କରୁଥିଲେ । ହଠାତ୍ ଗୁଳି ଫୁଟିଥିଲା । ତେବେ ତାଙ୍କ ଆଖ ପାଖରେ ରହୁଥିବା ବନ୍ଧୁବାନ୍ଧବଙ୍କୁ ଫୋନ କରିବା ପରେ ସେମାନେ ଆସି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ସୂଚନା ରହିଛି । ତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ ଏନେି କୌଣସି ସୂଚନା ମିଳିପାରିନାହିଁ । ହେଲେ ଏହି ଖବର ଜାଣିବା ପରେ ଗୋବିନ୍ଦାଙ୍କ ଫ୍ୟାନ୍ସ ବେଶ ଚିନ୍ତିତ ହୋଇପଡିଛନ୍ତି । 

ଆହୁରି ପଢନ୍ତୁ ଭାରତ ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
govinda-injured-due-to-accidental-firing-accident-occurred-while-cleaning-revolver | Argus News