Videos
|
Entertainment

ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଏକାଠି ଗଣପତିଙ୍କ ପୂଜା କଲେ ଗୋବିନ୍ଦା-ସୁନୀତା

Ritu Das
Browse all articles by Ritu Das
·11 months ago·1 min read
ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଏକାଠି ଗଣପତିଙ୍କ ପୂଜା କଲେ ଗୋବିନ୍ଦା-ସୁନୀତା

Key Points

ଗୋବିନ୍ଦା ଜଣେ ବଲିଉଡ ସୁପରଷ୍ଟାର। ସେ ୯୦ଦଶକରେ ବଲିଉଡରେ ରାଜ କରିଥିଲେ ଏବଂ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଥିଲେ। ହେଲେ ଏହି ଅଭିନେତା ଅନେକ ବର୍ଷ ହେଲାଣି ଫିଲ୍ମ ପରଦାରୁ ଦୂରରେ ରହିଛନ୍ତି।

ଗୋବିନ୍ଦା ଜଣେ ବଲିଉଡ ସୁପରଷ୍ଟାର। ସେ ୯୦ଦଶକରେ ବଲିଉଡରେ ରାଜ କରିଥିଲେ ଏବଂ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଥିଲେ। ହେଲେ ଏହି ଅଭିନେତା ଅନେକ ବର୍ଷ ହେଲାଣି ଫିଲ୍ମ ପରଦାରୁ ଦୂରରେ ରହିଛନ୍ତି। କିନ୍ତୁ ତାଙ୍କ ପତ୍ନୀ ସୁନୀତା ଆହୁଜା ଏବେ ଲାଇମଲାଇଟ‌ରେ। ତାଙ୍କର ବୟାନ ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ତାଙ୍କ ପ୍ରତିକ୍ରିୟା ଏବେ ତାଙ୍କୁ ଚର୍ଚ୍ଚାକୁ ଆଣିଛି। ଗତ କିଛି ମାସ ହେବ ଗୋବିନ୍ଦା ଓ ସୁନୀତାଙ୍କ ଛାଡ଼ପତ୍ର ‌ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏହି ଚର୍ଚ୍ଚା ବଢ଼ିଛି। କିଛି ଦିନ ତଳେ ଫେରିଆସ ବୋଲି ନିବେଦନ କରିଥିଲେ ସୁନୀତା। ଏମଧ୍ୟରେ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବିବାହ ବିଚ୍ଛେଦ ଖବର ମଧ୍ୟରେ ଦୁହିଁଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଫଟୋରେ ଦୁହେଁ ଗଣେଶ ପୂଜା ପାଳନ କରୁଥିବା ଦେଖାଯାଇଛି।


ଗଣେଶ ଚତୁର୍ଥୀର ପବିତ୍ର ଅବସରରେ ବଲିଉଡ ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜାଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିଛି। ଛାଡପତ୍ର ଖବର ମଧ୍ୟରେ, ଏହି ଦମ୍ପତି ଗଣପତି ବାପ୍ପାଙ୍କୁ ଏକାଠି ସ୍ୱାଗତ କରିଥିଲେ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ମିଠା ମଧ୍ୟ ବଣ୍ଟନ କରିଥିଲେ। କେବଳ ଏତିକି ନୁହେଁ, ଉଭୟ ଏକାଠି ଫଟୋ ଉଠାଇବାକୁ ପୋଜ୍ ଦେଇଥିବା ଦେଖାଯାଇଥିଲା। କିଛି ଦିନ ତଳେ ଖବର ଆସିଥିଲା ​​ଯେ, ସୁନୀତା ଆହୁଜା ଗୋବିନ୍ଦାଙ୍କ ଉପରେ ଧୋକା ଦେଇଥିବା ଅଭିଯୋଗ ଆଣି ଛାଡପତ୍ର ପାଇଁ ଆବେଦନ କରିଛନ୍ତି। କିନ୍ତୁ ଏବେ ଗଣେଶ ଚତୁର୍ଥୀ ଅବସରରେ ସୁନୀତା ଏବଂ ଗୋବିନ୍ଦାଙ୍କୁ ଏକାଠି ଦେଖିବାକୁ ମିଳିବା ପରେ ଏହି ଖବର ମିଛ ବୋଲି ପ୍ରମାଣିତ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Govinda and Sunita Perform Ganpati Puja Together Amid Divorce Rumours | Argus News