୩୭ ବର୍ଷ ପରେ ପୁଣି ବିବାହ କଲେ ଗୋବିନ୍ଦା

ଅର୍ଗସ ବ୍ୟୁରୋ: ନିଜର ଚମତ୍କାର ନାଚ ଓ କମେଡି ଦ୍ଵାରା ସମସ୍ତ ଲେକଙ୍କ ହୃହୟକୁ ଜିତିଥାନ୍ତି ଗୋବିନ୍ଦା । ହୁଏତ କିଛି ଦିନ ହେଵ ସେ ସିଲଭର୍ ସ୍କ୍ରିନରୁ ଦୂରରେ ଥାଇପାରନ୍ତି । ହେଲେ ଯେତେଵେଳେ ଟିଭି ପରଦାରେ ଦେଖାଯାଆନ୍ତି ସେତେଵେଳେ ତାଙ୍କର ଫ୍ୟନ୍ସ ମାନେ ଅନେକ ଭଲପାଇଵା ଦେଇଥାନ୍ତି । ଲୋକମାନେ ତାଙ୍କ ଚଳଚ୍ଚିତ୍ର ଦେଖିବାକୁ ଖୁଵ୍ ପସନ୍ଦ କରନ୍ତି । ବର୍ତ୍ତମାନ ଏପରି କିଛି ହୋଇଛି ଯାହା ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି ।
ଗୋବିନ୍ଦା ତାଙ୍କ ପତ୍ନୀ ସୁନୀତାଙ୍କ ସହ ଡ୍ୟାନ୍ସ ଦିୱାନେ ସେଟରେ ଅତିଥି ଭାବରେ ପହଞ୍ଚିଥିଲେ । ଡ୍ୟାନ୍ସ ରିଅଲିଟି ସୋ ର ଏକ ଏପିସୋଡର ଯୋଗ ଦେଇଥିଲେ । ଏହି ସମୟରେ ସେ ପୁନର୍ବାର ବିବାହ କରିଥିଲେ ଆଉ କାହାକୁ ନୁହେଁ ଵରଂ ନିଜର ପତ୍ନୀ ସୁନୀତାଙ୍କୁ । ସୁନୀଲ ସେଠି ଏବଂ ମାଧୁରୀ ଫୁଲମାଳ ଦେଇ ଗୋବିନ୍ଦା ଏବଂ ସୁନୀତା ପରସ୍ପରଙ୍କର ବିବାହ କରାଇଛନ୍ତି । ଡ୍ୟାନ୍ସ ଦେୱାନ ସୋ ରେ ଗୋବିନ୍ଦା ଏବଂ ସୁନୀତା ଯୋଡି ନଜର ଆସିଥିଲେ । ଗୋବିନ୍ଦା ଗୋଲାପୀ ରଙ୍ଗର କୁର୍ତ୍ତା ପିନ୍ଧିଥିବାବେଳେ ସୁନୀତା ଭାରୀ ଗୋଲାପୀ ରଙ୍ଗର ଲେହେଙ୍ଗାରେ ଦେଖିବାକୁ ମିଳିଥିଲା ।
ଗୋବିନ୍ଦା ଏହା ମଧ୍ୟ କହିଥିଲେ ଯେ ସେ ତାଙ୍କ ମାମୁଁଙ୍କ ବିବାହରେ ପ୍ରଥମ ଥର ପାଇଁ ସୁନୀତାଙ୍କୁ ଭେଟିଥିଲେ । ଗୋବିନ୍ଦାଙ୍କ ମାମୁଁ ଏବଂ ସୁନୀତାଙ୍କ ଭଉଣୀ ବିବାହ କରିଥିଲେ। ଏଠାରୁ ହିଁ ଦୁହିଁଙ୍କର ଭଲପାଇଵା ହୋଇଥିଲା ଏବଂ ପରେ ବିବାହ କରିଥିଲେ ।