Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood Update / ଗୋବିନ୍ଦାଙ୍କ ବିବାଦକୁ ନେଇ ସବୁ ସତ କହିଦେଲେ ପତ୍ନୀ ସୁନୀତା

Rashmita Mishra
Browse all articles by Rashmita Mishra
·8 months ago·2 min read
ଗୋବିନ୍ଦାଙ୍କ ବିବାଦକୁ ନେଇ ସବୁ ସତ କହିଦେଲେ ପତ୍ନୀ ସୁନୀତା

Key Points

ଗୋବିନ୍ଦାଙ୍କ ପ୍ରେମ ସମ୍ପର୍କକୁ ନେଇ କିଛି ଦିନ ହେଲା ଗୁଜବ ଚାଲିଛି । 
ପତ୍ନୀ ସୁନୀତା ଆହୁଜା ଏବେ ଖୋଲାଖୋଲି ଭାବରେ ଏହି ବିଷୟରେ ନିଜର ମତାମତ ପ୍ରକାଶ କରିଛନ୍ତି ।

ବଲିଉଡ ଅଭିନେତା ଗୋବିନ୍ଦାଙ୍କ ପ୍ରେମ ସମ୍ପର୍କକୁ ନେଇ କିଛି ଦିନ ହେଲା ଗୁଜବ ଚାଲିଛି । ତାଙ୍କ ପତ୍ନୀ ସୁନୀତା ଆହୁଜା ଏବେ ଖୋଲାଖୋଲି ଭାବରେ ଏହି ବିଷୟରେ ନିଜର ମତାମତ ପ୍ରକାଶ କରିଛନ୍ତି । ଗୋବିନ୍ଦା ଏବଂ ସୁନୀତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଗୁଜବ ବହୁ ଦିନ ଧରି ଗଣମାଧ୍ୟମରେ ପ୍ରଚାର ପ୍ରସାର ଚାଲିଛି । କିନ୍ତୁ ଏବେ ସୁନୀତା ଏହି ଗୁଜବଗୁଡ଼ିକର ସିଧାସଳଖ ଜବାବ ଦେଇଛନ୍ତି ।

ସେ କହିଛନ୍ତି, ଏପରି କଥାକୁ ନିଜ ଆଖିରେ ନ ଦେଖିବା ପର୍ଯ୍ୟନ୍ତ ବିଶ୍ୱାସ କରନ୍ତି ନାହିଁ । ମୁଁ ଏହିପରି ଖବର ଉପରେ ବିଶ୍ୱାସ କରେ ନାହିଁ, ମୁଁ ନିଜେ ଯାହା ଠିକ୍ ଦେଖିବାକୁ ଚାହୁଁଛି। ଏକ ପଡକାଷ୍ଟ ସାକ୍ଷାତକାରରେ ସୁନୀତା ପ୍ରକାଶ କରିଥିଲେ, ସେ ବାରମ୍ବାର ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରମାଣ ବିନା କୌଣସି କଥା ଉପରେ ବିଶ୍ୱାସ କରିବା ଭୁଲ୍। ସେ ଆହୁରି ମଧ୍ୟ କହିଛନ୍ତି, ଯେ ମୁଁ ନିଜେ କିଛି ଦେଖିନାହିଁ କିମ୍ବା ଗୋବିନ୍ଦଙ୍କୁ ସେମିତି କିଛି କରିଥିବାର ପ୍ରମାଣ ନାହିଁ, ଯିଏ ଏଭଳି ମୋ ସ୍ବାମୀଙ୍କ ନାଁରେ କହୁଛନ୍ତି ମୁଁ ଏହାକୁ ଖଣ୍ଡନ କରୁଛି। 

ଜଣେ ମରାଠୀ ଅଭିନେତ୍ରୀଙ୍କ ବିଷୟରେ ଆଲୋଚନା ହେଉଛି, କିନ୍ତୁ ଲୋକମାନଙ୍କୁ ଏବେ ଆମ ବୟସକୁ ମଧ୍ୟ ମନେ ରଖିବା ଉଚିତ୍। ଯେତେବେଳେ ସେହି ପଡକାଷ୍ଟର ହୋଷ୍ଟ ତାଙ୍କୁ ପଚାରିଲେ ଯେ, ସେ କେଉଁ ପ୍ରସଙ୍ଗରେ ଧରାପଡ଼ିବା କଥା କହୁଛନ୍ତି। ସୁନୀତା ସ୍ପଷ୍ଟ ଭାବରେ କହିଥିଲେ, ମୁଁ ଯାହା ବି ଆଫେୟାର ଗୁଜବ ଶୁଣୁଛି ସେ ଜଣେ ମରାଠୀ ଅଭିନେତ୍ରୀ ହେଉ କିମ୍ବା ଅନ୍ୟ କେହି ଜୀବନର ଏହି ପର୍ଯ୍ୟାୟରେ ଏଗୁଡ଼ିକ କରିବା କଥା ନୁହେଁ। କାରଣ ମୁଁ ଜାଣିନି ଏହା କେତେ ସତ। ଏବେ ଗୋବିନ୍ଦା ତାଙ୍କ ଝିଅ ଟିନାର ବିବାହ ଏବଂ ପୁଅ ୟଶର କ୍ୟାରିଅର ଉପରେ ଧ୍ୟାନ ଦେବା ଉଚିତ୍।

ଲୋକଙ୍କୁ ଯଦି ଆମ ବିଷୟରେ ଏତେ ଜାଣିବାକୁ ଇଚ୍ଛା ଅଛି। ସେମିତି ତ କିଛି ଘଟିନାହିଁ ଆଉ ଯଦି ଘଟେ ତେବେ ମୁଁ ସମସ୍ତଙ୍କ ସାମ୍ନାକୁ ଆସି ସତ କହିବି। ଯଦି ପ୍ରକୃତରେ କିଛି ଘଟେ, ତେବେ ବ୍ୟକ୍ତିଗତ ଭାବରେ ଗଣମାଧ୍ୟମକୁ ଡାକିବି।  ଯେତେବେଳେ ମୁଁ କହିବି ଖୋଲାଖୋଲି ଭାବରେ କହିବି। ମୁଁ କିଛି ଲୁଚାଇବି ନାହିଁ। ଏବଂ ତା'ପରେ ମୁଁ ଲୋକମାନଙ୍କୁ ପଚାରିବି ଯେ, ଗୋବିନ୍ଦା ଠିକ୍ କାମ କରିଛନ୍ତି କି ନାହିଁ।

ସୁନୀତା କହିଛନ୍ତି ସେ କେବଳ ଗଣମାଧ୍ୟମକୁ ନୁହେଁ ବରଂ ଗୋବିନ୍ଦାଙ୍କ ପ୍ରଶଂସକମାନଙ୍କୁ ମଧ୍ୟ ପଚାରିବେ ଯେ ୪୦ ବର୍ଷର ପତ୍ନୀ ହେବା ପରେ କାହା ସହିତ ବି ସମ୍ପର୍କରେ ରହିବା ତାଙ୍କ ପାଇଁ ଠିକ୍ କି ? ମୁଁ ଦେଖିବାକୁ ଚାହିଁବି ଯେ ପ୍ରଶଂସକମାନେ ଗୋବିନ୍ଦାଙ୍କୁ ସମର୍ଥନ କରିବେ କି ? ମତେ ବୋଲି ସୁନୀତା ଉତ୍ତର ଦେଇଥିଲେ। ଗୋବିନ୍ଦା ମୋ ସ୍ବାମୀ ମୁଁ ତାଙ୍କୁ ବହୁତ ଭଲ ପାଏ କିନ୍ତୁ ଯଦି କାହାର ମନ ପରିବର୍ତ୍ତନ ହୋଇଯିବ ତାହେଲେ ମୁଁ କିଛି କରିପାରିବି ନାହିଁ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bollywood Update | Govinda Controversy: Wife Sunita Reveals the Truth | Argus News | Argus News