Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସେଟରେ ବାଣ୍ଟୁଥିଲେ ଚା', ଏବେ କୋଟି କୋଟି ସମ୍ପତ୍ତି...

Entertainment

ସେଟରେ ବାଣ୍ଟୁଥିଲେ ଚା', ଏବେ କୋଟି କୋଟି ସମ୍ପତ୍ତି...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସେଟରେ ବାଣ୍ଟୁଥିଲେ ଚା', ଏବେ କୋଟି କୋଟି ସମ୍ପତ୍ତି...

ଅର୍ଗସ ବ୍ୟୁରୋ:  କେଜିଏଫ ହିରୋ। ତାଙ୍କୁ କିଏ ବା ନଜାଣେ। ତାଙ୍କର ଫ୍ୟାନ୍ସ ଫଲୋର୍ସ ମଧ୍ୟ ଖୁବ ଅଧିକ। ତେଲୁଗୁ ଇଣ୍ଡଷ୍ଟ୍ରିର ସେ ଜଣେ ଆଗ ଧାଡିର ଅଭିନେତା। ହେଲଷ ଆପଣ ଜାଣନ୍ତି କି ତାଙ୍କର ଏ ସଫଳତା ପଛରେ ରହିଛି ଅନେକ ସଂଘର୍ଷମୟ କାହାଣୀ। ସୁପରଷ୍ଟାର ୟଶ । ୟଶ ମାତ୍ର ୧୬ ବର୍ଷ ବୟସରେ ତାଙ୍କ ବାପା ମାଆଙ୍କ ଘରୁ ବାହାରି ନିଜ ସ୍ୱପ୍ନ ପୂରଣ କରିବାକୁ ବାହାରିଥିଲେ। ଡ୍ରାଇଭର ଘରେ ଜନ୍ମଗ୍ରହଣ କରିଥିଲେ ୟଶ ।


ତାଙ୍କୁ ଏକ କନ୍ନଡ ଚଳଚ୍ଚିତ୍ରରେ ସହାୟକ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ, ବେଙ୍ଗାଳୁରୁରେ ପହଞ୍ଚିବାର ମାତ୍ର ଦୁଇ ଦିନ ପରେ ପ୍ରୋଜେକ୍ଟ ବନ୍ଦ ହୋଇଯାଇଥିଲା। ଏ ବିଷୟରେ ଅଭିନେତା କହିଥିଲେ, ‘ମୁଁ ମୋ ଘରୁ ବେଙ୍ଗାଲୁରୁ ଆସିବା ପରେ ବହୁତ ଭୟଭୀତ ହୋଇଯାଇଥିଲି। କିନ୍ତୁ ମୁଁ ଆତ୍ମବିଶ୍ୱାସୀ ଥିଲି। ମୁଁ ସଂଘର୍ଷ କରିବାକୁ ଭୟ କରିନଥିଲି। ସେତେବେଳେ ମୋ ପକେଟରେ କେବଳ ୩୦୦ ଟଙ୍କା ଥିଲା। ଏହା ପରେ ୟଶ ବେନକା ନାଟ୍ୟ ଦଳରେ ଯୋଗ ଦେଇଥିଲେ। ଏଠାରେ ସେ ବ୍ୟାକ୍ ଷ୍ଟୋଜ୍ ହ୍ୟାଣ୍ଡ୍ ଭାବରେ କାମ କରୁଥିଲେ। ଏଠାରେ ସେ ଚା ବାଣ୍ଟିବା ଭଳି ଛୋଟ ଛୋଟ କାମ କରୁଥିଲେ ଏବଂ ଦୈନିକ 50 ଟଙ୍କା ରୋଜଗାର କରୁଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୁଁ ଜାଣିଥିଲି ଯେ ଯଦି ମୁଁ ଫେରିଯାଏ ତେବେ ମୋ ବାପାମା ମୋତେ ଆଉ କେବେ ଏଠାକୁ ଛାଡ଼ିବେ ନାହିଁ। ଶେଷରେ ତାଙ୍କୁ ଟିଭି ଧାରାବାହିକ ନନ୍ଦା ଗୋକୁଲାରେ ଅଭିନୟ କରିବାର ସୁଯୋଗ ମିଳିଲା। ସେଠାରେ ତାଙ୍କର ପରିଚୟ ଅଭିନେତ୍ରୀ ରାଧିକା ପଣ୍ଡିତଙ୍କ ସହ ହୋଇଥିଲା, ଯିଏ ବର୍ତ୍ତମାନ ତାଙ୍କ ପତ୍ନୀ। ୨୦୦୭ ମସିହାରେ ୟଶ ରକି (୨୦୦୮) ରେ ପ୍ରଥମ ଥର ପାଇଁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ପୂର୍ବରୁ ସେ ‘ଜାମ୍ବାଡା ହୁଡୁଗି’ରେ ଏକ ସହାୟକ ଭୂମିକାରେ ଚଳଚ୍ଚିତ୍ରରେ ପ୍ରବେଶ କରିଥିଲେ। ଏହାପରେ ସେ ଆଉ ପଛକୁ ଚାହିଁନଥଇଲେ। ବର୍ତ୍ତମାନ ୟଶ କୋଟି କୋଟି ସମ୍ପତ୍ତିର ମାଲିକ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Sponsored
Had just Rs 300 when I came to Bengaluru: 'KGF' star Yash speaks to TNM | Argus News