Hanuman Creates Miracle / ୟଶଙ୍କ ‘ଟକ୍ସିକ’କୁ ଟେନସନ ବକ୍ସ ଅଫିସ୍ରେ ଧମାଲ କରୁଛି ‘ହନୁମାନ ଅଂଶ’

Key Points
ବକ୍ସ ଅଫିସ୍ରେ ହନୁମାନ ଚମତ୍କାର ‘ଟକ୍ସିକ’କୁ ଦେଉଛି କଡ଼ା ଟକ୍କର ।
୨୫ତମ ଦିନରେ ବି ଜବରଦସ୍ତ ରଫ୍ତାର ୬୦ କୋଟି ଟାର୍ଗେଟ୍ରେ ‘ହନୁମାନ ଅଂଶ’ ।
ୟଶଙ୍କ ‘ଟକ୍ସିକ’କୁ ଟେନସନ ବକ୍ସ ଅଫିସ୍ରେ ଧମାଲ କରୁଛି ‘ହନୁମାନ ଅଂଶ’
କଳିଯୁଗରେ ଚମତ୍କାର ହୁଏ କି ? ବକ୍ସ ଅଫିସ୍ରେ ‘ହନୁମାନ ଅଂଶ’ର କଲେକ୍ସନ ଦେଖିଲେ ଆପଣ ବି କହିବେ ହଁ, ଚମତ୍କାର ହୁଏ । ଯେଉଁ ଫିଲ୍ମ ପ୍ରଥମ ଦୁଇ ସପ୍ତାହରେ ଲକ୍ଷ ଲକ୍ଷ ଟଙ୍କାରେ ସୀମିତ ଥିଲା, ତୃତୀୟ ସପ୍ତାହରେ ଧରିଲା ଏମିତି ରଫ୍ତାର ଯେ ସମସ୍ତେ ହୋଇଗଲେ ଚକିତ ।
ରିଲିଜ୍ର ୨୫ତମ ଦିନରେ ୫ କୋଟିରୁ ଅଧିକ କଲେକ୍ସନ କରି ଏହି ଫିଲ୍ମ ଏବେ ୪୫ କୋଟି ପାର୍ । ମାତ୍ର ୨ କୋଟି ବଜେଟ୍ର ଏହି ଫିଲ୍ମ ଏବେ ୬୦ କୋଟି ଟାର୍ଗେଟ୍ରେ । ଆଉ ସବୁଠାରୁ ବଡ଼ ପ୍ରଶ୍ନ ୟଶଙ୍କ ‘ଟକ୍ସିକ’କୁ କ’ଣ ପଛରେ ପକାଇଦେବ ‘ହନୁମାନ ଅଂଶ’ ?
ବାବା ନୀମ କରୋଲୀଙ୍କ ବାୟୋପିକ୍ ଭାବେ ଆସିଥିବା ଏହି ଫିଲ୍ମର ୨୫ତମ ଦିନରେ ମଧ୍ୟ କଲେକ୍ସନରେ କୌଣସି ବ୍ରେକ୍ ଲାଗିନାହିଁ । ରିପୋର୍ଟ ଅନୁସାରେ, ଚତୁର୍ଥ ସୋମବାରରେ ଫିଲ୍ମଟି ପ୍ରାୟ ୫.୧୫ କୋଟି ଟଙ୍କା କମାଇଛି । ଏହା ସହ ଏହାର ମୋଟ ନେଟ୍ କଲେକ୍ସନ ପ୍ରାୟ ୪୫.୨୮ କୋଟିରେ ପହଞ୍ଚିଛି ।
ସବୁଠାରୁ ବଡ଼ କଥା ହେଉଛି, ଫିଲ୍ମର ବଜେଟ୍ ମାତ୍ର ୨ କୋଟି ଟଙ୍କା ବୋଲି ଦାବି କରାଯାଉଛି । ଯଦି ଏହି ଗତି ଜାରି ରହେ, ତେବେ ଖୁବଶୀଘ୍ର ୬୦ କୋଟିର ମାଇଲଷ୍ଟୋନ୍ ଛୁଇଁପାରେ ଫିଲ୍ମଟି ।
ଆଉ ଏପଟେ ୟଶଙ୍କ ‘ଟକ୍ସିକ’ ମଧ୍ୟ ବକ୍ସ ଅଫିସରେ ଲଢ଼େଇ ଜାରି ରଖିଛି । କିନ୍ତୁ ରିଲିଜର ୨୫ତମ ଦିନରେ ‘ହନୁମାନ ଅଂଶ’ ଯେଉଁ ରଫ୍ତାର ଦେଖାଇଛି, ତାହା ନିଶ୍ଚିତ ଭାବେ ବଲିଉଡ୍ରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ଏବେ ଦେଖିବାକୁ ବାକି ‘ହନୁମାନ ଅଂଶ’ କ’ଣ ସତରେ ‘ଟକ୍ସିକ’କୁ ପଛରେ ପକାଇପାରିବ ?
ମୁକ୍ତିଲାଭର ପ୍ରଥମ ୧୬ ଦିନରେ, ହନୁମାନ ଅଂଶ ୧.୪୦ କୋଟି ଆୟ କରିଥିଲା। ୧୭ତମ ଦିନରେ, ଫିଲ୍ମଟି ୨.୨୦ କୋଟି ଆୟ କରିଥିଲା। ୧୮ତମ ଦିନରେ, ଏହା ୧.୨୫ କୋଟି ଆୟ କରିଥିଲା। ୧୯ତମ ଦିନରେ, ଫିଲ୍ମଟି ୨.୩୫ କୋଟି ଆୟ କରିଥିଲା। ୨୦ତମ ଦିନରେ, ଫିଲ୍ମଟି ୧.୫୦ କୋଟି ଆୟ କରିଥିଲା। ୨୧ତମ ଦିନରେ, ଏହାର କଲେକ୍ସନ ଥିଲା ୨.୧୦ କୋଟି। ୨୨ତମ ଦିନରେ, ଅର୍ଥାତ୍ ଚତୁର୍ଥ ଶନିବାର, ଏହାର ରୋଜଗାର ତିନିଗୁଣ ବୃଦ୍ଧି ପାଇ ₹୬.୫୦ କୋଟିରେ ପହଞ୍ଚିଛି। ଫଳସ୍ୱରୂପ, ୨୨ ଦିନ ପରେ ଫିଲ୍ମର ନେଟ୍ କଲେକ୍ସନ ୧୮.୩୮ କୋଟିରେ ପହଞ୍ଚିଛି। ଏହାର ମୋଟ କଲେକ୍ସନ ୨୧.୬୫ କୋଟି ହୋଇଛି।''
📱 Get Argus News App
✨Related Topics
Explore more stories