Hardik Pandya / ବ୍ରେକଅପ୍ ପରେ ବି ୪ କୋଟିର କାର୍ ଗିଫ୍ଟ କଲେ ହାର୍ଦ୍ଦିକ ହେଲେ କାହିଁକି ?

Key Points
ବ୍ରେକଅପ୍ ପରେ ବି ୪ କୋଟିର କାର୍ ଗିଫ୍ଟ କଲେ ହାର୍ଦ୍ଦିକ ଦେଲେ କାହିଁକି ?
ଭାରତୀୟ ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ ବ୍ୟକ୍ତିଗତ ଜୀବନରେ ଅଲଗା ହୋଇ ସାରିଛନ୍ତି । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ୍ ଙ୍କୁ ୪ କୋଟି ଟଙ୍କାର ଏକ କାର ଉପହାର ଦେଇଛନ୍ତି! ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ନତାଶା କାର ଏବଂ ତାଙ୍କ ପୁଅ ସହିତ ପୋଜ୍ ଦେଉଥିବାର ଦେଖାଯାଉଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି ଯେ ହାର୍ଦ୍ଦିକ ସେମାନଙ୍କ ବ୍ରେକଅପ୍ ହେବାର ପ୍ରାୟ ଦେଢ଼ ବର୍ଷ ପରେ ଏବେ ନତାଶାଙ୍କୁ ଏତେ ସ୍ୱତନ୍ତ୍ର ଉପହାର କାହିଁକି ଦେଲେ। କ’ଣ କଥା? ତାଙ୍କ ମନରେ ଏବେ ବି ତାଙ୍କ ପ୍ରତି ଭଲ ପାଇବା ଅଛି କି ?
ସୋସିଆଲ ମିଡିଆରେ ଏହି ଦାମୀ କାର ଡେଲିଭରୀର ଫଟୋ ସାମ୍ନାକୁ ଆସିଛି । ଫ୍ୟାନ୍ସ ହାର୍ଦ୍ଦିକଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଶୋ' ରୁମ ଦ୍ୱାରା ସେୟାର କରାଯାଇଥିବା ଫଟୋଗୁଡିକରେ, ପାଣ୍ଡ୍ୟାଙ୍କ ପୁଅ ଅଗସ୍ତ୍ୟ ତାଙ୍କର ନୂଆ କଳା କାର ଦେଖି ଉତ୍ସାହିତ ହେଉଛନ୍ତି । ସେ କେତେବେଳେ କାର୍ ଭିତରକୁ ଚାହୁଁଛନ୍ତି ତ ପୁଣି କେତେବେଳେ ଏହାକୁ ଛୁଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ନତାଶା ଡିଲରସିପ କର୍ମଚାରୀଙ୍କଠାରୁ ଗିଫ୍ଟ ହାମ୍ପର ଗ୍ରହଣ କରୁଛନ୍ତି । ସେ ବି ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି । ହାର୍ଦ୍ଦିକ ଓ ନତାଶା ସ୍ୱାମୀ-ସ୍ତ୍ରୀ ଭାବେ ଅଗଲା ହୋଇଥିଲେ ବି ପରସ୍ପରକୁ ଜଣେ ପିତାମାତା ଭାବେ ସମ୍ମାନ କରନ୍ତି ।
ବାହୁବଳୀ ଲ୍ୟାଣ୍ଡ ରୋଭଲ ଡିଫେଣ୍ଡର କେବଳ ଏକ କାର ନୁହେଁ ବରଂ ଏକ ଷ୍ଟେଟର୍ସ ପ୍ରତୀକ । ଏହା ରାସ୍ତାରେ ଯେତିକି ଶକ୍ତିଶାଳୀ, ସେତିକି ଦ୍ରୁତ । ଏହାର ଶକ୍ତିଶାଳୀ ଅକ୍ଟା ଭାରିଆଣ୍ଟରେ ଏକ ବିଏମଡବ୍ଲୁ ଇଞ୍ଜିନ ଅଛି ଯାହା ୬୩୫ ଭିଏଚପି ଉତ୍ପାଦନ କରେ । ଏହାର ଗତି ବିଶାଳ ଏସୟୁଭି ମାତ୍ର ୩.୮ ସେକେଣ୍ଡରେ ୦ରୁ ୧୦୦ କିଲୋମିଟର ଘଣ୍ଟାପ୍ରତି ବେଗରେ ଗତି କରେ । ଶ୍ରେଷ୍ଠ ମଡେଲ ପାଇଁ ଏହାର ଏକ୍ସ-ଶୋରୁମ ମୂଲ୍ୟ ୧.୨୬ କୋଟିରୁ ୨.୫୯ କୋଟି ପର୍ଯ୍ୟନ୍ତ ରହିଛି ।
ଏଥିରେ ବଡ଼ ଟଚସ୍କ୍ରିନ, ସାଉଣ୍ଡ ସିଷ୍ଟମ ଏବଂ ଆରାମଦାୟକ ଏୟାର ସିଟ୍ ରହିଛି । ସୁରକ୍ଷା ପାଇଁ ୬ଟି ଏୟାରବ୍ୟାଗ୍ ଏବଂ ୩୬୦ ଡିଗ୍ରୀ କ୍ୟାମେରା ରହିଛି । ନତାଶା ଏବଂ ପୁଅ ଅଗସ୍ତ୍ୟଙ୍କୁ ଏହି କାର୍ ଗିପ୍ଟ ଦେଇ ହାର୍ଦ୍ଦିକ ପ୍ରମାଣ କରିଛନ୍ତି ପୁଅର ସୁଖ-ଖୁସି ତାଙ୍କର ପ୍ରଥମ ପ୍ରାଥମିକତା । ବର୍ତ୍ତମାନ ହାର୍ଦ୍ଦିକ ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳରେ ବ୍ୟସ୍ତ ଅଛନ୍ତି । ଗତକାଲି ସାଉଥ ଆଫ୍ରିକା ବିପକ୍ଷରେ ୧୮ ରନ୍ କରିଥିଲେ ।
ଏଥିସହ ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ପରେ ପୂର୍ବତନ ପାକିସ୍ତାନୀ ଖେଳାଳି ଗୌତମ ଗମ୍ଭୀରଙ୍କ ଉପରେ ବର୍ଷିଲେ
📱 Get Argus News App
✨Related Topics
Explore more stories