Videos
|
Entertainment

ପଓ୍ୱନ କଲ୍ୟାଣଙ୍କ ଫିଲ୍ମକୁ ଲାଗିଲା କି ବଡ଼ ଝଟ୍‌କା, ସାୟରିଆ ଦେଉଛି ମାତ୍‌ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପଓ୍ୱନ କଲ୍ୟାଣଙ୍କ ଫିଲ୍ମକୁ ଲାଗିଲା କି ବଡ଼ ଝଟ୍‌କା, ସାୟରିଆ ଦେଉଛି ମାତ୍‌ !

Key Points

ପଓ୍ୱନ କଲ୍ୟାଣ ନିଜର ପଦ ସମ୍ଭାଳିବା ପରେ ଏବେ ଚଳଚ୍ଚିତ୍ରରେ ପୁଣି ପାଦ ଦେଇଛନ୍ତି ।

ଫିଲ୍ମ ରିଲିଜ୍‌ ପୂର୍ବରୁ ଏହି ଫିଲ୍ମ ଭଲ ରୋଜଗାର କରିବା ଆରମ୍ଭ କରିସାରିଥିଲା ।

କାହାର ରୋଜଗାର କେତେ ? ବଲିଉଡ୍‌ ଲାଭ କଲା ନା ତେଲଗୁ ଅଧିକ ଫାଇଦା ପାଇଲା । ପଓ୍ୱନ କଲ୍ୟାଣ ଫିଲ୍ମ ହିଟ୍ କରିପାରିଲେ ନା ସାୟରିୟା ମାତ ଦେଇଦେଲା । କାରଣ ବଲିଉଡ୍‌ ରୋମାଣ୍ଟିକ୍‌ ଫିଲ୍ମ ସାୟରିୟା ଏବେ ଫୁଲ୍‌ ହାଇପ୍‌ରେ ରହିଛି । ଖୁବ୍‌ କମ୍‌ ବଜେଟ୍‌ରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମ ଏସୁଦ୍ଧା ୨୦୦ କୋଟି ଟଙ୍କା ରୋଜଗାର କରିସାରିଥିବା ଜଣାପଡ଼ିଛି । ଯାହାର ବଜେଟ୍‌ ୪୦ କୋଟି ଭିତରେ ରହିଥିବା କୁହାଯାଉଛି ।

ଅନ୍ୟପଟେ ଏହି ସମୟରେ ତେଲଗୁ ଅଭିନେତା ତଥା ଲୋକପ୍ରିୟ ମେଗା ଷ୍ଟାର ତଥା ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଓ୍ୱନ କଲ୍ୟାଣଙ୍କ ଫିଲ୍ମ ହରି ହର ବୀରା ମଲ୍ଲୁ ଫିଲ୍ମ ମଧ୍ୟ ରିଲିଜ୍‌ ହୋଇଛି । ଯାହା କି ଖୁବ୍‌ ଚର୍ଚ୍ଚାରେ ଥିଲା । ପଓ୍ୱନ କଲ୍ୟାଣ ନିଜର ପଦ ସମ୍ଭାଳିବା ପରେ ଏବେ ଚଳଚ୍ଚିତ୍ରରେ ପୁଣି ପାଦ ଦେଇଛନ୍ତି । ଫିଲ୍ମ ରିଲିଜ୍‌ ପୂର୍ବରୁ ଏହି ଫିଲ୍ମ ଭଲ ରୋଜଗାର କରିବା ଆରମ୍ଭ କରିସାରିଥିଲା । ଏମିତିକି ପ୍ରିମିୟର ରିଲିଜ୍‌ରେ ମଧ୍ୟ ଭଲ ରୋଜଗାର କରିଥିଲା । ସବୁଠାରୁ ବଡ଼ କଥା ହେଲା ଏହି ଫିଲ୍ମର ପ୍ରଥମ ଦିନ ରୋଜଗାର ଆକାଶ ଛୁଆଁ ଥିଲା । ସବୁଠି ହାଉସଫୁଲ୍‌ ଦେଖିବାକୁ ମିଳିଥିଲା ।

ହେଲେ ଦ୍ୱିତୀୟ ଦିନରେ ହେଲେ ଦ୍ବିତୀୟ ଦିନରେ କିନ୍ତୁ ରୋଜଗାରରେ ବଡ ହ୍ରାସ ଦେଖିବାକୁ ମିଳିଛି । 'ହରି ହର ବୀରା ମଲ୍ଲୁ' ଫିଲ୍ମ ରିଲିଜ ହେବା ମାତ୍ରେ ତାହାର ରୋଜଗାର ସମସ୍ତଙ୍କୁ ଆଶ୍ଜର୍ଯ୍ୟ କରି ଦେଇଥିଲା । ପ୍ରିମୟର ଶୋରେ ଫିଲ୍ମ ୧୨.୭୫ କୋଟି ଟଙ୍କା ରୋଜାଗାର କରିଥିଲା । ସାଉଥ୍‌ ବେଲ୍ଟରେ ଏହାର ରୋଜଗାର ବହୁତ ଭଲ ଥିଲା । ରିଲିଜ ଡେ'ରେ ଏହି ଫିଲ୍ମ ୩୪.୭୫ କୋଟି ଟଙ୍କା ରୋଜଗାର କରିଥିଲା ।

ଯଦି ଏହି କ୍ରମରେ ଫିଲ୍ମର ରୋଜଗାର ହୁଏ ତେବେ ଏହା ସପ୍ତାହରେ ହିଟ୍ ହେବ କୁହାଯାଉଥିଲା । କିନ୍ତୁ ଦ୍ୱିତୀୟ ଦିନରେ ଏହାର ଆୟରେ ବଡ଼ ହ୍ରାସ ପାଇଛି । ଫିଲ୍ମ ବିଷୟରେ ଯେଉଁ ଚର୍ଚ୍ଚା ଦେଖାଯାଇଥିଲା ତାହା ସବୁ ମିଛ ଥିଲା। ଦ୍ୱିତୀୟ ଦିନରେ 'ହରି ହର ବୀରା ମଲ୍ଲୁ'ର ରୋଜଗାର ପ୍ରାୟ ୨୭ କୋଟି ଟଙ୍କା ହ୍ରାସ ପାଇଛି, ଯାହା ଫିଲ୍ମ ଏବଂ ପବନ କଲ୍ୟାଣ ପାଇଁ ଏକ ବଡ଼ ଝଟ୍‌କା ବୋଲି କୁହାଯାଇପାରେ ।

Saccanilkର ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ, ତେବେ ଫିଲ୍ମଟି ରିଲିଜର ଦ୍ୱିତୀୟ ଦିନରେ କେବଳ ୮ କୋଟି ରୋଜଗାର କରିଛି। ଏହି ଦୃଷ୍ଟିରୁ, ଫିଲ୍ମଟି ୨ ଦିନରେ ୫୫.୫୦ କୋଟି ରୋଜଗାର କରିଛି। ହରି ହର ବୀରା ମଲ୍ଲୁଙ୍କୁ ଆଗାମୀ ଦୁଇ ଦିନରେ ବହୁତ ରୋଜଗାର କରିବାକୁ ପଡିବ। ଏହି ଫିଲ୍ମଟି ୩୦୦ କୋଟିର ବିଶାଳ ବଜେଟରେ ତିଅଆରି ହୋଇଛି। ଏପରି ପରିସ୍ଥିତିରେ, ଯଦି ଏହି ସିନେମାଟି ପ୍ରଥମ ସପ୍ତାହାନ୍ତରେ ୧୦୦ କୋଟି ରୋଜଗାର ନକରେ, ତେବେ ଏହା ପାଇଁ ଯାତ୍ରା କରିବା କଷ୍ଟକର ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
‘Hari Hara Veera Mallu’ box office collections day 2: Pawan Kalyan’s film sees a huge dip | Argus News