Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ମାଓ୍ୱରାଙ୍କ ସହ କାମ କରିବାକୁ ମନା କରିଦେଲେ ହର୍ଷ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମାଓ୍ୱରାଙ୍କ ସହ କାମ କରିବାକୁ ମନା କରିଦେଲେ ହର୍ଷ

ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ଫିଲ୍ମ କରିବାକୁ ମନା କଲେ । ଏକ ପୋଷ୍ଟ ଜରିଆରେ ମାଓ୍ବରାଙ୍କ ସହ ଅଭିନୟ କରିବାକୁ ହର୍ଷବର୍ଦ୍ଧନ ସିଧାସଳଖ ମନା କରିଦେଇଛନ୍ତି। ଏହାକୁ ନେଇ ଅଭିନେତ୍ରୀ ମଧ୍ୟ ପୁଣିଥରେ ପ୍ରତିକ୍ରିୟା ରଖି ଏହାକୁ ପିଆର୍‌ ଷ୍ଟଣ୍ଟ ବୋଲି କହିଛନ୍ତି। ‘ସନମ୍‌ ତେରି କସମ୍‌’ ଫିଲ୍ମଟି ରିଲିଜରେ କମାଲ ଦେଖାଇ ପାରି ନ ଥିଲା।

ଭାରତର ପାକ୍‌ ବିରୋଧୀ ଅଭିଯାନକୁ ନେଇ ସେଠାକାର କଳାକାରମାନେ ବିଷ ଓଗାଳୁଛନ୍ତି। ଏହି କ୍ରମରେ ବାଦ୍‌ ପଡ଼ିନାହାନ୍ତି ଅଭିନେତ୍ରୀ ମାଓ୍ବରା ହୁସୈନ। ଫିଲ୍ମର ପ୍ରଥମ ଭାଗରେ ତାଙ୍କ ଅଭିନୟ ପ୍ରଶଂସନୀୟ ଥିଲା। ଏଣୁ ପୁଣିଥରେ ଅଭିନେତା ହର୍ଷବର୍ଦ୍ଧନଙ୍କ ତାଙ୍କ ରୋମାନ୍ସ ଦେଖିବାକୁ ମିଳିବ ବୋଲି କୁହାଯାଉଥିଲା। ଏବେ ସେଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି।

ମାଓ୍ବରା ଭାରତର କାର୍ଯ୍ୟାନୁଷ୍ଠାନକୁ ବର୍ବୋରଚିତ କହିଥିଲେ। ଏପରିକି ଏହାଦ୍ୱାରା ତାଙ୍କ ଦେଶର ନିରୀହ ଲୋକେ, ପିଲାମାନଙ୍କ ମୃତ୍ୟୁ ହେଉଥିବା ସେ କହିଥିଲେ। ହେଲେ ହର୍ଷବର୍ଦ୍ଧନ ଏହାକୁ ନିନ୍ଦା କରିଛନ୍ତି। ସୋସିଆଲ ମିଡିଆରେ ଏକ ଷ୍ଟୋରୀରେ ସେ ଲେଖିଛନ୍ତି ଯେ ମୁଁ ସମସ୍ତ ପ୍ରଶଂସା ଲାଗି ଖୁସି। ହେଲେ ଯେଉଁଭଳିର ସ୍ଥିତି ଏବେ ରହିଛି ଏବଂ ମୋ’ ଦେଶ ବିରୋଧରେ କମେଣ୍ଟ ଦିଆଯାଇଛି, ତା ପରେ ମୁଁ ନିଷ୍ପତ୍ତି ନେଇଛି ଯେ ଯଦି ‘ସନମ ତେରି କସମ ୨’ର ପୁରୁଣା କଳାକାରଙ୍କୁ ନିଆଯାଏ ତେବେ ମୁଁ ଏହାକୁ କରିବି ନାହିଁ। ଫିଲ୍ମର ଦ୍ୱିତୀୟ ଭାଗ ଆସିବା ନେଇ ନିର୍ମାତା ଘୋଷଣା କରିଥିଲେ। ହେଲେ ଏବେ ଫିଲ୍ମ ଉପରେ ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତାର ପ୍ରଭାବ ପଡ଼ିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
harshvardhan-rane-has-refused-to-work-with-mawra-hocane-in-the-sequel-to-sanam-teri-kasam | Argus News