ସାମ୍ନାକୁ ଆସିଲା ବିରାଟ-ଉର୍ବଶୀଙ୍କ ସମ୍ପର୍କର ସତ

Key Points
ସାମ୍ନାକୁ ଆସିଲା ବିରାଟ-ଉର୍ବଶୀଙ୍କ ସମ୍ପର୍କର ସତ
କାନ୍ସର ରେଡ କାର୍ପେଟ ଲୁକ ଖୋଲିଲା ଅସଲ ଗୁମର
ଦୁହିଁଙ୍କ ସମ୍ପର୍କକୁ ନେଇ ଫ୍ୟାନ୍ସ କହିଲେ ସବୁ ଜଣାଥିଲା
ଆଜିକାଲି ଭକ୍ତି ଭାବନାରେ ବୁଟିଛନ୍ତି କିଙ୍ଗ କୋହଲି ଏବଂ ଅନୁଷ୍କା ଶର୍ମା। ଦୁହିଁଙ୍କୁ ବିଭିନ୍ନ ମନ୍ଦିରରେ ଦେଖିବାକୁ ମିଳୁଛି। କେହି କେହି କହୁଛନ୍ତି କି ଅନୁଷ୍କା ବିରାଟଙ୍କ ଜୀବନରେ ଆସିବା ପରେ କୋହଲିଙ୍କର ଏଭଳି ବଡ ପରିବର୍ତ୍ତନ ହୋଇଛି। କାହିଁକି ନା ବିରାଟଙ୍କ ଲଭ ଷ୍ଟୋରୀ କାହାକୁ ବା ଅଛପା। ଅନୁଷ୍କାଙ୍କ ପୂର୍ବରୁ କୋହଲିଙ୍କ ଜୀବନରେ ଅନେକ ଅଭିନେତ୍ରୀ ଆସିଥିଲେ। ହେଲେ କେହିବି ଅଧିକ ଦିନ ତିଷ୍ଠିପାରିନଥିଲେ। ଶେଷରେ ବିରାଟ ଅନୁଷ୍କାଙ୍କୁ ବିବାହ କରିଥିଲେ। କିନ୍ତୁ ବର୍ତ୍ତମାନ କୋହଲିଙ୍କ ନାଁ ଉର୍ବଶୀ ରାଉତେଲାଙ୍କ ସହ ଯୋଡା ହେଉଛି। ଯାହାକୁ ନେଇ ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ଶିରୋନାମାରେ ଅଛନ୍ତି।
କାନ୍ସରେ ତାଙ୍କ ଲୁକ ସହିତ ଉର୍ବଶୀ ସମସ୍ତଙ୍କ ହୃଦୟ ଜିତିଛନ୍ତି। ତାଙ୍କର କାନ୍ସ ଲୁକ ସମସ୍ତଙ୍କଠାରୁ ଖୁବ ଭିନ୍ନ ଥିଲା। ସେ ସୋସିଆଲ ମିଡିଆରେ ତାଙ୍କର ପ୍ରତ୍ୟେକ ଲୁକର ଫଟୋ ମଧ୍ୟ ଶେୟାର କରିଥିଲେ । ଉର୍ବଶୀ ଡିଜାଇନର ମନୀଷ ବୈଦ୍ୟଙ୍କ ସହ ରେଡ କାର୍ପେଟରେ ଚାଲିଥିଲେ। ବିରାଟ କୋହଲି ଇନଷ୍ଟାଗ୍ରାମରେ ବହୁତ କମ ଲୋକଙ୍କୁ ଫଲୋ କରନ୍ତି। ସେ ମୋଟ ୨୭୮ ଜଣଙ୍କୁ ଫଲୋ କରନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମନୀଷ ବୈଦ୍ୟ। ଯଦି ବିରାଟ ମନୀଷଙ୍କୁ ଫଲୋ କରନ୍ତି, ତେବେ ତାଙ୍କର ତାଙ୍କ ସହିତ କିଛି ସମ୍ପର୍କ ନିଶ୍ଚୟ ଅଛି। ତେଣୁ ମନୀଷଙ୍କର ବିରାଟଙ୍କ ସହ ଭିନ୍ନ ସମ୍ପର୍କ ଥିବା ବେଳେ ଅବଶ୍ୟ ଏଥିରେ ଉର୍ବଶୀଙ୍କର କୌଣସି ଭୂମିକା ନାହିଁ। ହେଲେ କାନ୍ସରେ ମନୀଷଙ୍କ ସହ ଉର୍ବଶୀଙ୍କୁ ଦେଖିବା ପରେ ଏଥିରେ କେମିତି କେଜାଣି ବିରାଟଙ୍କର ଏଣ୍ଟ୍ରି ହୋଇଛି।
📱 Get Argus News App
✨ହେଲେ ଏମାନଙ୍କ ମଧ୍ୟରେ ସେମିତି କିଛି ସମ୍ପର୍କ ନାହିଁ। ଉର୍ବଶୀ ରାଉତେଲା କଳା ଗାଉନ ପିନ୍ଧି ମନୀଷ ବୈଦ୍ୟଙ୍କ ସହ ରେଡ କାର୍ପେଟରେ ଚାଲିଥିଲେ। ଦୁଇଜଣଙ୍କ ଏକାଠି ଚାଲିବାର ଭିଡିଓ ଭାଇରାଲ ହୋଇଥିଲା। ମନୀଷ ବୈଦ୍ୟ ଜଣେ ପ୍ୟାରିସ-ଭିତ୍ତିକ ଡିଜାଇନର ଯିଏ ୨୦୧୪ ରେ ଲସ ଆଞ୍ଜେଲସରେ ଫ୍ୟାଶନରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କ ନାମରେ ଅନେକ ଫ୍ୟାଶନ ସପ୍ତାହ ବ୍ୟତୀତ, ସେ ୨୦୧୯ ରେ ଡେଟାଇମ ଏମିସ ରେ ଡିଜାଇନର୍ସ ଲାଉଞ୍ଜର ଅଂଶ ଥିଲେ। ସେ ମିସେସ ୱାଲର୍ଡରେ ଜୁରି ସଦସ୍ୟ ଏବଂ ମିସ ୱାଲର୍ଡ ଆମେରିକା ୨୦୨୩ର ଅଫିସିଆଲ ଡିଜାଇନର୍ ଥିଲେ। ମନୀଷ ନାଗପୁରରୁ ଆସିଛନ୍ତି। ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ସହିତ, ତାଙ୍କର ଡିଜାଇନ ଆଡାମ ସାଣ୍ଡଲର୍ ଏବଂ ଜେନିଫର ଆନିଷ୍ଟନଙ୍କ ସହିତ ମର୍ଡର ମିଷ୍ଟ୍ରି ୨ଫିଲ୍ମରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଯେହେତୁ ମନୀଷଙ୍କ ଡିଜାଇନର ଡ୍ରେସ ଉର୍ବଶୀ ପିନ୍ଧିଥିଲେ ,ବଂ ତାଙ୍କ ସହ ସିଏ କାନ୍ସରେ ନଜର ଆସିଥିଲେ। ଯେହେତୁ ମନୀଷ ବିରାଟ ଏବଂ ଉର୍ବଶୀ ଉଭୟଙ୍କର ଫ୍ରେଣ୍ଡ ତେଣୁ ଫ୍ୟାନ୍ସଙ୍କ ମହଲରେ ଚର୍ଚ୍ଚା କି ଉର୍ବଶୀ ଏବଂ ବିରାଟଙ୍କର କିଛି ସମ୍ପର୍କ ରହିଛି। ଯାହା ସମ୍ପୂର୍ଣ୍ଣଭାବେ ଭିତ୍ତିହୀନ।