Videos
|
Entertainment

Hema Malini / ସନ୍ନି-ବବିଙ୍କ ସହ ବିଗିଡିଲା ହେମାଙ୍କ ସମ୍ପର୍କ, ପଚାରୁ ନାହାନ୍ତି ଦେଓଲ ଫ୍ୟାମିଲି...

Banajyotshna Ray
Browse all articles by Banajyotshna Ray
·8 months ago·3 min read
ସନ୍ନି-ବବିଙ୍କ ସହ ବିଗିଡିଲା ହେମାଙ୍କ ସମ୍ପର୍କ, ପଚାରୁ ନାହାନ୍ତି ଦେଓଲ ଫ୍ୟାମିଲି...
Hema Malini

Key Points

ଦେଓଲ ଫ୍ୟାମିଲିରେ ବିଗିଡିଲା ସମ୍ପର୍କ
ହେମାଙ୍କୁ ଏମିତି କହିଲେ ସନ୍ନି-ବବି
ପୁଣି ଥରେ ଦେଓଲ ଫ୍ୟାମିଲିରେ ଫାଟ ଦେଖିବାକୁ ମିଳିଛି। ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ହେମା ମାଳିନିଙ୍କୁ କେହି ପଚାରୁ ନାହାନ୍ତି। କିନ୍ତୁ କାହିଁକି ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ଏମିତି କିଛି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। କେବଳ ସେତିକି ନୁହେଁ, ଏମିତି କିଛି କହିଛନ୍ତି ସନ୍ନି ଦେଓଲ ହେମାଙ୍କୁ ଯାହା ଅଧିକ ଚର୍ଚ୍ଚାରେ ରହିଛି। ହେମା ମାଳିନୀ ପ୍ରାୟତଃ ଧର୍ମେନ୍ଦ୍ରଙ୍କୁ ମନେ ପକାଇ ପୋଷ୍ଟ ସେୟାର କରି ତାଙ୍କର ହୃଦୟସ୍ପର୍ଶୀ ଭାବନା ପ୍ରକାଶ କରନ୍ତି। ଏବେ, ହେମା ଦିବଂଗତ ଅଭିନେତାଙ୍କ ବିଷୟରେ ଅନେକ କଥା ସେୟାର କରିଛନ୍ତି। ଏହା ସହ ହେମା ମାଳିନୀ ସନ୍ନି ଏବଂ ବବି ଦେଓଲଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ମଧ୍ୟ କହିଥିଲେ।କହିବାକୁ ଗଲେ ବାର୍ଦ୍ଧକ୍ୟଜନିତ ରୋଗ ଯୋଗୁଁ ଧର୍ମେନ୍ଦ୍ର ନଭେମ୍ବର ୨୪ ତାରିଖରେ ୮୯ ବର୍ଷ ବୟସରେ ଦେହାନ୍ତ ହୋଇଥିଲେ। ମୃତ୍ୟୁ ପୂର୍ବରୁ ସେ କିଛି ଦିନ ଧରି ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ, ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହୋଇନଥିଲା ଏବଂ ତାଙ୍କର ୯୦ତମ ଜନ୍ମଦିନ ପୂର୍ବରୁ ସେ ଦୁନିଆକୁ ଅଲବିଦା କହିଥିଲେ ।

ସନ୍ନି ଏବଂ ବବିଙ୍କ ସହ ହେମାଙ୍କର ସମ୍ପର୍କ କିପରି?ପ୍ରକୃତରେ, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରେ, ସନ୍ନି ଏବଂ ବବି ଦେଓଲ ତାଙ୍କ ପିତାଙ୍କ ପାଇଁ ଏକ ପ୍ରାର୍ଥନା ସଭା କରିଥିଲେ। ହେଲେ ହେମା ମାଳିନୀ ଏବଂ ତାଙ୍କ ଦୁଇ ଝିଅ ଯୋଗ ଦେଇ ନଥିଲେ। ହେମା ତାଙ୍କ ସ୍ୱାମୀଙ୍କ ପାଇଁ ମୁମ୍ବାଇ ଏବଂ ଦିଲ୍ଲୀରେ ପୃଥକ ପୃଥକ ପ୍ରାର୍ଥନା ସଭା ଆୟୋଜନ କରିଥିଲେ। ଅଲଗା ଅଲଗା ସଭା ହୋଇଥିବାରୁ ଦୁଇ ପରିବାର ମଧ୍ୟରେ ସମ୍ପର୍କ ଉପରେ ପ୍ରଶ୍ନ ଉଠିଥିଲା। ଅନେକ ଅନୁମାନ କରିଥିଲେ ଯେ ସନ୍ନି ଏବଂ ବବିଙ୍କ ସହିତ ହେମାଙ୍କ ସମ୍ପର୍କ ଭଲ ନାହିଁ।ଏବେ ଏକ ସାକ୍ଷାତକାରରେ, ହେମା ମାଳିନୀ ଧର୍ମେନ୍ଦ୍ର ଏବଂ ତାଙ୍କ ପ୍ରଥମ ପରିବାର ବିଷୟରେ ଅନେକ କଥା ବଖାଣିଛନ୍ତି। ସନ୍ନି ଏବଂ ବବି ଦେଓଲ ସେମାନଙ୍କ ପିତାଙ୍କ ପାଇଁ ଆୟୋଜିତ ପ୍ରାର୍ଥନା ସଭାରେ ଯୋଗ ନ ଦେବାର କାରଣ କହିଥିଲେ "ଏହା ଆମ ପରିବାର ପାଇଁ ଏକ ବ୍ୟକ୍ତିଗତ ବିଷୟ। ଆମେ ପରସ୍ପର ସହିତ କଥା ହେଉ। ମୋର ଅଲଗା ଗ୍ରୁପ୍ ଥିବାରୁ ମୁଁ ମୋ ଘରେ ପ୍ରାର୍ଥନା ସଭା କରିଥିଲି"।

ଏଥିସହ ପଢ଼ନ୍ତୁ: ପୁଣିଥରେ ଭାରତକୁ ଧମକ, ଏବେ ଭାରତ ନେବ ଏମିତି ଆକ୍ସନ

ତା'ପରେ ଦିଲ୍ଲୀରେ ଏକ ପ୍ରାର୍ଥନା ସଭା କରିଥିଲୁ। କାରଣ ମୁଁ ରାଜନୀତିରେ ଜଡିତ, ତେଣୁ ମୋ ବନ୍ଧୁ ଏବଂ ସେହି କ୍ଷେତ୍ରର ଲୋକଙ୍କ ପାଇଁ ଏକ ପ୍ରାର୍ଥନା ସଭା କରିବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ମଥୁରା ମୋର ନିର୍ବାଚନମଣ୍ଡଳୀ, ଏବଂ ସେଠାକାର ଲୋକମାନେ ଧର୍ମେନ୍ଦ୍ର ପାଇଁ ପାଗଳ। ତେଣୁ, ମୁଁ ସେଠାରେ ମଧ୍ୟ ଏକ ପ୍ରାର୍ଥନା ସଭା କରିଥିଲି। ମୁଁ ଯାହା କରିଛି ସେଥିରେ ମୁଁ ଖୁସି।"କିଛି ସମୟ ପୂର୍ବରୁ ରିପୋର୍ଟ ଆସିଥିଲା ଯେ ଧର୍ମେନ୍ଦ୍ରଙ୍କ ଲୋନାଭାଲା ଫାର୍ମହାଉସକୁ ତାଙ୍କ ପ୍ରଶଂସକମାନଙ୍କ ପାଇଁ ସଂଗ୍ରହାଳୟରେ ପରିଣତ କରାଯାଇପାରେ। ଏ ସମ୍ପର୍କରେ ହେମା ମାଳିନୀ କହିଥିଲେ, "ମୋତେ ଲାଗୁଛି କି ସନ୍ନି ଏଥିପାଇଁ କିଛି ପ୍ଲାନ କରୁଛନ୍ତି। ସେ ନିଶ୍ଚିତ ଭାବରେ କିଛି କରିବେ। ସବୁକିଛି ବହୁତ ଭଲ ଚାଲିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେଣୁ ଏସବୁ ଭାବିକି ଆଶ୍ଚର୍ଯ୍ୟ ହେବା ଦରକାର ନାହିଁ କି ଏହି ଦୁଇଟି ଭିନ୍ନ ପରିବାର ଏବଂ ଜଣା ନାହିଁ କେତେବେଳେ କଣ ହେବ। କାହାକୁ ଏତେ ଚିନ୍ତା କରିବାର ଦରକାର ନାହିଁ। ଆମେ ସମସ୍ତେ ଠିକ୍ ଅଛୁ। ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ର ହୁଏତ ଆଉ ଆମ ମଧ୍ୟରେ ନାହାଁନ୍ତି, କିନ୍ତୁ ସେ ସବୁବେଳେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସ୍ମୃତିରେ ରହିବେ। ସେପଟେ ଧର୍ମେନ୍ଦ୍ରଙ୍କ ସମ୍ପତ୍ତିରୁ ଟଙ୍କାଟେ ବି ପାଇବେ ନାହିଁ ହେମା ମାଳିନି। କିନ୍ତୁ ହେମା ମାଳିନି ଏପର୍ଯ୍ୟନ୍ତ ସେମିତି କିଛି କହିନଥିବାବେଳେ ସନ୍ନି ଏବଂ ବବି ଦେଓଲଙ୍କ ପ୍ରତିକ୍ରିୟା କିଛି ଏପରି ଦର୍ଶାଉଛି ଯାହାକୁ ନେଇ ଭିନ୍ନ ଭିନ୍ନ ପ୍ରଶ୍ନ ଉଠୁଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 


Related Topics

Explore more stories

Hema Malini | Hema Malini Relationship With Sunny & Bobby Deol Turns Sour | Argus News | Argus News