Dharmendra vs Hema Malini / ବାହା ହୋଇ ମଧ୍ୟ ହେମାଙ୍କ ପଛରେ ପଡ଼ିଥିଲେ ଧର୍ମେନ୍ଦ୍ର !

Key Points
ଯେଉଁଥିରେ ସେ ଧର୍ମେନ୍ଦ୍ରଙ୍କୁ ମନେ ପକାଇ ଖୁବ୍ ଇମୋସ୍ନାଲ ହୋଇଛନ୍ତି ।
ନିକଟ ଅତୀତରେ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଏହି ଖବର ତାଙ୍କ ପ୍ରଶଂସକମାନଙ୍କୁ ଦୁଃଖ ଦେଇଛି। ଅନେକ ବଲିଉଡ୍ ସେଲିବ୍ରିଟି ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି। ଧର୍ମେନ୍ଦ୍ରଙ୍କ ପତ୍ନୀ ହେମା ମାଳିନୀ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ନିକଟରେ ହେମା ମାଳିନୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଧର୍ମେନ୍ଦ୍ରଙ୍କୁ ମନେ ପକାଇ ଖୁବ୍ ଇମୋସ୍ନାଲ ହୋଇଛନ୍ତି ।
ହେମା ମାଳିନୀ କହିଛନ୍ତି...
ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ, ହେମା ମାଳିନୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, 'ଧରମ ଜୀ ମୋ ପାଇଁ ବହୁତ କିଛି ଥିଲେ । ସେ ମୋ ପାଇଁ ଖୁବ୍ ଭଲ ସ୍ୱାମୀ ହେବା ସହ, ଦୁଇ ଝିଅ ଇଶା ଏବଂ ଆହାନାଙ୍କ ଭଲ ବନ୍ଧୁ ଥିଲେ । ଜଣେ ମାର୍ଗଦର୍ଶକ ଏବଂ ଜଣେ ଭଲ ପିତା ମଧ୍ୟ ଥିଲେ । ପ୍ରତ୍ୟେକ ଅସୁବିଧା ସମୟରେ ସେ ହିଁ ପ୍ରଥମ ବ୍ୟକ୍ତି ଯିଏ ମୋତେ ସାଥ୍ ଦେଇଥାନ୍ତି । ସେ ମୋ ପାଇଁ ସବୁ କିଛି ଥିଲେ । ଭଲ ହେଉ କି ଖରାପ, ସବୁ ସମୟରେ ତାଙ୍କର ସମର୍ଥନ ମୋ ପ୍ରତି ଥାଏ' ।
'ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ପରିବାରରେ ହସଖୁସିର ମାହୋଲ ସୃଷ୍ଟି କରେ । ମୋ ପରିବାରର ସମସ୍ତଙ୍କ ସହ ତାଙ୍କର ଖୁବ୍ ଭଲ ସମ୍ପର୍କ । ମିଷ୍ଠଭାସୀ ଓ ମିଶାଣିଆ ଗୁଣ ପାଇଁ ସେ ସମସ୍ତଙ୍କୁ ନିଜର କରିନେଇଥିଲେ । ତାଙ୍କର ଲୋକପ୍ରିୟତା ଏବଂ ସଫଳତା ସତ୍ତ୍ୱେ, ସର୍ବସାଧାରଣରେ ତାଙ୍କର ନମ୍ରତା ଓ ବନ୍ଧୁତ୍ୱପୂର୍ଣ୍ଣ ଆଚରଣ, ସେଲିବ୍ରିଟି ଏବଂ ପ୍ରଶଂସକମାନଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି' ।
ପ୍ରେମର ଆରମ୍ଭ
ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ପ୍ରେମ ଏକ ଫିଲ୍ମ ସେଟ୍ରେ ଆରମ୍ଭ ହୋଇଥିଲା । ବିବାହିତ ହେବା ସତ୍ତ୍ୱେ ହେମା ମାଳିନୀଙ୍କୁ ପସନ୍ଦ କରିବା ଆରମ୍ଭ କରିଥିଲେ ଧର୍ମେନ୍ଦ୍ର । ତାଙ୍କ ସହିତ ଅଧିକ ସମୟ ବିତାଇବା ପାଇଁ, ସେ ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରୁଥିଲେ । ହେମା ମାଳିନୀଙ୍କୁ ଫିଲ୍ମରେ ନେବା ପାଇଁ ପ୍ରଯୋଜକଙ୍କୁ ଚାପ ମଧ୍ୟ ପକାଉଥିଲେ । ସେଟ୍ରେ ଅଧିକ ସମୟ ବିତାଇବା ପରେ ହେମା ମାଳିନୀଙ୍କୁ ମଧ୍ୟ ଧୀରେ ଧୀରେ ଧର୍ମେନ୍ଦ୍ରଙ୍କୁ ପସନ୍ଦ କରିବା ଆରମ୍ଭ କରିଥିଲେ । କିନ୍ତୁ ଧର୍ମେନ୍ଦ୍ର ପୂର୍ବରୁ ବିବାହିତ ଥିଲେ, ତେଣୁ ସେ ଦ୍ୱିତୀୟ ବିବାହ ପାଇଁ ଇସଲାମ ଧର୍ମ ଗ୍ରହଣ କରିଥିଲେ।
📱 Get Argus News App
✨Related Topics
Explore more stories