Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବଲିଉଡ ସେଲିବ୍ରିଟି କେମିତି ପାଇଲେ ବିଦେଶୀ ନାଗରିକତା ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବଲିଉଡ ସେଲିବ୍ରିଟି କେମିତି ପାଇଲେ ବିଦେଶୀ ନାଗରିକତା ?

Key Points

ବଲିଉଡ ସେଲିବ୍ରିଟିଙ୍କ ବିଦେଶୀ ନାଗରିକତା
ପ୍ରଥମରେ ଅଛନ୍ତି ଏହି ଅଭିନେତ୍ରୀ

ବଲିଉଡ... ବଲିଉଡ ବିଷୟରେ ଜାଣିବା ପାଇଁ ସମସ୍ତଙ୍କର ଭାରି ଇଛା। କୁହାଯାଏ ବଲିଉଡ ହେଉଛି ମାୟାନଗରୀ। ସବୁ ସେଲିବ୍ରିଟି କଣ କରନ୍ତି, କେଉଁଠି କେଉଁଠି ସେମାନଙ୍କର ଘର ରହିଛି, ସେମାନଙ୍କର ପ୍ରିୟ ଜିନିଷ କଣ ସବୁ ଏମିତି ଅନେକ କଥା। ବଲିଉଡରେ ଏପରି ଅନେକ ଷ୍ଟାର ଅଛନ୍ତି, ଯେଉଁମାନେ ଭାରତରେ ଜନ୍ମ ହୋଇ ନାହାଁନ୍ତି । କିନ୍ତୁ ସେମାନେ ବଲିଉଡରେ କରନ୍ତି ରାଜ ।

ବଲିଉଡ୍‌ କୁଇନ୍‌ କାଟ୍ରିନା କୈଫ୍‌ । ତାଙ୍କର ଜନ୍ମ ହଂକଂରେ ହୋଇଥିଲା । ତାଙ୍କା ମାତା ପିତା କାଶ୍ମୀର ଏବଂ ବ୍ରିଟିଶ । ଅଭିନେତ୍ରୀଙ୍କ ମାଆଙ୍କ କାରଣରୁ କ୍ୟାଟଙ୍କ ପାଖରେ ରହିଛି ବ୍ରିଟିଶ ନାଗରିକତା ।ଲିଷ୍ଟରେ ସାମିଲ ଅଛନ୍ତି ବଲିଉଡର ଟପ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ । ଅଭିନେତ୍ରୀଙ୍କ ଜନ୍ମ ଭାରତରେ ନୁହେଁ, ଡେନମାର୍କରେ ହୋଇଥିଲା । ତେଣୁ ତାଙ୍କ ପାଖରେ ଡେନମାର୍କ ପାସପୋର୍ଟ ଅଛି। ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ବଲିଉଡରେ ଅନେକ ପ୍ରସିଦ୍ଧ ପ୍ରୋଜେକ୍ଟରେ କାମ କରିଛନ୍ତି । ତାଙ୍କ ପାଖରେ ଶ୍ରୀଲଙ୍କାର ପାସପୋର୍ଟ ଅଛି।

ଆଲିଆ ଭଟ୍ଟ । ସେ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଏବଂ ସୋନି ରାଜଦାନଙ୍କ ଝିଅ। ତାଙ୍କ ମାଆ ସୋନି ବ୍ରିଟିଶ ବଂଶୋଦ୍ଭବ ଏବଂ ତାଙ୍କ ପାଖରେ ବ୍ରିଟିଶ ପାସପୋର୍ଟ ଅଛି । ଆଲିଆଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା । କିନ୍ତୁ ତାଙ୍କ ମାଆଙ୍କ ଯୋଗୁଁ ତାଙ୍କ ପାଖରେ ବ୍ରିଟିଶ ପାସପୋର୍ଟ ଅଛି।ଆମେରିକୀୟ-କାନାଡିଆନ ଅଭିନେତ୍ରୀ ସନ୍ନି ଲିଓନି । ସେ ଭାରତରେ ଜନ୍ମ ହୋଇଥାଇପାରନ୍ତି । କିନ୍ତୁ ସନ୍ନି ଲିଓନିଙ୍କ ପାଖରେ କାନାଡା ଏବଂ ଆମେରିକାର ଦ୍ୱୈତ ନାଗରିକତା ଏବଂ ପାସପୋର୍ଟ ଅଛି। ନର୍ଗିସ ଫଖରୀ ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି । ଅଭିନେତ୍ରୀ ଆମେରିକାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପାଖରେ ଆମେରିକୀୟ ନାଗରିକତା ଅଛି।

ଆମିର ଖାନଙ୍କ ଭଣଜା ଏବଂ ଜାନେ ତୁ ୟା ଜାନେ ନା ଅଭିନେତା ଇମ୍ରାନ ଖାନ । ସେ ଭାରତରେ ନୁହେଁ ବରଂ ଆମେରିକାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପାଖରେ ଆମେରିକୀୟ ନାଗରିକତା ଅଛି। ଏପରି ଅନେକ ସେଲିବ୍ରିଟି ଅଛନ୍ତି, ଯେଉଁମାନଙ୍କର ବିଦେଶୀ ନାଗରିକତା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
how-bollywood-actors-like-alia-bhatt-katrina-kaif-and-others-hold-foreign-citizenship | Argus News