Videos
|
Entertainment

ଏବେ ବି ଗୁଆଘିଅ ଗୀତରୁ ଟଙ୍କା ଆସୁଛି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଏବେ ବି ଗୁଆଘିଅ ଗୀତରୁ ଟଙ୍କା ଆସୁଛି

Key Points

୩ ବର୍ଷ ତଳେ ଗୀତ ଅପଲୋଡ କରିଥିଲେ

ଏବେ ବି ଗୁଆଘିଅ ଗୀତରୁ ଟଙ୍କା ଆସୁଛି

୧୧୬ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି

ୟୁଟ୍ୟୁବ କମେଡି ଜଗତରେ ଏକ ଚର୍ଚ୍ଚିତ ଚେହେରା ଅନୁଗୁଳିଆ ବଣ୍ଟି , ପୁରା ନାମ ବଣ୍ଟି ରଥ ସାମଲ। ଗୁଆ ଘିଅ ଗୀତରେ ଡ୍ୟାନସ ହେଉକି , ଡାଲେମା କମେଡିର 'ଲବ୍‌' ସଂଳାପ , ଯିଏ ଶୁଣିଛି ଦେଖିଛି ସିଏ ନିଶ୍ଚୟ ହସିହସି ବେଦମ ହୋଇଛି । କହିବାର ଶୈଳି ଆଉ ଅଭିନୟର ଭଙ୍ଗି ପାଇଁ ସେ ତିଆରି କରିଛନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ। ଅନ୍ୟ ୟୁଟ୍ୟୁବ କଳାକାରଙ୍କ ପାଇଁ ପାଲଟିଛନ୍ତି ଉଦାହରଣ


ପ୍ରଥମେ ପ୍ରଥମେ ଅନୁଗୁଳିଆ ଭାଷାକୁ ନେଇ କମେଡି କରୁଥିବାରୁ କିଛି ଲୋକ ତାଙ୍କୁ ଫୋନ କଲରେ ଧମକ ଦେଇଥିଲେ। ଏନେଇ ସେ ଓକିଲଙ୍କ ସହ ପରାମର୍ଶ କରିଥିଲେ। ତାଙ୍କ ଫନି ଅନୁଗୁଳିଆ ଚ୍ୟାନେଲରେ ଅପଲୋଡ ହୋଇଥିବା ଗୁଆଘିଅ ଗୀତ ଏପର୍ଯ୍ୟନ୍ତ ୧୧୬ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି। ଓଡ଼ିଶା ସମେତ ବାହାର ରାଜ୍ୟର ଲୋକ ଏହି ଗୀତ ଦେଖିଛନ୍ତି । ୩ ବର୍ଷ ତଳେ ଏହି ଗୀତ ଅପଲୋଡ କରିଥିଲେ। ଯେଉଁ ଗୀତରୁ ଏବେ ବି ଟଙ୍କା ଆସୁଥିବା ଅର୍ଗସ ପଡକାଷ୍ଟରେ କହିଛନ୍ତି ବଣ୍ଟି। ଗୀତର କନସେପ୍ଟକୁ ନେଇ କହିଛନ୍ତି, ପୁଅ ମୋର କୁଳାଙ୍ଗାର ଶୀର୍ଷକରେ ଏକ କମେଡି ଭିଡିଓ ତିଆରି କରିଥିଲେ , ଯାହାର ଡାଇଲଗରୁ ଏହି ଗୀତ ପାଇଁ ସେ ଧାଡି ପାଇଥିଲେ । ଏବେ ପର୍ଯ୍ୟନ୍ତ ଗୁଆ ଘିଅ ଗୀତରୁ ୨୦ ରୁ ୩୦ ଲକ୍ଷ ଟଙ୍କା ଆୟ ହୋଇଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ଦେଖି ତାଙ୍କ ଅଭିନୟରେ ଅନୁପ୍ରାଣିତ ହୋଇ ଅଭିନୟ କରିବାକୁ ମନ ବଳାଇଥିଲେ ବଣ୍ଟି । ଏକ ଘରୋଇ ଚ୍ୟାନେଲର ରିୟଲିଟି ଶୋ ରେ ତାଙ୍କୁ ପପୁ ପମ୍‌ପମ୍‌ ରିଜେକ୍ଟ କରିଥିଲେ । ପରେ ତାଙ୍କ ସହିତ ସିନେମାରେ ଅଭିନୟ କରିବାର ସୁଯୋଗ ପାଇଥିଲେ ବଣ୍ଟି।

how-much-money-did-bunty-get-in-gua-ghia-songs | Argus News