ମାସକୁ କେତେ ଟଙ୍କା ରୋଜଗାର କରନ୍ତି ବ୍ଲଗର ଲବ ହାଁସଦା ?

Key Points
ମାସକୁ କେତେ ଟଙ୍କା ରୋଜଗାର କରନ୍ତି ବ୍ଲଗର ଲବ ହାଁସଦା ?
ବୁଲି ସାରିଲେଣି କେତେ ଦେଶ ?
ଅର୍ଗସ ପଡକାଷ୍ଟରେ କହିଲେ ସଂଘର୍ଷ ଓ ସଫଳତା କଥା
ଅର୍ଗସ ବ୍ୟୁରୋ: ମାସକୁ କେତେ ଟଙ୍କା ରୋଜଗାର କରନ୍ତି ମୁଁ ଟ୍ରାଭେଲର ୟୁଟ୍ୟୁବ ଚ୍ୟାନେଲର ବ୍ଲଗର ଲବ ହାଁସଦା ? ମାସକୁ ଏମିତି କେତେ ଟଙ୍କା ରୋଜଗାର କରନ୍ତି ଯେ, ଯେଉଁଥିପାଇଁ ସେ ଦେଶରୁ ଦେଶକୁ ବୁଲି ବ୍ଲଗ୍ କରୁଛନ୍ତି । ଏହି ପ୍ରଶ୍ନ ଏବେ ଅଧିକାଂଶ ଲୋକଙ୍କ ମନରେ ରହିଛି । ସାଧାରଣତଃ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ବୁଲାବୁଲି କରିବାକୁ ଗଲେ ଆମକୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ହେଲେ ବ୍ଲଗର ଲବ ହାଁସଦା ଦେଶରୁ ଦେଶକୁ ବୁଲି ବ୍ଲଗ କରୁଛନ୍ତି। ଟେଙ୍ଗେରେ ଟେଙ୍ଗେ ଭଳି ସୋସିଆଲ ମିଡିଆ ସେନସେସନଙ୍କୁ ଭେଟି ତାଙ୍କ ସହ ଭିଡିଓ କରୁଛନ୍ତି। ଏଥିପାଇଁ ସେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ଆଉ କେତେ ଟଙ୍କା ଲାଭ କରୁଛନ୍ତି ଏନେଇ ଜାଣିବା ପାଇଁ ବହୁ ଲୋକଙ୍କ ମଧ୍ୟରେ ଉତ୍ସୁକତା ରହିଛି।
ନିକଟରେ ଅର୍ଗସର ପଡକାଷ୍ଟ , କିଛି କଥା କିଛି ବାର୍ତ୍ତାରେ ଏହା ଉପରୁ ପରଦା ହଟାଇଛନ୍ତି ବ୍ଲଗର ଲବ ହାଁସଦା । ଏଥିରେ ସେ ନିଜ ସଂଘର୍ଷ ଓ ସଫଳତାର କାହାଣୀ କହିଛନ୍ତି। ଆଗରୁ ଲବ ହାଂସଦା ସାନ୍ତାଳୀ ଭାଷାରେ ବ୍ଲଗ କରୁଥିଲେ। । ପରେ ସେ ଆରମ୍ଭ କରିଥିଲେ ମୁଁ ଟ୍ରାଭେଲର ନାମରେ ଏକ ଓଡ଼ିଆ ବ୍ଲଗିଂ ୟୁଟ୍ୟୁବ ଚ୍ୟାନେଲ। ମୁଁ ଟ୍ରାଭଲର ଓଡ଼ିଆ ୟୁଟ୍ୟୁବ ଚ୍ୟାନେଲରେ ସେ ମାସକୁ ୨୦ ରୁ ୨୫ ଟି ଭିଡିଓ ପକାଇଥାନ୍ତି। ସେହିଭଳି ସାନ୍ତାଳୀ ଚ୍ୟାନେଲ ବ୍ଲଗର ଲବ ହାଁସଦା ଚ୍ୟାନେଲରେ ୧୫ ରୁ ୨୦ ଟି ଭିଡିଓ ଅପଲୋଡ କରିଥାନ୍ତି। ଗୋଟିଏ ବର୍ଷ ମଧ୍ୟରେ ତାଙ୍କ ଚ୍ୟାନେଲ ମୁଁ ଟ୍ରାଭେଲରରେ ୧୧ ଲକ୍ଷରୁ ଅଧିକ ସବସ୍କ୍ରାଇବର ରହିଥିବା ବେଳେ ସାନ୍ତାଳୀ ଚ୍ୟାନେଲ ବ୍ଲଗର ଲବ ହାଁସଦା ଚ୍ୟାନେଲରେ ୬ ଲକ୍ଷ ୪୯ ହଜାରରୁ ଅଧିକ ସବସ୍କ୍ରାଇବର ରହିଛନ୍ତି। ସେ ଏବେ ମଧ୍ୟରେ ପ୍ରାୟ ୪୦ ରୁ ଅଧିକ ଦେଶ ବୁଲି ସେଠାକାର ସଂସ୍କୃତି, ଚାଲିଚଳଣି, ଖାଦ୍ୟ, ପୋଷାକ ବେଷଭୁଷାକୁ ନେଇ ଭିଡିଓ କରି ସାରିଲେଣି। ଯାହାକୁ ଲକ୍ଷଲକ୍ଷ ସଂଖ୍ୟାରେ ଲୋକମାନେ ଦେଖି ସାରିଛନ୍ତି।
📱 Get Argus News App
✨ବିଦେଶରେ ଯାଇ ଭିଡିଓ କରିବା ପାଇଁ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡେ ବୋଲି କୁହନ୍ତି ବ୍ଲଗର ଲବ ହାଁସଦା। ସେ ଏକ ଅନୁଭୂତି କୁ ନେଇ କହିଛନ୍ତି , ସେ ଯେତେବେଳେ ଆଫଗାନିସ୍ତାନରେ କାରରେ ଯାତ୍ରା ସମୟରେ ଏକ ଭିଡିଓ କରୁଥିଲେ ସେତେବେଳେ ତାଙ୍କ କାରରେ ବସିଥିଲେ ୩ ଜଣ ତାଲିବାନ ସଦସ୍ୟ। ସେଠାରେ ସେମାନେ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ କହିଥିବା ସେ ପଡକାଷ୍ଟରେ ପ୍ରକାଶ କରିଛନ୍ତି। ସେ ଭିଡିଓ କରିବା ପାଇଁ ସ୍କ୍ରିପ୍ଟ ଠାରୁ ନେଇ କ୍ୟାମେରା ପରିଚାଳନା, ଏଡିଟିଂ ପର୍ଯ୍ୟନ୍ତ ନିଜେ କରିଥାନ୍ତି। ବେଳେବେଳେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯାଇ ଭିଡିଓ କରିବାକୁ ନିଜ ପ୍ରଶଂସକ , ସମ୍ପର୍କୀୟଙ୍କ ଠାରୁ ଆର୍ଥିକ ସାହାର୍ଯ୍ୟ ନେବାକୁ ପଡୁଥିଲା। ଏବେ ସବସ୍କ୍ରାଇବର ବଢିବା ପରେ ଦୁଇଟି ଚ୍ୟାନେଲରୁ ତାଙ୍କୁ ମାସକୁ ପ୍ରାୟ ଦେଢ ଲକ୍ଷ ଟଙ୍କା ରୋଜଗାର ହେଉଛି। ଯାହାକୁ ସେ ଟ୍ରାଭେଲିଙ୍ଗରେ ବିନିଯୋଗ କରୁଛନ୍ତି ବୋଲି କହିଛନ୍ତି।