ସଞ୍ଜୟଙ୍କ ଫିଲ୍ମରେ ଡେବ୍ୟୁ କରିବେ ଅଲ୍ଲୁ

ଅର୍ଗସ ବ୍ୟୁରୋ: ବଲିଉଡରେ ଏଣ୍ଟ୍ରି କରିବେ ପୁଷ୍ପରାଜ। ଫ୍ୟାନ୍ସଙ୍କ ମହଲରେ ଖୁସିର ମାହୋଲ ଦେଖିବାକୁ ମିଳିଲାନି। କୁହାଯାଉଛି କି ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମରେ ନଜର ଆସିବେ ଅଲ୍ଲୁ। ତେଲୁଗୁ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ। ନିକଟରେ ଅଲ୍ଲୁ ମୁମ୍ବାଇରେ ନଜର ଆସିଥିଲେ। ଏହି ସମୟରେ ଅଲ୍ଲୁ ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କୁ ଭେଟିଥିଲେ। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଅଲ୍ଲୁଙ୍କୁ ସଞ୍ଜୟଲୀଲା ଭନସାଲୀଙ୍କ ଅଫିସ୍ ସାମ୍ନାରେ ଦେଖିବାକୁ ମିଳିଥିଲେ ।
ସଞ୍ଜୟ ତାଙ୍କୁ କୌଣସି ବଲିଉଡ୍ ଫିଲ୍ମରେ ବ୍ରେକ୍ ଦେଇ ପାରନ୍ତି ବୋଲି ପ୍ରଶଂସକମାନେ ଅନୁମାନ କରୁଛନ୍ତି। ତେବେ ସନ୍ଧ୍ୟା ଥିଏଟର୍ ମାମଲା ପରେ ଅଲ୍ଲୁ ଏକ ଲମ୍ବା ବ୍ରେକ୍ ନେଇଛନ୍ତି। ବୋଧ ହୁଏ ଏହି ସମୟରେ ସେ ବଲିଉଡରେ ଡେବ୍ୟୁ ପାଇଁ ନିଜକୁ ପ୍ରସ୍ତୁତ କରିପାରନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେ ସେ ସଞ୍ଜୟଙ୍କୁ ଅଲ୍ଲୁ ଭେଟିଛନ୍ତି । ଗତ ବର୍ଷ ମଧ୍ୟ ଦୁହେଁ ସାକ୍ଷାତ କରିଥିଲେ। ତେବେ ଅଲ୍ଲୁ କେଉଁ ପ୍ରୋଜେକ୍ଟ ପାଇଁ ଭନସାଲୀଙ୍କୁ ଭେଟିଛନ୍ତି । ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି । ଅଲ୍ଲୁଙ୍କ ଅଭିନୀତ ‘ପୁଷ୍ପା-୨’ ବକ୍ସ ଅଫିସରେ ବ୍ଲକ୍ ବଷ୍ଟର୍ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ହିଁ ଅଲ୍ଲୁ ବିବାଦ ମଧ୍ୟରେ ଛନ୍ଦି ହୋଇପଡିଥିଲେ।
📱 Get Argus News App
✨ଏହା ତାଙ୍କ କ୍ୟାରିୟରର ପ୍ରଥମ ଫିଲ୍ମ, ଯେଉଁଥିପାଇଁ ତାଙ୍କୁ ଅନେକ ବାଦ ବିବାଦରେ ଘେରି ରହିଥିଲେ । ସନ୍ଧ୍ୟା ଥିଏଟର୍ ଦଳାଚକଟା ମାମଲାରେ ତାଙ୍କୁ ଜାମିନ ମିଳିଥିଲା । ଭନସାଲୀ ଏବେ 'ଲଭ୍ ଆଣ୍ଡ୍ ୱାର୍' ଉପରେ କାମ କରୁଛନ୍ତି। ରଣବୀର କପୁର, ଆଲିଆ ଭଟ୍ଟ ଏବଂ ବିକି କୌଶଲ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି। କୁହାଯାଉଛି ଯେ ଅଲ୍ଲୁ ଏହି ଫିଲ୍ମରେ କ୍ୟାମିଓ କରିପାରନ୍ତି। ଯାହାକୁ ନେଇ ସବୁଠି ଚର୍ଚ୍ଚା। ଫ୍ୟାନ୍ସବି ଅଲ୍ଲୁଙ୍କୁ ଦେଖିବାକୁ ଅପେକ୍ଷା କରି ରହିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: