Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୃତ୍ୟୁ ପୂର୍ବରୁ ଶାହାରୁଖଙ୍କୁ କଣ କହିଥିଲେ ଦିବ୍ୟା ?

Entertainment

ମୃତ୍ୟୁ ପୂର୍ବରୁ ଶାହାରୁଖଙ୍କୁ କଣ କହିଥିଲେ ଦିବ୍ୟା ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମୃତ୍ୟୁ ପୂର୍ବରୁ ଶାହାରୁଖଙ୍କୁ କଣ କହିଥିଲେ ଦିବ୍ୟା ?

୫ ଏପ୍ରିଲ ୧୯୯୩.. ୫ ମହଲାରୁ ପଡି ଦିବ୍ୟା ଭାରତୀଙ୍କର ହୋଇଥିଲା ମୃତ୍ୟୁ। ଏବେବି ଏ କଥା ବିଶ୍ୱାସ କରିହେଉନାହିଁ କି ଦିବ୍ୟା ଭାରତୀ ଆମ ଗହଣରେ ଆଉ ନାହାନ୍ତି। ମାତ୍ର ୧୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ବଲିଉଡରେ ୧୨ଟି ଫିଲ୍ମରେ କାମ କରିବାର ସୁଯୋଗ ପାଇଥିଲେ ଦିବ୍ୟା। ଆଗକୁ ତାଙ୍କ ପାଖରେ ବଡ ବଡ ପ୍ରୋଜେକ୍ଟରେ କାମ କରିବାର ଥିଲା। ହେଲେ ସମୟ ବଡ ଅବିବେକି... ଦର୍ଶକଙ୍କ ହୃଦୟ ଜିଣୁଥିବା ଏବଂ ବଡ ବଡ ସ୍ୱପ୍ନ ଦେଖୁଥିବା ମଣିଷଟାକୁ ହଠାତ ଛଡାଇନେଲା।

ବଲିଉଡର ସବୁଠାରୁ ଚଞ୍ଚଳ ଏବଂ ଟ୍ୟାଲେଣ୍ଡଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦିବ୍ୟା ଭାରତୀ। ତାଙ୍କର ଆକସ୍ମିକ ମୃତ୍ୟୁ କେବଳ ଚଳଚ୍ଚିତ୍ର ଜଗତକୁ ନୁହେଁ ବରଂ ସମଗ୍ର ଦେଶକୁ ମର୍ମାହତ କରିଥିଲା। ଦିବ୍ୟାଙ୍କ ମାସୁମିୟତ ଏବଂ ସ୍କ୍ରିନ ପ୍ରେଜେନ୍ସକୁ ତାଙ୍କ ପ୍ରଶଂସକ ଏବଂ ସହ-ଅଭିନେତାମାନେ ଏବେ ବି ମନେ ରଖିଛନ୍ତି। କିନ୍ତୁ ଦୀର୍ଘ ବର୍ଷ ପରେ ଦିବ୍ୟାଙ୍କ ବିଷୟରେ କିଛି ଏଭଳି କହିଛନ୍ତି ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ। ଯାହା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମୃତ୍ୟୁ ପୂର୍ବରୁ ଶାହାରୁଖଙ୍କୁ ଏମିତି କିଛି କହିଥିଲେ ଦିବ୍ୟା। ଯାହା ଭାଇରାଲ ହେଉଛି। ଦିୱାନା’ରେ ଦିବ୍ୟାଙ୍କ ସହ ନଜର ଆସିଥିଲେ କିଙ୍ଗ ଖାନ୍‌।ଶାହରୁଖ ଖାନ, ଯିଏ ତାଙ୍କ ଡେବ୍ୟୁ ଫିଲ୍ମ ‘ଦିୱାନା’ରେ ଦିବ୍ୟାଙ୍କ ସହିତ ନଜର ଆସିଥିଲେ, ସେ ପ୍ରାୟତଃ ତାଙ୍କୁ ସ୍ନେହରେ ମନେ ପକାନ୍ତି।


ଏକ ପୁରୁଣା ସାକ୍ଷାତକାରରେ, ଶାହରୁଖ ଦିବ୍ୟାଙ୍କୁ ଜଣେ ‘ଆମେଜିଂ’ ଅଭିନେତ୍ରୀ ବୋଲି କହିଥିଲେ ଏବଂ ସ୍ବୀକାର କରିଥିଲେ ଯେ ସେ ତାଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲେ। ଶାହରୁଖ ନିଜକୁ ଜଣେ ଗମ୍ଭୀର ଏବଂ ଚିନ୍ତାଶୀଳ ଅଭିନେତା ବୋଲି ଭାବୁଥିଲେ, ଦିବ୍ୟା ଜଣେ ମଜାଳିଆ ଏବଂ ଉତ୍ସାହୀ ପ୍ରକାରର ବ୍ୟକ୍ତି ଥିଲେ।ଏନଡିଟିଭି ସହିତ ଏକ ସାକ୍ଷାତକାରରେ, କିଙ୍ଗ ଖାନ ଦିବ୍ୟାଙ୍କ ସହ ଜଡିତ ଏକ କାହାଣୀ ଶେୟାର କରି କହିଥିଲେ, ‘ଆମେ ସି ରକ ହୋଟେଲ ବାହାରେ ଥିଲୁ। ଦିବ୍ୟା ମୋତେ ଚାହିଁ କହିଲେ, ‘ତୁମେ କେବଳ ଜଣେ ଅଭିନେତା ନୁହଁ, ତୁମେ ଏକ ପ୍ରତିଷ୍ଠାନ ବା ଇନଷ୍ଟିଚ୍ୟୁଶନ।’ ଏହା ମୋ ହୃଦୟକୁ ଛୁଇଁଲା। ସେତେବେଳେ ମୁଁ ଅନୁଭବ କଲି ଯେ ସେ କେତେ ସ୍ବତନ୍ତ୍ର ଥିଲେ।

ଦିବ୍ୟାଙ୍କ ମୃତ୍ୟୁ ଖବର ଶାହରୁଖଙ୍କୁ ଗଭୀର ଆଘାତ ଦେଇଥିଲା। ସେତେବେଳେ ସେ ଦିଲ୍ଲୀରେ ଥିଲେ ଏବଂ ତାଙ୍କର ଗୀତ ‘ଐସି ଦିୱାଙ୍ଗୀ’ ସବୁଠି ଚର୍ଚ୍ଚା ହେଉଥିଲା। ଅଭିନେତା କହିଛନ୍ତି, ‘ସକାଳେ ଉଠିବା ପରେ ଖବର ଆସିଲା ଯେ ଦିବ୍ୟା ଆଉ ନାହାନ୍ତି। ସେ ଝରକାରୁ ପଡ଼ିଯାଇଛନ୍ତି। ଏହା ମୋ ପାଇଁ ଏକ ବଡ଼ ଝଟକା ଥିଲା, କାରଣ ମୁଁ ଭାବୁଥିଲି ଆମକୁ ଏକାଠି ଆହୁରି ଫିଲ୍ମ କରିବାକୁ ପଡିବ।’ ଅଭିନେତ୍ରୀଙ୍କ ମୃତ୍ୟୁରେ କିଙ୍ଗ ଖାନଙ୍କ ସହିତ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରି ମର୍ମାହତ ହୋଇଥିଲା। ଆଜି ବି ଦିବ୍ୟା ଭାରତୀଙ୍କ ମୃତ୍ୟୁ ଏକ ରହସ୍ୟ ହୋଇ ରହିଯାଇଛି। ଆଜିବି ତାଙ୍କ ମୃତ୍ୟୁ ରହସ୍ୟରେ ରହିଛି। ସେ କିପରି ବିଲ୍ଡିଂରୁ ପଡ଼ିଥଲେ ତାହା ଆଜିବି ଅସ୍ପଷ୍ଟ। ପାଖାପାଖି ପାଞ୍ଚ ବର୍ଷ ପୋଲିସ ତଦନ୍ତ କରିବା ପରେ ପୋଲିସକୁ କୌଣସି ତଥ୍ୟ ମିଳିନଥିଲା। ଦିବ୍ୟା ୧୯୯୨ରେ ଫିଲ୍ମ ନିର୍ମାତା ସାଜିଦ ନିଡଆୱାଲାଙ୍କୁ ବିବାହ କରିଥିଲେ। ବିବାହକୁ ବର୍ଷେ ନପୁରୂଣୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
how-shah-rukh-khan-got-to-know-about-divya-bhartis-death-i-was-sleeping-in-delhi-and | Argus News