ଦର୍ଶକଙ୍କ ମନ କିଣିଲେ ହ୍ରିତିକଙ୍କ ପୁଅ, ଫ୍ୟାନ୍ସ କହିଲେ ଆଗାମୀ ନ୍ୟାସନାଲ କ୍ରସ ହ୍ରିଦାନ

ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ହ୍ୟାଣ୍ଡସମ ହିରୋ ହ୍ରିତିକ୍ ରୋଶନଙ୍କ ପୁଅ ହ୍ରିଦାନ୍ ରୋଶନ । ଗତ ରବିବାର ଦିନ ରୋଶନ ପରିବାରର ସକ୍ସେସ୍ ପାର୍ଟିରେ ନଜର ଆସିଥିଲେ ହ୍ରିଦାନ୍ । ସେତେବେଳେ ହ୍ରିଦାନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । କାରଣ ହ୍ରିଦାନ ଗଣମାଧ୍ୟମ ସାମ୍ନାକୁ ଖୁବ କମ ଆସନ୍ତି । କିନ୍ତୁ ସେଦିନ ସେ ଅଧିକ ସମୟ ଧରି ପାପ୍ପାରାଜିକୁ ପୋଜ୍ ଦେଇଥିଲେ । ଯେଉଁ ଭିଡିଓ ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ତାଙ୍କ ଭିଡିଓରେ ୟୁଜର୍ସମାନେ ହ୍ରିଦାନଙ୍କ ଦିୱାନା ହୋଇ ଯାଇଛନ୍ତି । ୟୁଜର୍ସ ଲେଖିଛନ୍ତି, "ହ୍ରିଦାନ ଆଗାମୀ ନ୍ୟାସନାଲ କ୍ରସ ହେବାକୁ ଯାଉଛି" । ସେହିପରି ଆଉ ଜଣେ ଲେଖିଛନ୍ତି, "ହ୍ୟାଣ୍ଡସମର ପୁଅ ହ୍ୟାଣ୍ଡସମ ହିଁ ହେବ । "
ହ୍ରିତିକ ରୋଶନ ନିଜର ଲୁକ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କୁ ନ୍ୟାସନାଲ କ୍ରସ ବୋଲି କୁହାଯାଏ । କିନ୍ତୁ ବର୍ତ୍ତମାନ ଦର୍ଶକଙ୍କ ଧ୍ୟାନ ତାଙ୍କଠାରୁ ହଟି ତାଙ୍କ ସାନପୁଅ ହ୍ରଦାନଙ୍କ ଉପରେ ପଡିଛି । ୧୬ ବର୍ଷୀୟ ହ୍ରିଦାନ ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
ନେଟଫ୍ଲିକ୍ସରେ "ଦ ରୋଶନ୍ସ ଡକ୍ୟୁମେଣ୍ଟାରୀ"ର ସକ୍ସେସ ପାର୍ଟିରେ ରୋଶନ ପରିବାରର ସମସ୍ତ ସଦସ୍ୟ ନଜର ଆସିଥିଲେ । ତେବେ ହ୍ରିଦାନଙ୍କ କଥା ଯଦି କୁହାଯାଏ , ସେ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲ"ରେ ପଢୁଛନ୍ତି ।
