Humane Sagar / କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ: ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର

Key Points
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ। ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ସେ କିଡନୀ ଓ ଲିଭର୍ ଜନୀତ ସମସ୍ୟାରେ ପୀଡ଼ିତ ଥିଲେ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ସ୍ବାସ୍ଥ୍ୟଅବସ୍ଥା ଆହୁରି ବିଗିଡିବାରୁ ହ୍ୟୁମାନ୍ ସାଗରଙ୍କୁ ଏମ୍ସରେ ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ଵାସ୍ଥ୍ୟାବସ୍ଥା ଖରାପ ହେବାରୁ କଟକରୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ସେ କିଡନୀ ଓ ଲିଭର୍ ଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି । ଯେଉଁଥିପାଇଁ ହ୍ୟୁମାନ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ହ୍ୟୁମାନ ସାଗରଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।
ହ୍ୟୁମାନଙ୍କ ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା । ସେ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଅଭିଜିତ ସ୍ନାୟୁ ଜନିତ ରୋଗରେ ପୀଡ଼ିତ ଅଛନ୍ତି । ତାଙ୍କର ନିମୋନିଆ ସହିତ ଫୁସଫୁସରେ ସଂକ୍ରମଣ ରହିଛି । ସେପ୍ଟେମ୍ବର ୨୫ ତାରିଖରେ ଅଭିଜିତ ମଜୁମଦାରଙ୍କୁ ଆଇସିୟୁରୁ ଓ୍ବାର୍ଡକୁ ସିଫ୍ଟ କରାଯାଇଥିଲା । ପୁଣି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ରହିଛି ।
କିଛି ଦିନ ପୂର୍ବରୁ ମଧ୍ୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ମଧ୍ୟ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଏସବୁକୁ ଦେଖି ଫ୍ୟାନ୍ସମାନଙ୍କୁ ବଡ଼ ଝଟକା ଲାଗିଛି । ଖାଲି ଓଲିଉଡ୍ ନୁହେଁ ବଲିଉଡ଼ରେ ମଧ୍ୟ ଅନେକ ବଡ଼ ବଡ଼ ଷ୍ଟାରଙ୍କ ଦେହ ଅସୁସ୍ଥ ହେବାରେ ଲାଗିଛି ।
କିଛି ଦିନ ପୂର୍ବରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ ଅଭିନେତା ଧର୍ମେନ୍ଦ୍ର। ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାର ଖବର ସାମ୍ନାକୁ ଆସିଥିଲା। ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭୦ ଏବଂ ୮୦ ଦଶକର ଶ୍ରେଷ୍ଠ ଅଭିନେତାଙ୍କ ମଧ୍ୟରେ ଧର୍ମେନ୍ଦ୍ର ଥିଲେ। ଏହି ବୟସରେ ମଧ୍ୟ ସେ ଚଳଚ୍ଚିତ୍ରରେ ସକ୍ରିୟ ଅଛନ୍ତି। ତାଙ୍କ ଚଳଚ୍ଚିତ୍ର ବ୍ୟତୀତ, ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଏବଂ ତାଙ୍କ ପ୍ରଶଂସକଙ୍କ ସହ ଯୋଡ଼ି ହୋଇରହନ୍ତି। ସେ ତାଙ୍କ ସମୟରେ ଅନେକ ଉଲ୍ଲେଖନୀୟ ଚଳଚ୍ଚିତ୍ର ଦେଇଛନ୍ତି। ସେ ତାଙ୍କ ପ୍ରଶଂସକଙ୍କଠାରୁ “ହି-ମ୍ୟାନ୍” ଟ୍ୟାଗ୍ ମଧ୍ୟ ଅର୍ଜନ କରିଛନ୍ତି।
ତା'ସହ ବଲିଉଡ଼ ଅଭିନେତା ଗୋବିନ୍ଦାଙ୍କୁ ନେଇ ଚିନ୍ତାଜନକ ଖବର ସାମ୍ନାକୁ ଆସିଥିଲା । ବଲିଉଡ୍ ଅଭିନେତା ଗୋବିନ୍ଦା ଅସୁସ୍ଥ । ତାଙ୍କୁ ମୁମ୍ବାଇର ଜୁହୁସ୍ଥିତ କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ରାତିରେ ଗୋବିନ୍ଦା ହଠାତ୍ ଅଚେତ ହୋଇ ପଡିଥିଲେ । ଫୋନରେ ଡାକ୍ତରଙ୍କ ସହ ପରାମର୍ଶ କରି ତାଙ୍କୁ ତୁରନ୍ତ ଔଷଧ ଦିଆଯାଇଥିଲା । ଏହାପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଛି । ।
📱 Get Argus News App
✨Related Topics
Explore more stories