Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଦ୍ବିତୀୟ ଥର ପାଇଁ ପୁଣି ମାଆ ହେବେ ଇଲିଆନା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଦ୍ବିତୀୟ ଥର ପାଇଁ ପୁଣି ମାଆ ହେବେ ଇଲିଆନା

ଦ୍ବିତୀୟ ଥର ପାଇଁ ପୁଣି ମାଆ ହେବେ ଇଲିଆନା ଡିକ୍ରୁଜ୍ । ସୋସିଆଲ ମିଡିଆରେ ନିଜର ଏକ ଫଟୋ ଶେୟାର କରି ନିଜ ଫ୍ୟାନ୍ସମାନଙ୍କୁ କନଫର୍ମ କରିଛନ୍ତି ଇଲିଆନା । ନିଜ ଷ୍ଟୋରୀରେ କୁରକୁରି ଏବଂ ଚିପ୍ସର ଫଟୋ ରଖି ସେ କ୍ୟାପସନରେ ଲେଖିଛନ୍ତି, ନିଜେ ଗର୍ଭବତୀ ଅଛ ବୋଲି କାହାକୁ ମୁହଁରେ ନକହି , ଜଣାଅ ଯେ ତୁମେ ଗର୍ଭବତି ଅଛି । ଯେଉଁଥିରେ ସେ ଗର୍ଭବତୀ ଥିବା ସ୍ପଷ୍ଟ କରିଛନ୍ତି । ଇଲିଆନା ମାଇକେଲ ଡୋଲେନଙ୍କୁ ବିବାହ କରିଥିଲେ । ଯାହାର ଖବର କାହାକୁ ଜଣାନଥିଲା । ଏବଂ ହଠାତ ପ୍ରେଗନାଣ୍ଟ ଥିବା ଶେୟାର କରିଥିଲେ ।


ବିବାହର ମାତ୍ର କିଛି ମାସ ଭିତରେ ପ୍ରେଗନେଣ୍ଟ ଥିଲେ ଇଲିଆନା । ପରେ ପୁଣି ପୁଅ ଜନ୍ମକରିଥିବାର ଖୁସି ଶେୟାର କରଥିଲେ । ପୂର୍ବଥର ସେ ନିଜର ବେବିବମ୍ପର ଫଟୋ ଶେୟାର କରିଥିବା ବେଳେ ଏଥର ସେପରି କୌଣସି ଫଟୋ ପୋଷ୍ଟ କରି ନାହାନ୍ତି । କିନ୍ତୁ ନିଜ ଷ୍ଟୋରୀରେ ଏମିତି ଲେଖି କ୍ୟାପସନ ଦେଇଥିବାରୁ ଫ୍ୟାନ୍ସମାନେ ନିଶ୍ଚିନ୍ତ ଯେ ପୁଣିଥରେ ପ୍ରେଗନେଣ୍ଟ ଅଛନ୍ତି ଇଲିଆନା । ତେବେ ଏଥର ଇଲିଆନା ବେବିଗର୍ଲ ଜନ୍ମ କରିବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସମାନେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ileana will be a mother for the second time | Argus News