Indian Box Office ରେ ଓଡ଼ିଆ ଭୁତର ହାହାକାର

Key Points
ପଦ୍ମପୁରର ସିଏ ପାରିଜାତ, ନାମ ଜଗନ୍ନାଥ, ଅଭିନୟର କଳା ଚାତୁରୀରେ ଏବେ ସେ ସମସ୍ତଙ୍କୁ ବିମୋହିତ କରୁଛନ୍ତି
ଫିଲ୍ମରେ ଭୂତ ଭୁମିକାରେ ଅଭିନୟ କରିଥିବା ଜଗନ୍ନାଥ ସେଠଙ୍କ ଅଭିନୟକୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି
ବୋଉ ବୁଟୁ ଭୁତ, ପ୍ରଥମ ଓଡ଼ିଆ ଫିଲ୍ମ ଯାହା ଦୁଇ ସପ୍ତାହରେ ୧୫କୋଟିର ମାଇଲଷ୍ଟୋନ ଅତିକ୍ରମ କରିଛି
Indian box officeରେ ୧୪ କୋଟି ପାର କରିଛି
ବୋଉ ବୁଟୁ ଭୁତ, ପ୍ରଥମ ଓଡ଼ିଆ ଫିଲ୍ମ ଯାହା ଦୁଇ ସପ୍ତାହରେ ୧୫କୋଟିର ମାଇଲଷ୍ଟୋନ ଅତିକ୍ରମ କରିଛି ଓ Indian box officeରେ ୧୪ କୋଟି ପାର କରିଛି । ଫିଲ୍ମର କାହାଣୀ ଓଡ଼ିଆ ମାଟି, ଚାଲି-ଚଳଣୀ ସହ ଏମିତି ଖାପ ଖୁଆଇଛି, ଯେ ଦର୍ଶକ ବି ହତବାକ।ଏହି ଫିଲ୍ମ ହଲ, ମଲ୍ଟିପ୍ଲେକ୍ସରେ ଚହଳ ସୃଷ୍ଟି କରୁଥିବା ବେଳେ ଫିଲ୍ମରେ ଭୂତ ଭୁମିକାରେ ଅଭିନୟ କରିଥିବା ଜଗନ୍ନାଥ ସେଠଙ୍କ ଅଭିନୟକୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି। ଅନେକ ଭୁତ ଫିଲ୍ମ ଏହା ପୂର୍ବରୁ ନିର୍ମିତ ହୋଇଛି, ହେଲେ ଏଥିରେ ଏତେ ଭିନ୍ନ କଣ, ଯାହାର କେନ୍ଦ୍ର ବିନ୍ଦୁ, ଭୁତ ଯିଏ ଆମ ଓଡ଼ିଆ ପୂଅ, ଜଗନ୍ନାଥ ସେଠ। ଯାହାଙ୍କୁ ଆପଣ ପୂର୍ବରୁ ଅନେକ ବଲିଓ୍ବଡ଼ ଓ ତେଲୁଗୁ ଫିଲ୍ମରେ ଦେଖି ସାରିଛନ୍ତି ଓ ଓଡ଼ିଆ ଫିଲ୍ମ ରେ ବି ସେହି ଜଲଓ୍ବା ଦେଖିବାକୁ ମିଳିଛି।
ପଦ୍ମପୁରର ସିଏ ପାରିଜାତ, ନାମ ଜଗନ୍ନାଥ, ଅଭିନୟର କଳା ଚାତୁରୀରେ ଏବେ ସେ ସମସ୍ତଙ୍କୁ ବିମୋହିତ କରୁଛନ୍ତି | ବରଗଡ଼ ପଦ୍ମପୁରର ଜଗନ୍ନାଥ ସେଠିଙ୍କୁ ତ ଆପଣ ଦେଖିଥିବେ କିନ୍ତୁ ତାଙ୍କୁ ବୋଧେ ସେତେ ଜାଣିନଥିବେ | ଯଦି ହଁ ଆମେ ଆପଣଙ୍କୁ କହିବୁ ଜଗନ୍ନାଥଙ୍କ ଜୀବନ କାହାଣୀ | ଓଡ଼ିଶାର ବରଗଡ଼ ଜିଲ୍ଲା ପଦ୍ମପୁର ମାଟି ଜନ୍ମ ଦେଇଛି ଏମିତି ଜଣେ ଅଭିନୟ ରତ୍ନକୁ ଯାହାର ନାମ-ଜଗନ୍ନାଥ।
📱 Get Argus News App
✨ଆକ୍ଟିଙ୍କ ସ୍କୁଲରେ ଜଶାସୁଣା ନାମ ଏନ.ଏସ.ଡି, ଯେଉଁ ଡ୍ରାମା ସ୍କୁଲ ରେ ଓଡ଼ିଶାର ଚିତ୍ତରଂଜନ ତ୍ରିପାଠି ଏବେ ଡାଏରେକ୍ଟର ଭାବେ ଦାୟିତ୍ବ ତୁଲାଉଛନ୍ତି। ନଶିରୁଦ୍ଦିନ ଶାହ, ପଙ୍କଜ କପୂର ଓ ଇରଫାନ ଖାନଙ୍କ ଭଳି ଅଭିନେତା ଯେଉଁଠାରୁ ପାସଆଉଟ, ସେଠାରେ ଓଡ଼ିଶାର ଜଗନ୍ନାଥ ସେଠି ବି କଳା ଶିକ୍ଷା ଗ୍ରହଣ କରିଛନ୍ତି।
ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା ଓଡ଼ିଆ ସିନେମା ଠାରୁ ହେଲେ ଆଜି ସେ ହିନ୍ଦୀ ଓ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଜଣେ ଜଣାଶୁଣା ମୁହଁ। ତାଙ୍କ ଅଭିନୟ ଦକ୍ଷତା ଦେଖି ତାଙ୍କ ଗାଁ ଦର୍ଶକମାନେ କୁହନ୍ତି ଏ ଲୁକେ ଆସଲେ ଚିତ୍ରରେ ଜୀବ ଆସିଯାଏ!
‘ଜେଙ୍ଗାବୁରୁ ର୍କସ’, ‘ଡଙ୍କି’, ‘ହେ ରାମ’ ଓ ‘ରଜ ବଜାରରେ ମୁକ୍ତିଲାଭ କରି ହାଉସଫୁଲ ଚାଲୁଥିବା ବୋଉ ବୁଟୁ ଭୁତ’, ଏଭଳି ଫିଲ୍ମରେ ତାଙ୍କ ଅଭିନୟ ଦେଖି ଗୋଟିଏ ନୂଆ ଚେହେରା ନୁହେଁ ବରଂ ଜଣେ ଦକ୍ଷ ଶିଳ୍ପୀ ଭଳି ଲାଗେ।
ତାଙ୍କର କିଛି ଅପକମିଙ୍ଗ ଫିଲ୍ମ ମଧ୍ୟରୁ-ବିନ୍ଦୁସାଗର, ଘାଟି, କ୍ୟାସ ବୁମ ବ୍ୟାଙ୍ଗ ରହିଛି ଯାହାକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଜଣେ ଓଡ଼ିଆ ପୁଅ, ଯିଏ ବଲିଉଡରେ ଓଡ଼ିଆ ଗର୍ବର ପ୍ରତିନିଧି। । ତାଙ୍କ ଅଭିନୟ ହୃଦୟକୁ ଛୁଇଁଯାଏ, ଓ ଜଣାଇ ଦିଏ, ସ୍ବପ୍ନ ଦେଖିଲେ ଓ ପରିଶ୍ରମ କଲେ ତାହା ନିଶ୍ଚୟ ସାକାର ହୁଏ।