Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପବନଦୀପଙ୍କ କାର୍‌ ଦୁର୍ଘଟଣା, ହସ୍ପିଟାଲରେ ଭର୍ତ୍ତି

Entertainment

ପବନଦୀପଙ୍କ କାର୍‌ ଦୁର୍ଘଟଣା, ହସ୍ପିଟାଲରେ ଭର୍ତ୍ତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପବନଦୀପଙ୍କ କାର୍‌ ଦୁର୍ଘଟଣା, ହସ୍ପିଟାଲରେ ଭର୍ତ୍ତି

ଦୁର୍ଘଟଣାର ଶିକାର ହେଲେ ସିଙ୍ଗର ପବନଦୀପ ରାଜନ୍‌। ବର୍ତ୍ତମାନ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୨ ବିଜେତା ଏବଂ ଗାୟକ ପବନଦୀପ ରାଜନ୍ । ପବନଦୀପ ରାଜନଙ୍କ ସହ ହୋଇଥିବା ଦୁର୍ଘଟଣା ବିଷୟରେ ଅଧିକ ସୂଚନା ମିଳିନାହିଁ । କିନ୍ତୁ ଭିଡିଓରେ ଦେଖାଯାଉଛି ଯେ ପବନଦୀପଙ୍କ ବାମ ଗୋଡ ଏବଂ ଡାହାଣ ହାତରେ ଆଘାତ ଲାଗିଛି। ଏହି ଖବର ପରେ, ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଚିନ୍ତିତ ହୋଇପଡ଼ଛନ୍ତି ଏବଂ ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

ସୋମବାର ଭୋର ୩:୪୦ ସମୟରେ ଅହମ୍ମଦାବାଦରେ ଏକ ବଡ଼ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯାହାଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ସୋସିଆଲ ମିଡିଆରେ ଗାୟକଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଛି ଏବଂ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଛନ୍ତି।ପବନଦୀପ ରାଜନ ଉତ୍ତରାଖଣ୍ଡର ବାସିନ୍ଦା। ତାଙ୍କ ପିତା ସୁରେଶ ରାଜନ, ମାତା ସରୋଜ ରାଜନ ଏବଂ ଭଉଣୀ ଜ୍ୟୋତିଦୀପ ରାଜନ ହେଉଛନ୍ତି କୁମାଓନି ଲୋକ କଳାକାର।


ପବନଦୀପଙ୍କ ସଙ୍ଗୀତ ଯାତ୍ରା ୨୦୧୫ ମସିହାରେ ଦି ଭଏସ୍ ଇଣ୍ଡିଆରେ ତାଙ୍କର ବିଜୟ ସହିତ ଆରମ୍ଭ ହୋଇଥିଲା। ତା'ପରେ ସେ ଇଣ୍ଡିଆନ୍ ଆଇଡଲ୍ ୧୨ ଜିତିଥିଲେ। ପବନଦୀପ ଇଣ୍ଡିଆନ୍ ଆଇଡଲ୍ ୧୨ ଟ୍ରଫି ସହିତ ଏକ କାର ଏବଂ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଥିଲେ। ସେ ପାଞ୍ଚଜଣ ଫାଇନାଲିଷ୍ଟଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଶେଷରେ ସେ ଜିତିଥିଲେ। ବର୍ତ୍ତମାନ ତାଙ୍କର ଦୁର୍ଘଟଣା ପରେ ସ୍ୱାସ୍ଥ୍ୟ କିପରି ଅଛି ସେନେଇ କୌଣସି ସୂଚନା ମିଳିପାରିନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
indian-idol-12-winner-pawandeep-rajan-was-seriously-injured-in-a-car-accident | Argus News