Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Celebrity Death / ଆଉ ନାହାଁନ୍ତି ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୩ ବିଜେତା

Rashmita Mishra
Browse all articles by Rashmita Mishra
·6 months ago·2 min read
ଆଉ ନାହାଁନ୍ତି ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୩ ବିଜେତା
Celebrity Death

Key Points

ଆଉ ନାହାଁନ୍ତି ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୩ ବିଜେତା । 
ଇଣ୍ଡିଆନ୍ ଆଇଡଲ୍-୩ର ବିଜେତା ପ୍ରଶାନ୍ତ ତମାଙ୍ଗଙ୍କ ରବିବାର ଦିନ ୪୩ ବର୍ଷ ବୟସରେ ଦେହାନ୍ତ ହୋଇଛି

ଇଣ୍ଡିଆନ୍ ଆଇଡଲ୍-୩ର ବିଜେତା ପ୍ରଶାନ୍ତ ତମାଙ୍ଗଙ୍କ ରବିବାର ଦିନ ୪୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁକୁ ନେଇ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଦିଲ୍ଲୀର ଜନକପୁରୀରେ ତାଙ୍କ ଘରେ ପ୍ରଶାନ୍ତ ତମାଙ୍ଗଙ୍କୁ ହୃଦଘାତ ଆସିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହୃଦଘାତ ପରେ ତାଙ୍କୁ ଦ୍ୱାରକାର ଏକ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ଗାୟକ ଏବଂ ଅଭିନେତା ପ୍ରଶାନ୍ତ ତମାଙ୍ଗଙ୍କର ୪୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ଚଳଚ୍ଚିତ୍ର ନିର୍ମାତା ରାଜେଶ ଘଟାନି ତମାଙ୍ଗଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଦାର୍ଜିଲିଂର ଗାୟକ ମହେଶ ସେୱ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଗାୟକ ମହେଶ ସେୱା କହିଛନ୍ତି, ଦିଲ୍ଲୀ ସ୍ଥିତି ବାସଭବନରେ ପ୍ରଶାନ୍ତ ତମାଙ୍ଗଙ୍କ ହୃଦଘାତରେ ପରଲୋକ ଘଟିଛି। ମହେଶ ରବିବାର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ପ୍ରଶାନ୍ତ ତମାଙ୍ଗଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୋର ପ୍ରିୟ ଭାଇ ପ୍ରଶାନ୍ତଙ୍କ ଦେହାନ୍ତରେ ମୁଁ ମୋର ଶୋକ ପ୍ରକାଶ କରୁଛି ।

୨୦୦୭ ମସିହାରେ ପ୍ରଶାନ୍ତ ଇଣ୍ଡିଆନ୍ ଆଇଡଲ୍ ୩ ପାଇଁ ଅଡିସନ୍ ଦେଇଥିଲେ। ଏହି ଅଡିସନ୍ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ସେ ଶୋ’ ଜିତିଥିଲେ ଏବଂ ଘରେ ଘରେ ପରିଚିତ ହୋଇଯାଇଥିଲେ। ଇଣ୍ଡିଆନ୍ ଆଇଡଲ୍ ୩ର ବିଜେତା ପ୍ରଶାନ୍ତ ତମାଙ୍ଗ ଜଣେ ପୋଲିସ ଅଧିକାରୀରୁ ଗାୟକ ହେବା ଯାତ୍ରା ଆରମ୍ଭ କରିଥିଲେ। ଏହି ରିଆଲିଟି ଶୋ''ରେ ଦେଖାଯିବା ପୂର୍ବରୁ ସେ କୋଲକାତା ପୋଲିସରେ କାର୍ଯ୍ୟ କରିଥିଲେ।

ସେ ପୋଲିସ ଅର୍କେଷ୍ଟ୍ରାର ସଦସ୍ୟ ଥିଲେ ଏବଂ ବେଳେବେଳେ ପୋଲିସ ବିଭାଗ କାର୍ଯ୍ୟକ୍ରମରେ ଗୀତ ମଧ୍ୟ ଗାଇଥିଲେ। ତାଙ୍କର ବରିଷ୍ଠ ଅଧିକାରୀ ତାଙ୍କୁ ଇଣ୍ଡିଆନ୍ ଆଇଡଲ୍‌ରେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଇଣ୍ଡିଆନ୍ ଆଇଡଲ୍ ଜିତିବା ପରେ, ପ୍ରଶାନ୍ତ ସୋନି ବିଏମଜି ସହିତ ତାଙ୍କର ପ୍ରଥମ ଆଲବମ୍ ରିଲିଜ୍ କରିଥିଲେ। ଯେଉଁଥିରେ ହିନ୍ଦୀ ଏବଂ ନେପାଳୀ ଗୀତ ଅନ୍ତର୍ଭୁକ୍ତ ଥିଲା। ପରେ ସେ ନେପାଳୀ ଚଳଚ୍ଚିତ୍ରରେ ଗାୟକ ଏବଂ ଅଭିନେତା ଭାବରେ ମଧ୍ୟ କାମ କରିଥିଲେ।

ପ୍ରଶାନ୍ତ ତମାଙ୍ଗ କେବଳ ନେପାଳୀ ଚଳଚ୍ଚିତ୍ରରେ ଗାୟକ ଏବଂ ଅଭିନେତା ଭାବରେ କାମ କରି ନଥିଲେ, ସେ ଜୟଦୀପ ଆହଲାୱତଙ୍କ ଅଭିନୀତ ଧାରାବାହିକ "ପାତଲ୍ ଲୋକ୍ ୨" ରେ ମଧ୍ୟ ଅଭିନୟ କରିଥିଲେ। ଏହି ଧାରାବାହିକରେ, ସେ ଖଳନାୟକ ଡାନିଏଲ୍ ଲେଚୋ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ଅଭିନୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Celebrity Death | Indian Idol Season 3 Winner Passes Away | Argus News