Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଅଭିନେତା ରାଜ କପୁରଙ୍କ ୧୦୦ତମ ଜନ୍ମବାର୍ଷିକୀ ପାଇଁ ନିମନ୍ତ୍ରଣ ଦେଲେ

Rashmita Mishra
Browse all articles by Rashmita Mishra
·1 year ago·2 min read
ଅଭିନେତା ରାଜ କପୁରଙ୍କ ୧୦୦ତମ ଜନ୍ମବାର୍ଷିକୀ ପାଇଁ ନିମନ୍ତ୍ରଣ ଦେଲେ

ଅର୍ଗସ ବ୍ୟୁରୋ: ମୋଦି ଙ୍କୁ ଭେଟିଲେ କପୁର୍ ପରିବାର । ଅଭିନେତା ରାଜ କପୁରଙ୍କ ୧୦୦ତମ ଜନ୍ମବାର୍ଷିକୀରେ ରାଜ କପୁର ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେବ ..ଏହି ଉପଲକ୍ଷେ ପୁରା ପରିବାର ପ୍ରଧାନମନ୍ତ୍ରୀ ଙ୍କ ନିମନ୍ତ୍ରଣ ଦେବା ପାଇଁ ପହଂଚିଥିଲେ..ରାଜ କପୁରଙ୍କ ପରିବାରର ରଣବୀର କପୁର, ଆଲିଆ ଭଟ୍ଟ, ନୀତୁ ସିଂ, , କରୀନା କପୁର , ସୈଫ ଅଲ୍ଲି ଖାନ, କରିସ୍ମା କପୁର,  ଏବଂ ଅନ୍ୟ ପରିବାର ସଦସ୍ୟ ପିଏମ ମୋଦିଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ଙ୍କ ସହ ପରିବାରର ପ୍ରତି ସଦସ୍ୟ ରାଜ କପୁର୍ ଙ୍କ ଫିଲ୍ମ ଏବଂ ଜୀବନ କୁ ନେଇ କଥା ହୋଇଥିଲେ.. ରାଜକପୁର ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ଦେଶକୁ ପ୍ରେରଣାର ବାର୍ତ୍ତା ଦେଇଛନ୍ତି  ..ଆଗାମୀ ଦିନରେ ମଧ୍ୟ ନୂଆ ପିଢୀ ରାଜ କପୁର ଙ୍କ ଦ୍ବାରା ନିର୍ମିତ ଚଳଚ୍ଚିତ୍ର ଦ୍ବାରା ଅନୁପ୍ରାଣିତ ହେବେ ବୋଲି କହିଛନ୍ତି  ପ୍ରଧାନମନ୍ତ୍ରୀ ମୋଦି...ରାଜ କପୁର୍ ଙ୍କ ୧୦୦ତମ ଜନ୍ମବାର୍ଷିକୀରେ ରାଜ କପୁର ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ କରାଯିବ। ପିଏମ ମୋଦି ନିଶ୍ଚିତ ଭାବେ ଆସିବେ ବୋଲି ପରିବାରର ସମସ୍ତ ସଦସ୍ୟ ଆଶା ପ୍ରକଟ କରିଛନ୍ତି।ଡିସେମ୍ବର ୧୪ରେ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତାଙ୍କ ୧୦୦ତମ ଜନ୍ମ ବାର୍ଷିକୀ ପାଳନ କରିବାକୁ ପିଭିଆର୍ ଆଇନକ୍ସ ଲିମିଟେଡ ଏବଂ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରୁଛି | ୧୩ ରୁ ୧୫ ଡିସେମ୍ବର ମଧ୍ୟରେ ୪୦ଟି ସହରର ୧୬୦ ପ୍ରେକ୍ଷାଳୟରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବ ରାଜ କପୁରଙ୍କ ସିନେମା ପାଇଁ ଉତ୍ସର୍ଗୀକୃତ ହେବ । ଆୱାରା” (୧୯୫୧), ଶ୍ରୀ୪୨୦(୧୯୫୫),ସଙ୍ଗମ (୧୯୬୪), ମେରା ନାମ ଜୋକର୍ (୧୯୭୦) ପରି ଅନେକ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ହେବ ।ରାଜ କପୁରଙ୍କୁ ପଦ୍ମ ଭୂଷଣ ଏବଂ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି ।ରାଜ କପୁରଙ୍କ ୧୦୦ ବର୍ଷ ପୂରଣ କପୁର ପରିବାର ଏବଂ ପୁରା ହିନ୍ଦୀ ସିନେମା ଜଗତ ପାଇଁ  ଏକ ବଡ ଉତ୍ସବର ଅବସର ସୃଷ୍ଟି କରିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Invitations extended for actor Raj Kapoor's 100th birth anniversary | Argus News