କିଆରା ନୁହେଁ, 'ଡନ୍ ୩' ରେ ନଜର ଆସିବେ କ୍ରିତି

Key Points
‘ଡନ୍-୩’ର ନାୟିକା ହେବେ କ୍ରିତି ସାନନ୍
ଖୁବ୍ ଶୀଘ୍ର ସାଇନ୍ କରିବେ ପ୍ରୋଜେକ୍ଟ
ଖୁସିରେ ବଲିଉଡର ପରମ ସୁନ୍ଦରୀ। ମାନେ କ୍ରିତି ସାନନ। ଗୋଟେ ପରେ ଗୋଟେ ଫିଲ୍ମ ଲାଗିଛି ତାଙ୍କ ହାତରେ। ଆଜ୍ଞା ହଁ, ରିପୋର୍ଟ ଆସୁଛି ଯେ କ୍ରୀତି ଫିଲ୍ମ ଡନ୍-୩ରେ ନଜର ଆସିପାରନ୍ତି । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଗଣମାଧ୍ୟମ କର୍ମଚାରୀ ତାଙ୍କୁ ଲେଡି ଡନ୍ ବୋଲି କହି ଡାକିବା ପରେ ସେ ହସି ଦେଇଥିଲେ । କ୍ରିତି ସାନନ ଡନ୍-୩ ପାଇଁ ରଣବୀର ସିଂଙ୍କ ସହ କାମ କରିବାକୁ ରାଜି ହୋଇଛନ୍ତି । ହେଲେ ଏବେ ସେ ଫିଲ୍ମରେ ସାଇନ୍ କରିନାହାନ୍ତି । ଶୀଘ୍ର ସେ ସାଇନ କରିପାରନ୍ତି । ରିପୋର୍ଟରେ ଆଗକୁ କୁହାଯାଇଛି, ଫିଲ୍ମର ନିର୍ଦ୍ଦେଶକ ଫରହାନ୍ ଅଖତର ଏବଂ ତାଙ୍କ ଟିମ୍ଙ୍କୁ ଏପରି ଜଣେ ଅଭିନେତ୍ରୀ ଦରକାର ଥିଲେ ଯେ ଭଲ ଅଭିନୟ କରିବା ସହ ସ୍କ୍ରିନ୍ରେ ଦମ୍ଦାର ପ୍ରଭାବ ମଧ୍ୟ ରହିବ ।
ଟିମ୍କୁ କ୍ରିତି ଉପଯୁକ୍ତ ଲାଗିଥିଲେ । ଡନ୍-୩ ୨୦୨୬ରେ ମୁକ୍ତିଲାଭ କରିବାର ଅଛି । ପ୍ରଥମେ କିଆରା ଆଡଭାନି ଅଭିନୟ କରିବାର ଥିଲା । କିନ୍ତୁ ଗର୍ଭବତୀ ଥିବା କାରଣରୁ କିଆରା ଏହି ଫିଲ୍ମ ଛାଡ଼ି ଦେଇଥିବା କୁହାଯାଉଛି । ଏହାସହ କ୍ରିତିଙ୍କର ଆଉ ଏକ ଫିଲ୍ମ ଆସିବାକୁ ଯାଉଛି ଅଭିନେତା ଧନୁଷଙ୍କ ସହ ତେରେ ଇସ କି ମେଁ। ପ୍ରଥମ ଥର ଏହି ଯୋଡିକୁ ଦର୍ଶକ ଏକାଠି ଦେଖିବେ। ତେବେ କ୍ରିତିଙ୍କ ହାତରେ ଗୋଟେ ପରେ ଗୋଟେ ବଡ ବଡ ପ୍ରୋଜେକ୍ଟ ଥିବାରୁ ତାଙ୍କ ଫ୍ୟାନ୍ସ ବି କ୍ରିତିଙ୍କୁ ଦେଖିବା ପାଇଁ ଖୁବ ଖୁସି।