Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବାପା ହେବେ ରାଜ୍‌, ଘରକୁ ଆସିବ କୁନି ଅତିଥି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାପା ହେବେ ରାଜ୍‌, ଘରକୁ ଆସିବ କୁନି ଅତିଥି

Key Points

ବାପା ହେବେ ବଲିଉଡ୍‌ର ଏହି ଅଭିନେତା
ଘରକୁ ଆସିବ କୁନି ଅତିଥି
ନିଜେ ପୋଷ୍ଟ କରି ଦେଲେ ଖୁସି ଖବର

ନିଜ ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଅଭିନେତା ରାଜକୁମାର ରାଓ। ରାଜକୁମାର ନିଜ ଅଭିନୟ ପାଇଁ ସର୍ବଦା ଦର୍ଶକଙ୍କ ହୃଦୟରେ ରାଜ କରନ୍ତି। ତାଙ୍କର ଅପକମିଂ ଫିଲ୍ମ ’ମାଲିକ’ ପାଇଁ ଖବରରେ ଥିବା ରାଜକୁମାର ରାଓ ବାପା ହେବାକୁ ଯାଉଛନ୍ତି। ସେ ନିଜେ ଏଥିନେଇ ପ୍ରଶଂସକଙ୍କୁ ଖୁସିଖବର ଦେଇଛନ୍ତି। ସୋସିଆଲ ମିଡିଆରେ ସେ କରିଥିବା ପୋଷ୍ଟ ପରେ ପ୍ରଶଂସକମାନେ ଉଭୟଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଚାରି ବର୍ଷ ବିବାହ ପରେ, ରାଜକୁମାର ରାଓ ଏବଂ ପତ୍ରଲେଖା ପିତାମାତା ହେବାକୁ ଯାଉଛନ୍ତି। ଉଭୟ ନଭେମ୍ବର ୨୦୨୧ ରେ ବିବାହ କରିଥିଲେ।


ବିବାହ ପୂର୍ବରୁ ଉଭୟ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ। ପ୍ରଶଂସକମାନେ ଉଭୟଙ୍କ ଯୋଡ଼ିକୁ ବହୁତ ପସନ୍ଦ କରନ୍ତି। ରାଜକୁମାର ଜଣେ ବଡ଼ ବଲିଉଡ ଅଭିନେତା ହୋଇଥିଲେ ମଧ୍ୟ ପତ୍ରଲେଖା ମଧ୍ୟ ତାଙ୍କ ଉତ୍କୃଷ୍ଟ ଅଭିନୟ ଦ୍ୱାରା ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ନାମ ଅର୍ଜନ କରିଛନ୍ତି। ରାଜକୁମାର ରାଓ ଏକ ପୋଷ୍ଟର ଶେୟାର କରିଛନ୍ତି। ସେଥିରେ ଲେଖାଯାଇଛି, “ବେବି ଅନ୍‌ ଦ ଓ୍ବେ” ଏହି ପୋଷ୍ଟର ସେୟାର କରିବା ସମୟରେ ସେ କ୍ୟାପସନରେ ଲେଖିଛନ୍ତି ଯେ ସେ ବହୁତ ଖୁସି। ବରୁଣ ଧାୱନ, ଉର୍ଫି ଜାଭେଦ, ସୁନୀତା ରାଜୱାର, ଭୂମି ପେଡନେକର ଏବଂ ଅନେକ ଷ୍ଟାର ରାଜକୁମାର ରାଓଙ୍କ ପୋଷ୍ଟରେ କମେଣ୍ଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଭିନୟ ବିଷୟରେ କହିଲେ ରାଜକୁମାର ରାଓ ଆଜିକାଲି ତାଙ୍କ ବୃତ୍ତିଗତ ଜୀବନରେ ବହୁତ ବ୍ୟସ୍ତ ଅଛନ୍ତି। ତାଙ୍କ ଫିଲ୍ମ ’ମାଲିକ’ ଜୁଲାଇ ୧୧ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି। ପୁଲକିତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମାନୁଷୀ ଚିଲ୍ଲର ମୁଖ୍ୟ ଭୂମିକାରେ ଅଛନ୍ତି। ତାଙ୍କ ବ୍ୟତୀତ ଅଭିନେତ୍ରୀ ମେଧା ଶଙ୍କର, ହୁମା କୁରେଶୀ ଏବଂ ସୌରଭ ଶୁକ୍ଲା ମଧ୍ୟ ଦେଖିବାକୁ ପାଇବେ।

Sponsored
its-official-rajkummar-rao-and-patralekhaa-are-all-set-to-welcome-their-first-child-baby-on-the-way | Argus News