Abhijit Majumdar / ଜଞ୍ଜାଳ ଜାଲରେ ହେଲିଣି ଘାଣ୍ଟି: ଏଥର ମଣିମା ଦିଅ ହେ ଛୁଟି, ଏମିତି ଛୁଟି ମାଗିଥିଲେ ଦାଦା
·7 months ago·2 min read

Key Points
ଏଥର ମଣିମା ଦିଅ ହେ ଛୁଟି...
ସତ ହୋଇଗଲା ଗୀତ
ସତ ହୋଇଗଲା ଗୀତ
''ମାନନୀୟ ଜଗନ୍ନାଥ, ଆହେ ମାନ୍ୟବର ମଞ୍ଜୁର କରହେ ଛୁଟି ଦରଖାସ୍ତ ମୋର । ଜଞ୍ଜାଳ ଜାଲରେ ହେଲିଣି ଘାଣ୍ଟି, ଏଥର ମଣିମା ଦିଅ ହେ ଛୁଟି...ଥକା ନେବି ସ୍ୱର୍ଗଦ୍ୱାରେ ଏହି ଦୟା କର... '' ଏ ଗୀତ ଆଜି ସତ ହୋଇଛି ଜୀବନ ଆୟୁଷ ସରିଯାଇଛି । ତାଙ୍କ ଛୁଟି ମଞ୍ଜୁର ହୋଇଛି । ଦୀର୍ଘ ଦିନ ଧରି ଜୀବନ ଯୁଦ୍ଧରେ ଲଢେଇ କରି ହାରି ଯାଇଛନ୍ତି ଦାଦା । ଆଉ ନାହାନ୍ତି ଏ ଗୀତର ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶ ଅଭିଜିତ୍ ମଜୁମଦାର । ବର୍ଷ ଆରମ୍ଭରୁ ଏକ ଦୁଃଖଦ ଖବର ଆସିଛି ।ପରଲୋକରେ ଅଭିଜିତ ମଜୁମଦାର । ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ । ଶେଷରେ ତାଙ୍କ ଦେହାନ୍ତ ହୋଇଛି । ୫୪ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଅଭିଜିତ୍ଙ୍କ ଦେହାନ୍ତ ।
ଲିଭର୍ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ ଅଭିଜିତ୍ । ଆଜି ଓଲିଉଡ ଜଗତ ପୁରା ସ୍ତବ୍ଧ। ସମସ୍ତଙ୍କ ଆଖିରେ ଲୁହ। ଦାଦାଙ୍କ ଶେଷ ଦର୍ଶନ ପାଇଁ ସବୁ ବ୍ୟାକୁଳ। ଲାଗୁଛି ଯେମିତି ଓଲିଉଡ ଜଗତ ଉପରେ କାହାର ନଜର ଲାଗିଛି। କିଛି ଦିନ ତଳେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ହରାଇଥିଲା ଓଡ଼ିଶା । ଆଜି ଅଭିଜିତଙ୍କୁ ହରାଇ ଭାଙ୍ଗିପଡିଛି ଓଡ଼ିଆ ସଙ୍ଗୀତ ଜଗତ । 'କାଶିଆ କପିଳା’ ସିନେମାରୁ ସଂଗୀତ ଯାତ୍ରା ଆରମ୍ଭ- ଅଭିଜତ୍ ମଜୁମଦାର କ୍ୟାସେଟରେ ସଙ୍ଗୀତ ଦେଇ ଓଡ଼ିଆ ସଙ୍ଗୀତଜଗତରେ ପ୍ରବେଶ କରିଥିଲେ । ୨୦୦୦ ମସିହାରେ ‘କାଶିଆ କପିଳା’ସିନେମା ଜରିଆରେ ସିନେ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ ଅଭିଜିତ୍ । ସେ ପ୍ରାୟ ୬୦ରୁ ଅଧିକ ସିନେମାରେ ସଂଗୀତ ଦେଇଥିବା ବେଳେ ୧୦୦ ଊର୍ଧ୍ବ ଆଲବମ୍ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ।
ତାଙ୍କ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରେ ରହିଛି ‘ମାଧବ ହେ ମାଧବ’, ‘ଟ୍ବିଙ୍କଲ୍ ଟ୍ବିଙ୍କ୍ଲ ଲିଟିଲ୍ ଷ୍ଟାର୍’, ‘ନାଚିବ ଗବର ସିଂହ’, ‘ବାଳୁଙ୍ଗା ଟୋକା’, ‘ସଜନୀ ସଜନୀ’, ‘ଆମେ ତ ଟୋକା ଷଣ୍ଡ ମାର୍କା’ ପରି ଗୀତ ରହିଛି । ତାଙ୍କର ଅନେକ ଆଇଟମ୍ ଗୀତ ରହିଛି । ଯାହା ସଂଗୀତପ୍ରେମୀଙ୍କ ମୁହଁରେ ରହିଛି । ଲିଭର୍ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ । ଅଗଷ୍ଟ ୩୧ ତାରିଖରେ କଟକ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିଜିତ । ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେବେଠାରୁ ସେ କୋମାରେ ଥିଲେ । ଏହାପରେ ଗତ ସେପ୍ଟେମ୍ବର ୪ ତାରିଖରେ ଅଭିଜିତ ମଜୁମଦାରଙ୍କୁ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା । ସେଠାରେ ତାଙ୍କର ନିରନ୍ତର ଚିକିତ୍ସା ଚାଲିଥିଲା ।
ଏଥିସହ ପଢ଼ନ୍ତୁ: ମୁମ୍ୱାଇର କୋଠା ଉପରକୁ ଗୁଳିମାଡ଼, ଅଭିନେତାଙ୍କୁ ଉଠେଇନେଲା ପୋଲିସ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତବର୍ଷ ଅକ୍ଟୋବର ୨୩ରେ ଅଭିଜିତ୍ଙ୍କର ବ୍ରେନ୍ ଏମଆରଆଇ କରାଯାଇଥିଲା । ରିପୋର୍ଟରେ ମଧ୍ୟ କୌଣସି ସୁଧାର ଦେଖାଯାଇନଥିଲା । ଡାକ୍ତରମାନେ ଅଭିଜିତଙ୍କୁ ଭେଣ୍ଟିଲେଟର ସହାୟତାରୁ ଧୀରେ ଧୀରେ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ । ଅଭିଜିତ ମଜୁମଦାର ଏମ୍ସରେ ଚିକିତ୍ସିତ ହେଉଥିଲେ । କିଛିଦିନ ହେବ ତାଙ୍କୁ ବ୍ରେନ ଡେଡ୍ ଘୋଷଣା କରାଯାଇଥିବା ନେଇ ଗୁଜବ ପ୍ରସାରିତ ହୋଇଥିଲା । ଯାହାକୁ ଖଣ୍ଡନ ଏମ୍ସ ଖଣ୍ଡନ କରିଥିଲା କିନ୍ତୁ ଆଜି ସତ ସତିକା ଦାଦାଙ୍କର ଦେହାନ୍ତ ହୋଇଛି ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories