Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶେଷରେ ହଁ ଭରିଲେ ଜାଗ୍ରତି... କହିଲେ, 'ପ୍ରେମ କାହାଣୀ ଲେଖିବାକୁ ଅପେକ୍ଷା କରି ପାରିବୁନି'

Entertainment

ଶେଷରେ ହଁ ଭରିଲେ ଜାଗ୍ରତି... କହିଲେ, 'ପ୍ରେମ କାହାଣୀ ଲେଖିବାକୁ ଅପେକ୍ଷା କରି ପାରିବୁନି'

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଶେଷରେ ହଁ ଭରିଲେ ଜାଗ୍ରତି... କହିଲେ, 'ପ୍ରେମ କାହାଣୀ ଲେଖିବାକୁ ଅପେକ୍ଷା କରି ପାରିବୁନି'

ଭୁବନେଶ୍ଵର: ଅପେକ୍ଷାର ଅନ୍ତ, ଦ୍ଵିତୀୟ ଇନିଂସ ଆରମ୍ଭ କରିବେ ସୁପରଷ୍ଟାର ଅନୁଭବ ମହାନ୍ତି । ଧରିବେ ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କ ହାତ । ବନ୍ଧୁତାରୁ ବାନ୍ଧି ହେବେ ବନ୍ଧନରେ । ଶୁକ୍ରବାର ଠାରୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଫଟୋରେ ମୋହର ମାରିଛନ୍ତି ଜାଗ୍ରତି ଶୁକ୍ଳା । ଅନୁଭବ ମହାନ୍ତିଙ୍କୁ ସେ ବାହା ହେଉଥିବା ଏବଂ ନିର୍ବନ୍ଧ ସରିଥିବା ସ୍ପଷ୍ଟ କରିଛନ୍ତି ।



ସୋସିଆଲ୍ ମିଡିଆ ଫେସ୍‌ବୁକ୍‌ରେ ଅନୁଭବଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି ଜାଗ୍ରତି । ଯେଉଁଥିରେ ଅନୁଭବ, ଜାଗ୍ରତିଙ୍କୁ ମୁଦି ପିନ୍ଧାଇଥିବା ଦେଖା ଯାଉଛି । ଜାଗ୍ରତି ଲେଖିଛନ୍ତି, ମୁଁ ମୋର ଭଲ ବନ୍ଧୁଙ୍କୁ ହଁ କହିଲି । ଆଶୀର୍ବାଦ ପାଇଁ ଆମ ପରିବାର ଓ ଶୁଭେଛୁ, ବନ୍ଧୁଙ୍କ ନିକଟରେ କୃତଜ୍ଞ । ବନ୍ଧୁତାର ବନ୍ଧନ ନୂଆ ରୂପ ନେଇଛି । ଆମ ଦୁହିଁଙ୍କ ପ୍ରେମ କାହାଣୀ ଏକାଠି ଲେଖିବାକୁ ମୁଁ ଆଉ ଅପେକ୍ଷା କରି ରହିପାରିବି ନାହିଁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନୁଭବଙ୍କ ସହ ନିର୍ବନ୍ଧ ନେଇ ଜାଗ୍ରତିଙ୍କ ଫେସବୁକ୍ ପୋଷ୍ଟ ପରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । କିଛିଦିନ ତଲେ ଜାଗ୍ରତି ଲେଖିଥିବା ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି ବହି ଉନ୍ମୋଚନ ହୋଇଥିଲା । ଏହା ପରେ ସଂଗ୍ରାମଙ୍କ ସହ ଅର୍ଗସ ପଡକାଷ୍ଟରେ ଜାଗ୍ରତି, ଅନୁଭବଙ୍କୁ ବାହା ହେବେ ବୋଲି କହିଥିଲେ । ଆଉ ଏବେ ଉଭୟଙ୍କ ନିର୍ବନ୍ଧ ସରିଛି ।


ପୂର୍ବରୁ ସୁପରଷ୍ଟାର ଅନୁଭବ ମହାନ୍ତି ତାଙ୍କ ରିଲ୍ ହିରୋଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ତେବେ ବିବାହର କିଛିବର୍ଷ ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ଆସିଥିଲା । କୋର୍ଟ କଚେରିରେ ଗଡ଼ିଥିଲା ମାମଲା । ସେପଟେ ସାଂସଦ ଅନୁଭବଙ୍କ ସାକ୍ଷାତକାର ନେଇ ତାଙ୍କର ଘନିଷ୍ଠ ହୋଇଥିଲେ ସାମ୍ବାଦିକା ଜାଗ୍ରତି ଶୁକ୍ଲା । ଆଉ ଶେଷରେ ଅନୁଭବଙ୍କ ସହ ବର୍ଷାଙ୍କ ଛାଡ଼ପତ୍ର ହୋଇଥିଲା । ଆଉ ଏହା ପରେ ହିଁ ଚର୍ଚ୍ଚା ଜୋର୍ ହୋଇଥିଲା ଜାଗ୍ରତିଙ୍କୁ ଦ୍ଵିତୀୟ ବିବାହ କରିବେ ଅନୁଭବ ।


ପୂର୍ବରୁ ସମ୍ପର୍କକୁ ଉଭୟ ଅନୁଭବ ଓ ଜାଗ୍ରତି ବନ୍ଧୁତା କହି ଆସୁଥିଲେ । ଏବେ ନିର୍ବନ୍ଧ ହୋଇଥିବା ବେଳେ ଜାଗ୍ରତି ଖୋଦ୍ ଲେଖିଛନ୍ତି ଉଭୟ ମିଶି ପ୍ରେମକାହାଣୀ ଲେଖିବାକୁ ଆଉ ଅପେକ୍ଷା କରି ପାରିବେ ନାହିଁ । ଜାଗ୍ରତି ଓ ଅନୁଭବଙ୍କ ବନ୍ଧନକୁ ନେଇ ତାଙ୍କ ପ୍ରଶଂସକ ବି ଖୁସି ଜାହିର୍ କରିଛନ୍ତି ।

Argus Whatsapp Channel Mobile Top
Sponsored
Jagrati Shukla Shares Engagement Photo With Anubhav Mohanty | Argus News