Videos
|
Entertainment

ଫ୍ଲୋରାଲ ଶାଢ଼ୀରେ ଜାହ୍ନବୀଙ୍କ ଏଥେନିକ ଲୁକ୍ସ କରୁଛି ମତୁଆଲା

Ritu Das
Browse all articles by Ritu Das
·1 year ago·1 min read
ଫ୍ଲୋରାଲ ଶାଢ଼ୀରେ ଜାହ୍ନବୀଙ୍କ ଏଥେନିକ ଲୁକ୍ସ କରୁଛି ମତୁଆଲା

ବଲିଉଡର ବରିଷ୍ଠ ଅଭିନେତ୍ରୀ ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁର ନିଜ ଅଭିନୟ ସହିତ ନିଜ ଷ୍ଟାଇଲିଶ ଏବଂ ଗ୍ଲାମର୍ସ ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତେବ ସେ ଓ୍ବେଷ୍ଟର୍ଣ୍ଣ ଆଉଟ.ଫିଟ ହେଉ କିମ୍ବା ଦେଶୀ ଲୁକ୍ସ ହେଉ ସବୁଥିରେ ଭାରି ସୁନ୍ଦରୀ ଲାଗନ୍ତି। ତାଙ୍କର ଡ୍ରେସିଙ୍ଗ ସେନ୍ସର ସମସ୍ତେ ଭୁରି ଭୁରି ପ୍ରଶଂସା କରିଥାନ୍ତି। ନିକଟରେ ଜାହ୍ନବୀ କପୁର ତାଙ୍କ ଇନଷ୍ଟାରେ କିଛି ଫଟୋ ଅପଲୋଡ କରିଥିଲେ। ଯେଉଁଥିରେ ତାଙ୍କ ଷ୍ଟନିଙ୍ଗ ଲୁକ୍ସ ସମସ୍ତଙ୍କର ହୃଦୟ ଜିତିଥିଲା। ଏହି ଫଟୋରେ ଜାହ୍ନବୀ କେରଳାର ବୋଟରେ ବସିକି ପୋଜ ଦେଇଥିଲେ। ତାଙ୍କ ଲୁକ୍ସ ପୁଣିଥରେ ପ୍ରମାଣିତ କରିଛି ସେ ହେଉଛନ୍ତି ଜଣେ ଫ୍ୟାସନ ଡିଭା।


ଜାହ୍ନବୀଙ୍କ ଫ୍ଲୋରାଲ ଶାଢ଼ୀ ଲୁକ ସୋସିଆଲ ମିଡିଆରେ ପୁରା ଛାଇ ରହିଛି। ଏହି ଶାଢ଼ୀ ବିନ୍ଧିବାକୁ ଆରାମଦାୟକ ହେବାସହ ଏଥିରେ ହାଲକା ରଙ୍ଗର ଫେବ୍ରିକ ହୋଇଥାଏ। ଯାହା ଖରା ଏବଂ ବସନ୍ତ ଋତୁ ପାଇଁ ଏକଦମ ପର୍ଫେକ୍ଟ ହୋଇଥାଏ। ଏହି ଶାଢ଼ୀରେ ଗୋଲାପୀ, ହଳଦିଆ ଏବଂ ନୀଳ ରଙ୍ଗର ପ୍ରିଣ୍ଟ ପଡ଼ିଥାଏ। ଯେଉଁଥିପାଇଁ ଶାଢ଼ୀଟି ସତରେ ସୁନ୍ଦର ଲାଗିଥାଏ। ଏହି ଶାଢ଼ୀ ସହିତ ସେ ସ୍ଲିଭଲେସ ବ୍ଲାଉଜ ସହିତ ବ୍ୟାକଲେସ କରି ପିନ୍ଧିଛନ୍ତି। ଯେଉଁଥିପାଇଁ ଜାହ୍ନବୀ ଆହୁରି ସୁନ୍ଦର ଲାଗୁଛନ୍ତି। ଶାଢ଼ୀ ସହିତ ଜାହ୍ନବୀ ପୁରା ନାଚୁରାଲ ମେକଅପ କରିଛନ୍ତି। ଏକ ଛୋଟ ନୋଜ ପିନ ପିନ୍ଧିବା ସହ କାନରେ ଏକ ଛୋଟ ଝୁମକା ଲଗାଇଥିଲେ। ଯେଉଁଥିରେ ଗୋଲାପୀ ଏବଂ ଗୋଲଡେନ କଲରର ଡିଜାଇନ ହୋଇଛି। ଏହାଛଡ଼ା ଜାହ୍ନବୀ ଆଙ୍କଲେଟ ବି ପିନ୍ଧିଛନ୍ତି। ସେଥିପାଇଁ ଲୁକ୍ସ ତାଙ୍କର ଆହୁରି ସୁନ୍ଦର ଲାଗୁଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମେକଅପରେ ସନ କିସଡ ଲୁକ୍ସ ନେଇଛନ୍ତି। ଯେଉଁଥିରେ ହାଲକା ବ୍ଲଶ, ମସ୍କାରା, ବ୍ରାଉନ ଲିପଷ୍ଟିକ ଏବଂ ବ୍ରାଉନ ଆଇ ସ୍ୟାଡୋ ତାଙ୍କ ଫେସରେ ଚାରଚାନ୍ଦ ଲଗାଇଛି।