Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନା ବାପା ନା ବୟଫ୍ରେଣ୍ଡ, ଜାହ୍ନବୀଙ୍କୁ କିଏ ଦେଲା କାର୍‌

Entertainment

ନା ବାପା ନା ବୟଫ୍ରେଣ୍ଡ, ଜାହ୍ନବୀଙ୍କୁ କିଏ ଦେଲା କାର୍‌

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନା ବାପା ନା ବୟଫ୍ରେଣ୍ଡ, ଜାହ୍ନବୀଙ୍କୁ କିଏ ଦେଲା କାର୍‌

ଜାହ୍ନବୀଙ୍କୁ ମିଳିଲା ବଡ ଉପହାର। ଏମିତି ସେମିତି ଉପହାର ନୁହେଁ, ମିଳିଲା ୪ କୋଟିର ଉପହାର। ଏହି ଉପହାର ତାଙ୍କୁ ନା ତାଙ୍କ ବାପା ଦେଇଛନ୍ତି ନା ତାଙ୍କ ବୟଫ୍ରେଣ୍ଡ ଦେଇଛନ୍ତି। ତେବେ କିଏ ଦେଇଛନ୍ତି ବୋଲି ପ୍ରଶଂସକଙ୍କ ମହଲରେ ଚର୍ଚ୍ଚା। ଜାହ୍ନବୀ କପୁରଙ୍କ ଚମତ୍କାର କାର୍‌ ସଂଗ୍ରହରେ ଆଉ ଏକ ଲଗଜରୀ କାର୍‌ ଯୋଡି ହୋଇଛି। ଏହି କାରଟି ଅନନ୍ୟା ର୍ବିଲା ଜାହ୍ନବୀଙ୍କୁ ଉପହାର ଦେଇଛନ୍ତି। ଏହି କାରର ଅନନ୍ୟ ଲିଲାକ (ବାଇଗଣୀ) ରଙ୍ଗ ବହୁତ କମ କାରରେ ଦେଖାଯାଏ। ଏହା ଏକ ସ୍ପୋର୍ଟସ କାର୍‌ ଡିଜାଇନ ସହିତ ଏରୋଡାଇନାମିକ ବଡି ଥିବା ଏକ କାର।

ଏହି କାରର ଭିତର ଭାଗ ବିଷୟରେ କହିବାକୁ ଗଲେ, ଏଥିରେ ପୂର୍ଣ୍ଣ ଡିଜିଟାଲ ଇଣ୍ଡଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ସ୍ପୋର୍ଟି ବକେଟ ସିଟ, ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ, ପ୍ରିମିୟମ ଲେଦର ଫିନିଶ ଡ୍ରାଇଭ ମୋଡ (ଷ୍ଟ୍ରାଡା, ସ୍ପୋର୍ଟ, କୋରସା) ରହିଛି। ଜାହ୍ନବୀଙ୍କ ପାଖରେ ଅନେକ ବିଳାସପୂର୍ଣ୍ଣ କାରର ସଂଗ୍ରହ ଅଛି। ଅନନ୍ୟା ବିର୍ଲା ଦେଶର ସବୁଠାରୁ ଧନୀ ଝିଅମାନଙ୍କ ମଧ୍ୟରୁ ଜଣେ ଏବଂ ସେ ଜାହ୍ନବୀଙ୍କର ଜଣେ ଭଲ ବନ୍ଧୁ ମଧ୍ୟ। ଅନନ୍ୟାଙ୍କ ସମ୍ପତ୍ତି ୧ ଲକ୍ଷ କୋଟି ଟଙ୍କାରୁ ଅଧିକ। ଅନନ୍ୟା ଜାହ୍ନବୀଙ୍କୁ ୪-୯ କୋଟି ଟଙ୍କାର ଏକ ବାଇଗଣୀ ରଙ୍ଗର ଲାମ୍ବୋର୍ଗିନିର କାର ଉପହାର ଦେଇଛନ୍ତି। ଏହି କାରଟି ନିଜେ ଏକ ଉତ୍କୃଷ୍ଟ ଏବଂ ବିଳାସପୂର୍ଣ୍ଣ ଲୁକ୍‌ର ପ୍ରତୀକ।

ଏହି କାରଟି 5.2-ଲିଟର V10 ଇଞ୍ଜିନ ରହିଛି। ଏହି ଇଞ୍ଜିନ 640 CV (470 kW) ଶକ୍ତି ଉତ୍ପାଦନ କରେ ଏବଂ 8,000 rpm ବେଗରେ କାର୍ଯ୍ୟ କରେ। ଏହି ସୁପରକାର ମାତ୍ର 3.1 ସେକେଣ୍ଡରେ 0 ରୁ 100 କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରେ। ଏହାର ସର୍ବାଧିକ ଗତି ଘଣ୍ଟା ପ୍ରତି 325 କିଲୋମିଟର, ଯାହା ଏହାକୁ ସୁପରକାର ବର୍ଗରେ ଅନ୍ତର୍ଭୁକ୍ତ କରେ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
janhvi-kapoor-received-a-lilac-lamborghini-estimated-at-indian-rupee4-499-crore-as-a-gift-from-her-friend-ananya-birla-the-supercars-arrival-at-janhvis-residenc | Argus News