Dharmendra Deol / ଜୟାଙ୍କ ପ୍ରଥମ ପସନ୍ଦ ଥିଲେ ଧର୍ମେନ୍ଦ୍ର, କହିଲେ ମୁଁ ବାସନ୍ତୀ ହେଇଥିଲେ...
·7 months ago·3 min read

Key Points
ଅମିତାଭ ନୁହେଁ ଧର୍ମେନ୍ଦ୍ରଙ୍କ ପାଇଁ ଦିୱାନା ଥିଲେ ଜୟା ବଚ୍ଚନ
ହେମାଙ୍କ ସାମ୍ନାରେ କରିଥିଲେ ଖୁଲାସା
ହେମାଙ୍କ ସାମ୍ନାରେ କରିଥିଲେ ଖୁଲାସା
ଆଉ ନାହାଁନ୍ତି ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ର । ୮୯ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବଲିଉଡ ଜଣେ କିମ୍ବଦନ୍ତୀ ଅଭିନେତାଙ୍କୁ ସବୁ ଦିନ ପାଇଁ ହରାଇଛି । ଦୀର୍ଘ ୬ ଦଶନ୍ଧି ଧରି ବଲିଉଡରେ ନିଜର କ୍ରେଜ୍ ବଳବତ୍ତର ରଖିଥିଲେ ସେ । ତାଙ୍କ ଫିଲ୍ମ ଦେଖିବାକୁ ହଲରେ ଲାଗୁଥିଲା ଭିଡ । ଏହି କିମ୍ବଦନ୍ତୀ ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ଖୁବ ଚର୍ଚ୍ଚାରେ ରହିଥିଲା । କାରଣ ସେ ଦୁଇ ଥର ବିବାହ କରିଥିଲେ । ଏହାସହ ଆଉ ଏକ ବଡ଼ କଥା ହେଲା ଯେ, ଅନ୍ୟ ଟପ୍ ବି-ଟାଉନର ହିରୋଙ୍କଠୁ ସେ ଅଧିକ ସଫଳ ହୋଇଥିଲେ । ତଥାପି ତାଙ୍କୁ କୁହାଯାଉନଥିଲା ସୁପରଷ୍ଟାର। ଏହା ଭିତରେ ଆଉ ଏକ ଖବର ଚର୍ଚ୍ଚାରେ ରହିଛି। ନିଜେ ଜୟା ବଚ୍ଚନ କହୁଥିଲେ ଯେ, ଅମିତାଭ ନୁହଁନ୍ତି ଧର୍ମେନ୍ଦ୍ରଙ୍କ ପାଇଁ ଦିଓ୍ୱାନା ଥିଲେ ସେ ।

ବଲିଉଡର ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। କିନ୍ତୁ ଆପଣ କ'ଣ ଜାଣନ୍ତି କି ସେ ନିଜେ କାହା ପାଇଁ ଏତେ ଦିୱାନା ? ଈଣ୍ଡଷ୍ଟ୍ରିରେ ତାଙ୍କ ସମୟର ସବୁଠାରୁ ସୁନ୍ଦର ଅଭିନେତା ଥିଲେ। ଯାହାଙ୍କ ପାଇ ସେ ଖୁବ୍ ପାଗଳ ଥିଲେ । ସେ ଆଉ କେହି ନୁହଁନ୍ତି ବରଂ ଧର୍ମେନ୍ଦ୍ର । ତାଙ୍କ ସମୟର ସବୁଠାରୁ ସୁନ୍ଦର ଅଭିନେତା ଭାବରେ ବିବେଚନା କରାଯାଏ। ବିଗ୍ ବିଙ୍କ ପତ୍ନୀ ତଥା ଅଭିନେତ୍ରୀ ଜୟା ବଚ୍ଚନ ଧର୍ମେନ୍ଦ୍ରଙ୍କ ବଡ ପ୍ରଶଂସକ।ଜୟା ବଚ୍ଚନଙ୍କ ପ୍ରଶଂସାର ପାତ୍ର ଅଭିନେତା ଧର୍ମେନ୍ଦ୍ର ମଧ୍ୟ ତାଙ୍କ ସହ ହିନ୍ଦୀ ସିନେମା ଡେବ୍ୟୁ କରିଥିଲେ। ଧର୍ମେନ୍ଦ୍ର ୧୯୬୦ ମସିହାରେ ଫିଲ୍ମ "ଦିଲ୍ ଭି ତେରା ହମ୍ ଭି ତେରେ" ସହିତ ଅଭିନୟ ଡେବ୍ୟୁ କରିଥିଲେ। ଯେତେବେଳେ ଜୟା ୧୯୭୧ ମସିହାରେ ଫିଲ୍ମ "ଗୁଡ୍ଡି" ସହ ବଲିଉଡରେ ଏଣ୍ଟ୍ରି କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ-ଅଭିନେତା ଧର୍ମେନ୍ଦ୍ର ଥିଲେ। ଏହାସହ ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା।
ଏଥିସହ ପଢ଼ନ୍ତୁ: ୩୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ, ହେଲେ ଶେଷ ଫିଲ୍ମ ଦେଖିବାକୁ ରହିଲେନି...
ଜୟା-ହେମା କରଣଙ୍କ କଫି ୱିଥ୍ କରଣ ଶୋ’ରେ ଏକାଠି ନଜର ଆସିଥିଲେ। ସେହି ସମୟରେ ଜୟା ନିଜେ ପ୍ରକାଶ କରିଥିଲେ ଯେ ସେ ଗୁଡ୍ଡିର କୋ-ଷ୍ଟାର ଧର୍ମେନ୍ଦ୍ରଙ୍କ ପ୍ରେମରେ ପଡ଼ିଯାଇଥିଲେ। ଧର୍ମେନ୍ଦ୍ରଙ୍କ ପ୍ରତି ତାଙ୍କର ପ୍ରେମ ପ୍ରକାଶ କରି, ଜୟା କହିଥିଲେ କି ସେ ଜଣେ ଗ୍ରୀକ୍ ଗଡ୍ । "ମୁଁ ବାସନ୍ତୀ ଭୂମିକାରେ ଅଭିନୟ କରିବା ଉଚିତ ଥିଲା କାରଣ ମୁଁ ପ୍ରକୃତରେ ଧର୍ମେନ୍ଦ୍ରଙ୍କୁ ପସନ୍ଦ କରୁଥିଲି। ଯେତେବେଳେ ମୁଁ ତାଙ୍କୁ ପ୍ରଥମ ଥର ଦେଖିଲି, ମୁଁ ବହୁତ ନର୍ଭସ ହୋଇଗଲି, ମୁଁ ଜାଣି ନଥିଲି କ’ଣ କରିବି। ସେଠାରେ ଚମତ୍କାର ଦେଖାଯାଉଥିବା ଏହି ବ୍ୟକ୍ତି ଥିଲେ। ସେ ଧଳା ପ୍ୟାଣ୍ଟ ଏବଂ ଜୋତା ପିନ୍ଧିଥିଲେ, ଜଣେ ଗ୍ରୀକ୍ ଗଡ ପରି ଦେଖାଯାଉଥିଲେ।" ଜୟାଙ୍କ କଥା ଶୁଣି କେବଳ ହେମା ମାଳିନୀ ନୁହେଁ ବରଂ କରଣ ଜୋହର ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଏକ ପୁରୁଣା ସାକ୍ଷାତକାରରେ, ଧର୍ମେନ୍ଦ୍ର ପ୍ରକାଶ କରିଥିଲେ ଯେ, ତାଙ୍କର ଜୟାଙ୍କ ସହିତ ଏକ ବିଶେଷ ସମ୍ପର୍କ ଥିଲା। ଜୟା ସର୍ବଦା ତାଙ୍କର "ଗୁଡ୍ଡି" ରହିବେ। ଧର୍ମେନ୍ଦ୍ର କହିଥିଲେ, "ମୋ ପାଇଁ, ସେ ଏବେ ବି ଗୁଡ୍ଡି, ସମାନ ମିଠା ହସ ସହିତ। ବର୍ଷ ବର୍ଷ ବିତିଗଲା, କିନ୍ତୁ ତାହା ବଦଳି ନାହିଁ।''

ଏତିକି ହିଁ ନୁହେଁ ଅମୀର ଖାନ ଥରେ ଅମିତାଭ ବଚ୍ଚନଙ୍କ ଟିଭି ଶୋ "କୌନ ବନେଗା କରୋଡପତି" ରେ ନଜର ଆସିଥଲେ। ତା'ପରେ ଅମୀର ବିଗ୍ ବିଙ୍କୁ ଏକ ପ୍ରଶ୍ନ ପଚାରିଥିଲେ କି , "ଯେତେବେଳେ ଜୟା ଜୀ ଅନ୍ୟ ଜଣେ ଅଭିନେତାଙ୍କ ସହ ସୁଟିଂ କରିବାକୁ ଯାଇଥିବେ, କେଉଁ ଅଭିନେତାଙ୍କ ନାମ ତୁମକୁ ଅସହଜ କରିଥିଲା?" " ଅମୀରଙ୍କ ପ୍ରଶ୍ନର ଉତ୍ତରରେ, ବିଗ୍ ବି କହିଥିଲେ, "ପ୍ରଥମ ଦିନରୁ ହିଁ ଜୟା କହିଥିଲେ ଯେ ଧର୍ମେନ୍ଦ୍ର ମୋର ପ୍ରିୟ। ଆମ ଇଣ୍ଡଷ୍ଟ୍ରିରେ ତାଙ୍କ ଠାରୁ ସୁନ୍ଦର ପୁରୁଷ ଆଉ କେହି ନାହାନ୍ତି।" ବିଗ୍ ବିଙ୍କ କଥା ଶୁଣି ଅମୀର ଉତ୍ତର ଦେଇଥିଲେ, "ତୁମେ ଠିକ୍ କହୁଛ। ଧରମ ଜୀ ବହୁତ ସୁନ୍ଦର ଥିଲେ।" ହେଲେ ଧର୍ମେନ୍ଦ୍ର ଆଉ ଆମ ଗହଣରେ ନାହାନ୍ତି ସତ। ହେଲେ ତାଙ୍କ ଅଭିନୀତ ସିନେମା ସର୍ବଦା ଆମ ହୃଦୟରେ ରହିବ। କେବଳ ସେତିକି ନୁହେଁ, ଆସନ୍ତା ମାସରେ ଅଭିନେତାଙ୍କର ଅଭିନୀତ ଏକ ଫିଲ୍ମ ମଧ୍ୟ ରିଲିଜ ହେବାକୁ ଯାଉଛି। ହେଲେ ଭାଗ୍ୟର କି ବିଡମ୍ୱନା ଦେଖନ୍ତୁ, ନିଜର ଶେଷ ଫିଲ୍ମ ଦେଖିବାକୁ ସେ ରହିଲେ ନାହିଁ। ସେ ଅଗସ୍ତ୍ୟ ନନ୍ଦଙ୍କ "ଇକ୍କିସ୍" ରେ ମଧ୍ୟ ନଜର ଆସିବେ, ଯାହା ଡିସେମ୍ବର ୨୫ ତାରିଖରେ ମୁକ୍ତିଲାଭ କରିବ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories