Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶାହରୁଖ-ଐଶ୍‌ଙ୍କ ବିବାଦକୁ ନେଇ ଜୟାଙ୍କ କଡା ଟିପ୍ପଣୀ, "ମୋ ପୁଅ ହୋଇଥିଲେ.....

Entertainment

ଶାହରୁଖ-ଐଶ୍‌ଙ୍କ ବିବାଦକୁ ନେଇ ଜୟାଙ୍କ କଡା ଟିପ୍ପଣୀ, "ମୋ ପୁଅ ହୋଇଥିଲେ.....

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଶାହରୁଖ-ଐଶ୍‌ଙ୍କ ବିବାଦକୁ ନେଇ ଜୟାଙ୍କ କଡା ଟିପ୍ପଣୀ, "ମୋ ପୁଅ ହୋଇଥିଲେ.....

ଅର୍ଗସ ବ୍ୟୁରୋ : ଶାହରୁଖ-ଐଶ୍‌ଙ୍କ ଯୋଡି ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଉଭୟଙ୍କ ଯୋଡିକୁ ବେଶ ପସନ୍ଦ କରୁଥିଲେ ଦର୍ଶକ । ବ୍ୟକ୍ତିଗତ ସ୍ତରରେ ସେମାନଙ୍କ ସମ୍ପର୍କ ମଧ୍ୟ ଖୁବ ଭଲ ଥିଲା । ହେଲେ କିଛି ବିବାଦ ଯୋଗୁଁ ଉଭୟ ଉଭୟଙ୍କ ଠାରୁ ଦୂରେଇ ଯାଇଥିଲେ । ଏମିତି ଐଶ୍ବର୍ଯ୍ୟାଙ୍କ ଶାଶୁ ଜୟା ବଚ୍ଚନ ମଧ୍ୟ ଶାହରୁଖଙ୍କୁ ଅପମାନ କରିବା ଭଳି କଥା କହିଥିଲେ ।


ଶାହରୁଖ ଏବଂ ଐଶ୍ବର୍ଯ୍ୟାଙ୍କ ଜୋଶ, ମୋହବତେ, ଦେବଦାସ, ଶକ୍ତି-ଦ ପାୱାର ଭଳି ଫିଲ୍ମ ସୁପରହିଟ ହୋଇଥିଲା । ଉଭୟଙ୍କ ଯୋଡି ଫିଲ୍ମ ଇଣ୍ଡଷ୍ଟ୍ରୀରେ ଧୁମ୍ ମଚାଇଥିଲା । କିନ୍ତୁ ଏହାପରେ ପରେ ଉଭୟଙ୍କ ବ୍ୟକ୍ତିଗତ ସମ୍ପର୍କରେ ତିକ୍ତତା ଆସିଥିଲା । ଯାହାର କାରଣ ଆଜିଯାଏଁ ମଧ୍ୟ ସ୍ପଷ୍ଟ ହୋଇନାହିଁ । ତେବେ ଏହି ତିକ୍ତତା କାରଣରୁ ଉଭୟ ପରସ୍ପର ସହ କାମ କରିବା ବନ୍ଦ କରିଦେଇଥିଲେ । ଏବଂ ଏହାକୁ ନେଇ ଐଶ୍ବର୍ଯ୍ୟା କହିଥିଲେ ଶାହରୁଖଙ୍କ ୫ଟି ପ୍ରୋଜେକ୍ଟରେ ତାଙ୍କୁ ହିରୋଇନ ରୋଲରୁ ହଟାଇ ଦିଆଯାଇଥିଲା । ଯାହାକୁ ନେଇ ପରେ ଶାହରୁଖ ଐଶ୍ବର୍ଯ୍ୟାଙ୍କୁ କ୍ଷମା ମାଗିଥିଲେ । ଏହା ପରେ ଦୁଇଜଣଙ୍କ ଭିତରେ ଥିବା ବିବାଦ କମିବାକୁ ଲାଗିଥିଲା । କିନ୍ତୁ ଏହି ବିବାଦକୁ ନେଇ ଜୟା ବଚ୍ଚନ ଶାହରୁଖ ଖାନଙ୍କୁ କଡା ଟିପ୍ପଣୀ ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶାହରୁଖଙ୍କ ସହ ଜୟାଙ୍କର ଭଲ ସମ୍ପର୍କ ଥିଲେ ମଧ୍ୟ ସେ ଶାହରୁଖଙ୍କ ଉଦ୍ଦେଶ୍ୟରେ କହିଥିଲେ, " ଯଦି ସେ ମୋ ଘରର ହୋଇଥାନ୍ତା, ତେବେ ମୁଁ ତାଙ୍କୁ ଚାପୁଡା ମାରିଥାନ୍ତି, ଯେମିତି ମୁଁ ମୋ ପୁଅକୁ ମାରେ । କିନ୍ତୁ ତାଙ୍କ ସହ ମୋର ଘନିଷ୍ଠ ସମ୍ପର୍କ ରହିଛି । ତାଙ୍କ ସହ ଆତ୍ମାରୁ ମୁଁ ଯୋଡି ହୋଇଛି । " ସେ ଆହୁରି ମଧ୍ୟ କହିଥିଲେ କି, ଶାହରୁଖଙ୍କୁ ନେଇ ମୋ ମନ ଭିତରେ ଏକ ଦୁର୍ବଳତା ରହିଛି । ଶାହରୁଖ ବଚ୍ଚନ ପରିବାରର ଜଣେ ଖାସ ଲୋକ ଥିଲେ । ଜୟାଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲେ ମଧ୍ୟ ସେ ଅଭିଷେକ ଏବଂ ଐଶ୍ବର୍ଯ୍ୟାଙ୍କ ବାହାଘରକୁ ଯାଇନଥିଲେ ।

Sponsored
jaya bachhan's controversial statement on shahrukh aishwarya's conflict | Argus News