Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପଞ୍ଚାୟତ ଅଫରରେ ଖୁସି ନ ଥିଲେ ଜିତେନ୍ଦ୍ର କୁମାର: ଇଚ୍ଛା ନ ଥିଲା ସଚିବଜୀଙ୍କ ରୋଲ

Entertainment

ପଞ୍ଚାୟତ ଅଫରରେ ଖୁସି ନ ଥିଲେ ଜିତେନ୍ଦ୍ର କୁମାର: ଇଚ୍ଛା ନ ଥିଲା ସଚିବଜୀଙ୍କ ରୋଲ

Ritu Das
Browse all articles by Ritu Das
·1 year ago·2 min read
ପଞ୍ଚାୟତ ଅଫରରେ ଖୁସି ନ ଥିଲେ ଜିତେନ୍ଦ୍ର କୁମାର: ଇଚ୍ଛା ନ ଥିଲା ସଚିବଜୀଙ୍କ ରୋଲ

କେବେ ଭାବିଛନ୍ତି ପଞ୍ଚାୟତରେ ଯଦି ଜିତେନ୍ଦ୍ର କୁମାର ନ ଥାନ୍ତେ ତାହେଲେ ଗାଁର ଜୀବନ ଏବଂ ଏହାର ପଞ୍ଚାତ ଅଫିସ ଲୋକଙ୍କୁ ଏତେ ଭଲ ଲାଗିଛି ଯେ ଲୋକଙ୍କୁ ଘାଟାର ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା। ପଞ୍ଚାୟତ ଓ୍ବେବସିରିଜରେ ମୁଖ୍ୟ ଚରିତ୍ରରେ ଥିବା ଅଭିଷେକ ତ୍ରିପାଠୀ ମାନେ ଜିତେନ୍ଦ୍ର କୁମାର ଏକ ବଡ଼ କଥା ଏକ ଇଣ୍ଟରଭ୍ୟୁରେ କହିଛନ୍ତି। ସିରିୟଲରେ ଯେତେବେଳେ ଅଫର ଆସିଲା ଏବଂ ଜିତେନ୍ଦ୍ରଙ୍କୁ ଷ୍ଟୋରୀ କୁହାଯାଇଥିଲା ସେତେବେଳେ ତାଙ୍କୁ ଷ୍ଟୋରୀ ସେତେ ପସନ୍ଦ ଆସି ନ ଥିଲା। ସେ ଏହି ଶୋ କରିବାକୁ ମନା କରିଦେଇଥିଲେ। ତାଙ୍କୁ ଲାଗିଥିଲା କି ପଞ୍ଚାୟତ ଶୋ ଆମେରିକାର ଏକ ଶୋ ଦ ଅଫିସ ଭଳି ଲାଗୁଛି। ତାଙ୍କୁ ଏହି ରୋଲ ତାଙ୍କ ପାଇଁ ଉପଯୁକ୍ତ ଲାଗୁ ନ ଥିଲା। କିନ୍ତୁ ତାଙ୍କୁ କେବେ ବି ଲାଗି ନ ଥିଲା ଏହି ଭୂମିକା OTTରେ ସବୁଠାରୁ ଧମାକେଦାର ହେବ। ଆଉ ତାଙ୍କ ଅଭିନୟ ସବୁବେଳେ ସମସ୍ତଙ୍କ ପାଇଁ ଏକ ଆଇକନିକ ରୋଲ ହୋଇ ରହିଯିବ। ସଚିବ ଜୀ ନ ଥିଲେ କଣ ହୋଇଥାଆନ୍ତା?


ପଞ୍ଚାୟତ ଶୋ'ରେ ଅଭିଷେକ ତ୍ରିପାଠୀ ମୁଖ୍ୟ ଭୂମିକାରେ ଅଛନ୍ତି। କିନ୍ତୁ ଜିତେନ୍ଦ୍ର କୁମାରଙ୍କୁ ଏହି ସିରିଜରେ କାଷ୍ଟ କରିବାର କୌଣସି ପ୍ଲାନ ନ ଥିଲା। ସେ ଆଉ ମଧ୍ୟ କହିଛନ୍ତି ଯେ, ସେ କେବେ ଭାବି ନଥିଲେ ଏହି ଶୋର ଏତେ ବଡ଼ ଅଂଶ କେବେ ହେବେ ବୋଲି। ଏହି ଶୋ କେବଳ ପଞ୍ଚାୟତ ଅଫିସ ପର୍ଯ୍ୟନ୍ତ ସୀମିତ ନ ଥିଲା। ମେକର୍ସ ଏହି ଶୋରେ ଥିବା ଫୁଲେରା ଗାଁକୁ ଲୋକଙ୍କ ହୃଦୟର ନିକଟତର କରିବାରେ ସକ୍ଷମ ହୋଇଛନ୍ତି। ଏତେ କଥା କହିବାର କାରଣ ପୁଣି ସେଇ ଫୁଲେରା ଗାଁକୁ ଯିବାକୁ ଲୋକ ଏକ୍ସାଇଟେଡ ଅଛନ୍ତି। କାରଣ କେବେ ଶୋ ଆସିବ ବୋଲି ସମସ୍ତେ ଅପକ୍ଷାରେ ଥିଲେ। ଆଉ ଏହି ପଞ୍ଚାୟତର ଚତୁର୍ଥ ସିଜନର ଟ୍ରେଲର ଫ୍ୟାନ୍ସ ମାନଙ୍କ ପାଇଁ ଆସିଯାଇଛି। ଜିତେନ୍ଦ୍ର ନିଜ କୋଷ୍ଟାର ରଘୁବୀର ଯାଦବ, ନୀନା ଗୁପ୍ତା, ସୁନୀତା ରାଜବାର, ଚନ୍ଦନଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାରଣ ସୁଟିଂ ସେଟରେ ଏମାନଙ୍କ ସହ ସମୟ କେତେବେଳେ ବିତିଯାଏ ମୁଁ ନିଜେ ବି ଜାଣିପାରେନି। ଦିଲ ଥାମକେ ବୈଠିଏ ପଞ୍ଚାୟତର ସିଜନ ୪ ଆସନ୍ତା ଜୁଲାଇ ୨ରେ ଆମାଜନ ପ୍ରାଇମରେ ଷ୍ଟ୍ରିମିଂ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
jitendra-kumar-was-not-happy-with-the-panchayat-offer-didnt-want-the-role-of-secretary | Argus News