Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Kabir Video Viral / ଅନ୍ୟ ଯୁବତୀଙ୍କ ସହ ପାର୍ଟିରେ ନଜର ଆସିଲେ କବୀର ବାହିଆ, କବୀର-କ୍ରିତି ବ୍ରେକଅପ୍ ଚର୍ଚ୍ଚା ଜୋରଦାର

Bikash Mohanty
Browse all articles by Bikash Mohanty
·2 weeks ago·2 min read
ଅନ୍ୟ ଯୁବତୀଙ୍କ ସହ ପାର୍ଟିରେ ନଜର ଆସିଲେ କବୀର ବାହିଆ, କବୀର-କ୍ରିତି ବ୍ରେକଅପ୍ ଚର୍ଚ୍ଚା ଜୋରଦାର
Kabir Bahiya

Key Points

ଅନ୍ୟ ଯୁବତୀଙ୍କ ସହ ପାର୍ଟିରେ ନଜର ଆସିଲେ କବୀର ବାହିଆ
କବୀର-କ୍ରିତି ବ୍ରେକଅପ୍ ଚର୍ଚ୍ଚା ଜୋରଦାର
ବଲିଉଡ୍ ଅଭିନେତ୍ରୀ କ୍ରିତି  ଓ ବ୍ୟବସାୟୀ କବୀରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନ ଓ ବ୍ୟବସାୟୀ କବୀର ବାହିଆଙ୍କ ସମ୍ପର୍କକୁ ନେଇ ଦୀର୍ଘଦିନ ଧରି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଆସୁଛି। ଯଦିଓ ଉଭୟ ନିଜ ସମ୍ପର୍କକୁ ନେଇ କେବେ ବି ଆନୁଷ୍ଠାନିକ ଭାବେ କିଛି କହିନାହାନ୍ତି, ତଥାପି ବିଭିନ୍ନ ସମୟରେ ସେମାନଙ୍କୁ ଏକାଠି ଦେଖାଯାଇଥିବାରୁ ଡେଟିଂ ଗୁଞ୍ଜନ ଜୋର ଧରିଥିଲା।

କୃତିଙ୍କ ଜନ୍ମଦିନ ଅବସରରେ ଉଭୟ ଏକାଠି ବିଦେଶ ଭ୍ରମଣରେ ଯାଇଥିବା ଚର୍ଚ୍ଚା ହୋଇଥିଲା। ଏହାଛଡ଼ା କୃତିଙ୍କ ସାନ ଭଉଣୀ ନୁପୁର ସାନନଙ୍କ ବିବାହ ଉତ୍ସବରେ ମଧ୍ୟ କବୀର ବାହିଆଙ୍କୁ କୃତିଙ୍କ ସହ ଦେଖିବାକୁ ମିଳିଥିଲା। ଏହାପରେ ଦୁହେଁଙ୍କ ସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚା ହୋଇଥିଲା।

ବ୍ରେକଅପ୍ ଚର୍ଚ୍ଚାର କାରଣ କ'ଣ?

ସମ୍ପ୍ରତି ସୋସିଆଲ ମିଡିଆ ପ୍ଲାଟଫର୍ମ Redditରେ କବୀର ବାହିଆଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ଥିବା କିଛି ଫଟୋ ଭାଇରାଲ ହୋଇଛି। ଏହା ପରେ କିଛି ନେଟିଜେନ୍ସ କୃତି ଓ କବୀରଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିବା ନେଇ କଳ୍ପନାଜଳ୍ପନା ଆରମ୍ଭ କରିଛନ୍ତି।

ତେବେ ଭାଇରାଲ ହେଉଥିବା ଫଟୋଗୁଡ଼ିକର ସତ୍ୟତାକୁ ନେଇ କୌଣସି ସ୍ପଷ୍ଟ ପ୍ରମାଣ ସାମ୍ନାକୁ ଆସିନାହିଁ। ସୂଚନା ଅନୁସାରେ, ଏହି ଫଟୋଗୁଡ଼ିକ ପ୍ରକୃତରେ 'ଆଲିଆ ମୋହନ' ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର ହୋଇଥିବା ଏକ ରିଲର ସ୍କ୍ରିନସଟ୍। ସେଥିରେ କବୀର ତାଙ୍କ ବନ୍ଧୁମାନଙ୍କ ସହ ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ଦେଖାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା

ଭାଇରାଲ ଫଟୋକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ମତାମତ ଦେଖିବାକୁ ମିଳୁଛି। କେହି ପଚାରିଛନ୍ତି, "କୃତି ଏ ବିଷୟରେ ଜାଣନ୍ତି କି?" ଆଉ କେହି କବୀରଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନୁମାନ ଲଗାଉଛନ୍ତି। ତେବେ ଏସବୁ କେବଳ ସୋସିଆଲ ମିଡିଆର ଚର୍ଚ୍ଚା ମାତ୍ର ଏବଂ ଏହାକୁ ସମର୍ଥନ କରିବା ପାଇଁ କୌଣସି ଆଧିକାରିକ ସୂଚନା ମିଳିନାହିଁ।

୯ ବର୍ଷର ବୟସ ବ୍ୟବଧାନକୁ ନେଇ ମଧ୍ୟ ଚର୍ଚ୍ଚା

କୃତି ସାନନ ଓ କବୀର ବାହିଆଙ୍କ ସମ୍ପର୍କକୁ ନେଇ ଆଉ ଏକ ଚର୍ଚ୍ଚାର ବିଷୟ ହେଉଛି ସେମାନଙ୍କ ବୟସର ପାର୍ଥକ୍ୟ। କବୀର, କୃତିଙ୍କଠାରୁ ପ୍ରାୟ ୯ ବର୍ଷ ସାନ ବୋଲି କୁହାଯାଉଛି। ତଥାପି ଏହି ବିଷୟରେ ଉଭୟ କେବେ ବି ସାର୍ବଜନୀନ ଭାବେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ପଢନ୍ତୁ ଏହି ଖବର: "ମୁଁ ତାଙ୍କ ବିନା ବଞ୍ଚିପାରିବି ନାହିଁ ", IVF ମାଧ୍ୟମରେ 43 ବର୍ଷ ବୟସରେ ତିନିଟି ସନ୍ତାନର ମା' ହେବା ସହଜ ନୁହେଁ...

କୃତି ସାନନଙ୍କ ନୂଆ ଚଳଚ୍ଚିତ୍ର 'କକଟେଲ 2' ମଧ୍ୟ ଚର୍ଚ୍ଚାରେ ରହିଛି। ଚଳଚ୍ଚିତ୍ରଟି ମୁକ୍ତିଲାଭ ପରେ ବକ୍ସ ଅଫିସରେ ହାରାହାରି ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ମୁକ୍ତିଲାଭର ଆଠ ଦିନ ମଧ୍ୟରେ ଏହା ଭାରତରେ ପ୍ରାୟ ୭୪.୭୫ କୋଟି ଟଙ୍କା ନେଟ୍ କଲେକ୍ସନ୍ କରିଛି।


Sponsored
Kabir Bahia Spotted With Mystery Girl, Kriti Sanon Breakup Rumours Gain Momentum | Argus News