Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood: ପାପାରାଜିଙ୍କୁ ଛିଗୁଲେଇଲେ କାଜୋଲ.. କହିଲେ ଭିଡିଓ ବିକି ରୋଜଗାର କରୁଛନ୍ତି !

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·3 min read
Bollywood: ପାପାରାଜିଙ୍କୁ ଛିଗୁଲେଇଲେ କାଜୋଲ.. କହିଲେ ଭିଡିଓ ବିକି ରୋଜଗାର କରୁଛନ୍ତି !

Key Points

ସିନେ ଜଗତର ଅଧିକାଂଶ କଳାକାର ନିଜର ଲୁକ ପାଇଁ ଚିନ୍ତିତ ଥାନ୍ତି ।

ସେମାନଙ୍କ ଲୁକ୍‌ସ ପାଇଁ ତାଙ୍କୁ ବେଳେ ବେଳେ ଟ୍ରୋଲର ଶିକାର ହେବାକୁ ମଧ୍ୟ ପଡ଼ିଥାଏ ।

ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ର ଚୁଲବୁଲି ଆକ୍ଟ୍ରିସ କାଜୋଲ ପୁଣି ଚର୍ଚ୍ଚାରେ । ନିଜର ଭିନ୍ନ ଅନ୍ଦାଜ କଥାବାର୍ତ୍ତା ପାଇଁ ସେ ପୁଣି ଲାଇମଲାଇଟ୍‌ରେ । ପ୍ରତ୍ୟେକ ବଲିଉଡ୍‌ ଆକ୍ଟ୍ରିସ୍‌ଙ୍କୁ ଭୟ ଥାଏ ପାପାରାଜି । ହେଲେ କାଜୋଲଙ୍କୁ ସେଥିରେ କିଛି ପରକ ପଡ଼େନି ବୋଲି ସେ ପୁଣି ପ୍ରମାଣିତ କରିଛନ୍ତି । ସାଧାରଣତଃ ପାପାରାଜି ହିରୋ-ହିରୋଇନ୍‌ ମାନଙ୍କର ଏଣୁ ତେଣୁ ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ।


ଯାହା ଦ୍ୱାରା କଳାକାରଙ୍କୁ ନାନା ଟ୍ରୋଲ୍‌ର ଶିକାର ହେବାକୁ ପଡ଼ିଥାଏ । ଏମିତିକି ସେମାନଙ୍କ କ୍ୟାରିୟର ଉପରେ ମଧ୍ୟ ଏହାର ପ୍ରଭାବ ଦେଖା ଦେଇଥାଏ । ତେଣୁ ସବୁ କଳାକାର ପାପାରାଜିଙ୍କ ନଜରରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତି । ନଚେତ୍ ପାପାରାଜିଙ୍କ ସହ ଭଲ ସମ୍ପର୍କ ରଖି ନିଜର ପ୍ରମୋସନ କରାନ୍ତି । ହେଲେ କାଜୋଲ ସେ ସବୁକୁ କିଛି ଖାତିର କରନ୍ତି ନାହିଁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାସହ ପଢ଼ନ୍ତୁ:- Odisha Politics: ପୁଣି ଶଂଙ୍ଖ ଭବନରୁ ଖସିବ ଇଟା ! ଆଉ ଜଣେ ବରିଷ୍ଠ ନେତା ଛାଡ଼ିବେ ଦଳ


ସିନେ ଜଗତର ଅଧିକାଂଶ କଳାକାର ନିଜର ଲୁକ ପାଇଁ ଚିନ୍ତିତ ଥାନ୍ତି । ସେମାନଙ୍କ ଲୁକ୍‌ସ ପାଇଁ ତାଙ୍କୁ ବେଳେ ବେଳେ ଟ୍ରୋଲର ଶିକାର ହେବାକୁ ମଧ୍ୟ ପଡ଼ିଥାଏ । କିନ୍ତୁ କାଜୋଲ କୁହନ୍ତି ମୁଁ ମୋଟା ହୁଏ କି ପତଳା ହୁଏ, ଲୋକେ ମୋତେ ଖୁବ୍ ଭଲ ପାଆନ୍ତି । ସେଥିପାଇଁ ମୁଁ ଖୁବ୍ ଭାଗ୍ୟବାନ୍ ।

କାଜୋଲ କୁହନ୍ତି ମୁଁ ମୋ କ୍ୟାରିୟରରେ ଅପ୍‌-ଡାଉନ୍‌ ଦେଖିଛି । ମୋଟା ହୋଇଛି, ପତଳା ହୋଇଛି, ପ୍ରେଗ୍‌ନେଣ୍ଟ ବି ହୋଇଛି, ଚୁଟି ଛୋଟ ବି କରିଛି । ହେଲେ ମୋର ଯେଉଁଭଳି ସ୍ଥିତି ଥାଉ ନା କାହିଁକି.. ମୋତେ ସବୁବେଳେ ଲୋକଙ୍କ ଭଲପାଇବା ମିଳିଥାଏ । ମୋ ଫିଗରକୁ ନେଇ ମୋତେ ଦର୍ଶକ କେବେ ଜଜ୍‌ କରନ୍ତି ନାହିଁ । ମୋତେ ସେମାନେ ଭଲପାଇବା ନଜରରେ ଦେଖନ୍ତି । ସେଥିପାଇଁ ମୁଁ ସବୁବେଳେ ଭାବେ ମୁଁ ଖୁବ୍ ଭାଗ୍ୟବାନ ।

କିଛି ଲୋକ କହନ୍ତି ପାପାରାଜିଙ୍କୁ ଦେଖିଲେ କାଜୋଲ ବିଗିଡ଼ିଯାନ୍ତି । ସେମାନଙ୍କ ସହ ରୁଡ୍‌ଲି କଥା ହୁଅନ୍ତି । ତେଣୁ ଏହାର ଜବାବ ମଧ୍ୟ କାଜୋଲ ଦେଇଛନ୍ତି । କାଜୋଲ କହିଛନ୍ତି ମୋତେ ମୋର ରେପୁଟେସନ୍‌କୁ ବଞ୍ଚାଇ ରଖିବାର ଅଛି । କିନ୍ତୁ ଏହା ସେମାନଙ୍କ ପାଇଁ ବ୍ୟବସାୟର କଥା । କିଛି କିଛି କ୍ଲିପ୍‌ ବ୍ୟବହାର କରି ଯଦି ସେ ରୋଜଗାର କରି ପାରୁଛନ୍ତି । ତେବେ ଏହା ନିଶ୍ଚିତ ଭାବେ ଭଲ କଥା । ତେଣୁ ଏଥିରେ ମୁଁ ଆଉ କ'ଣ କହିବି ।

ନିକଟରେ କାଜୋଲ ଏକ କାର୍ଯ୍ୟକ୍ରମକୁ ଯାଇଥିଲେ । ସେଠାରେ ଜଣେ କ୍ୟାମେରା ମ୍ୟାନ୍‌ ତାଙ୍କ ମୋଟାପଣକୁ କ୍ୟାମେରା ଲେନ୍ସରେ ଜୁମ୍‌ କରି ସୁଟ୍‌ କରିଥିଲା । ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯିବା ପରେ ଅନେକ ୟୁଜର ବଡି ସେମିଂକୁ ନେଇ କମେଣ୍ଟ ଦେଇଥିଲେ । ତାପରେ କାଜୋଲଙ୍କ ସପକ୍ଷରେ ବାହାରି ମିନି ମାଥୁର ଲେଖିଥିଲେ, 'ତମର ସାହସ କେମିତି ହେଲା, ତାଙ୍କ ଶରୀରକୁ ଏଭଳି ଜୁମ୍‌ କରି ଦେଖେଇବାକୁ ? ତମର ବି ଯୌବନ ସବୁଦିନ ପାଇଁ ରହିବ ନାହିଁ । ସେ କେମିତି ଦେଖାଯିବେ, ତାହା ତାଙ୍କ ଇଚ୍ଛା । ତମର ଏଥିରେ କୌଣସି ଅଧିକାର ନାହିଁ ।

କାଜୋଲ ଏବେ ତାଙ୍କ ଅପ୍‌କମିଂ ସିରିଜ୍‌ 'ଦ ଟ୍ରାଏଲ ସିଜିନ୍- ୨' ପାଇଁ ଖୁବ୍‌ ବ୍ୟସ୍ତ ରହୁଛନ୍ତି । ୧୯ ସେପ୍ଟେମ୍ବରରେ ଜିଓ ହଟ୍‌ଷ୍ଟାରରେ ଏହାର ପ୍ରିମିୟର କରାଯିବ ।


ଏହାସହ ପଢ଼ନ୍ତୁ:-Odisha Politics: ଅତି କୁହାଳିଆ ସାଜିଛନ୍ତି ସୁଲତା... ଜାଣିପାରୁ ନାହାନ୍ତି ସତ କ'ଣ ମିଛ କ'ଣ ?

Sponsored
Kajol says, ‘I’m loved whether I’m fat or thin’, reacts to being called rude for scolding paparazzi | Argus News