Videos
|
Entertainment

Bollywood / ୧୫୦୦ ଟଙ୍କାର ଖଦି ଶାଢୀ ପିନ୍ଧି ଯୁବପିଢିଙ୍କୁ କଣ କହିଲେ କଙ୍ଗନା ?

Banajyotshna Ray
Browse all articles by Banajyotshna Ray
·10 months ago·2 min read
୧୫୦୦ ଟଙ୍କାର ଖଦି ଶାଢୀ ପିନ୍ଧି ଯୁବପିଢିଙ୍କୁ କଣ କହିଲେ କଙ୍ଗନା ?

Key Points

୧୫୦୦ ଟଙ୍କାର ଖଦି ଶାଢୀ ପିନ୍ଧି ରାମ୍ପୱାକ କଲେ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରନାୱତ ।

ଖଦି ଶାଢ଼ୀ ପୀନ୍ଧିବାକୁ କାହାକୁ ବା ଭଲ ନଲାଗେ। ଆଜିକାଲି ଏହା ଏକ ଫ୍ୟାସନ ବି ହୋଇଗଲାଣି। କେବଳ ସେତିକି ନୁହେଁ, ଖଦି ଶାଢୀ, ଭାରତ ଇତିହାସ ସହ କାହିଁ କେଉଁ କାଳରୁ ଜଡିତ । ଦେଖିବାକୁ ଏହା ବହୁତ ସୁନ୍ଦର କିନ୍ତୁ ତାର ମୁଲ୍ୟ ବହୁତ କମ । ଦେଶ ଛାଡ ଏବେ ବିଦେଶରେ ବି ବହୁ ମାତ୍ରରେ ବିକ୍ରି ହେଉଛି ଆମ ସ୍ଵଦେଶ ନିର୍ମିତ ଖଦି ଶାଢୀ । ସାଧାରଣତଃ ଆମ ମାନଙ୍କ ମନରେ ଏକ ଭୁଲ ଧାରଣା ରହିଯାଇଛି ଯେ, ବଡ ବଡ ନେତା ମନ୍ତ୍ରୀ ହୁଅନ୍ତୁ କି ଅଭିନେତ୍ରୀ ସେମାନେ ବହୁ ମୁଲ୍ୟର ବିଦେଶୀ ଶାଢୀ ପିନ୍ଧୁଥିବେ । କିନ୍ତୁ ସେସବୁକୁ ଭୁଲ ପ୍ରମାଣିତ କରି ଏବେ ୧୫୦୦ ଟଙ୍କାର ଖଦି ଶାଢୀ କିଣି ଚର୍ଚ୍ଚାରେ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରନାୱତ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ବଲିଉଡର ଅନେକ ସେଲିବ୍ରେଟି ଖଦି ଶାଢ଼ୀ ପିନ୍ଧିଥିବା ଆପଣ ଦେଖିଥିବେ। ଏମିତିରେ ବି କଙ୍ଗନାଙ୍କୁ ଅନେକ ସମୟରେ ଭିନ୍ନ ଭିନ୍ନ ଷ୍ଟାଇଲିସର ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳେ।


ମୁମ୍ବାଇରେ ଏକ ପ୍ରମୁଖ ଫ୍ୟାଶନ୍ ଇଭେଣ୍ଟରେ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାନାୱତ ରାମ୍ପରେ ଚାଲି ଉପସ୍ଥିତ ଦର୍ଶକ ଏବଂ ଫ୍ୟାଶନ୍ ପ୍ରେମୀଙ୍କୁ ମୋହିତ କରିଥିଲେ। ବହୁତ ଦିନ ପରେ ରାମ୍ପରେ ଯାଇ କଙ୍ଗନା କାର୍ଯ୍ୟକ୍ରମକୁ ଅତି ସ୍ୱତନ୍ତ୍ର କରିଥିଲେ। ଏଥିସହ ସେ ଏକ ଆତ୍ମନିର୍ଭରଶୀଳ ଭାରତକୁ ପ୍ରୋତ୍ସାହିତ କରିବାକୁ ଯୁବପିଢ଼ିଙ୍କୁ ମଧ୍ୟ ନିବେଦନ କରିଥିଲେ।କଙ୍ଗନା ଯୁବପିଢ଼ି ଏବଂ ତାଙ୍କ ବନ୍ଧୁମାନଙ୍କୁ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ସେ କହିଥିଲେ, “ଆମକୁ ଆମର ସଂସ୍କୃତି ଏବଂ ସ୍ଥାନୀୟ ଲୋକଙ୍କୁ ପ୍ରୋତ୍ସାହିତ କରିବା ଉଚିତ। ଖଦି ଏବଂ ଘରୋଇ ଉତ୍ପାଦଗୁଡ଼ିକୁ ଗ୍ରହଣ କରନ୍ତୁ। ମୁଁ ଆପଣଙ୍କୁ ଘରୋଇ ଶିଳ୍ପକୁ ଉତ୍ସାହିତ କରିବାକୁ ଅନୁରୋଧ କରୁଛି।” କଙ୍ଗନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୈଳୀକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଆମର ପ୍ରଧାନମନ୍ତ୍ରୀ କେବଳ ରାଜନୈତିକ ଦୃଷ୍ଟିରୁ ସଚେତନ ନୁହଁନ୍ତି ବରଂ ସାମାଜିକ ଦୃଷ୍ଟିରୁ ମଧ୍ୟ ସଚେତନ। ସେ ଭାରତୀୟ ଶିଳ୍ପ, ଲୋକ ଏବଂ ଏକ ଆତ୍ମନିର୍ଭରଶୀଳ ଭାରତ ବିଷୟରେ ଚିନ୍ତା କରନ୍ତି।“

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଜେପି ସାଂସଦ କଙ୍ଗନା ରାଣାୱତ କହିଥିଲେ, “ମୋର ସମସ୍ତ ବନ୍ଧୁ ଓ ଯୁବପିଢ଼ିଙ୍କୁ ଅନୁରୋଧ କରୁଛି ଯେ, ଆମେ ଏବେ ଆତ୍ମନିର୍ଭରଶୀଳ ଭାରତ ଆଡକୁ ଗତି କରୁଛେ । ସେଥିପାଇଁ ଏହା ଧ୍ୟାନ ଦେବା ଉଚିତ ଯେ କିଭଳି ଆମେ ଆମର ସଂସ୍କୃତିକୁ ଲୋକଙ୍କ ମଧ୍ୟରେ ପ୍ରୋତ୍ସାହିତ କରିପାରିବା । ଗତକାଲି ମୁଁ ଏକ ଖଦି ଶାଢୀ କିଣିଛି । ସେ ଶାଢୀର ଦାମ୍ ଥିଲା ମାତ୍ର ୧୫୦୦ ଟଙ୍କା । ମୁଁ ତାକୁ ପିନ୍ଧି ଥିଲି ମଧ୍ୟ । ମୋତେ ଶାଢୀଟି ବହୁତ ପସନ୍ଦ ଆସିଥିଲା । ଏବଂ ସେ କପଡା ଜୈବିକ ଏବଂ ପରିବେଶ ଅନୁକୁଳ ମଧ୍ୟ ଥିଲା । ତେଣୁ ମୁଁ ଅନୁରୋଧ କରୁଛି ଆଜିର ଯୁବପିଢି ଥରେ ମାତ୍ର ଏହି ଖଦି କପଡା ବ୍ୟବହାର କରନ୍ତୁ । ବିଶ୍ଵାସ କରନ୍ତୁ ଥରେ ଏହାକୁ ବ୍ୟବହାର କଲେ ଆପଣ କେବେ ଅନ୍ୟ କୌଣସି କପଡା ବ୍ୟବହାର କରିବାକୁ ପସନ୍ଦ କରିବେନି ।“

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories

Bollywood | Kangana Buys Khadi Saree for ₹1500 | Argus News | Argus News