Videos
|
Entertainment

ସୁନା ଚୋରା ଚାଲାଣ ମାମଲାରେ ରାନ୍ୟାଙ୍କୁ ଏକ ବର୍ଷ ଜେଲ ଦଣ୍ଡ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସୁନା ଚୋରା ଚାଲାଣ ମାମଲାରେ ରାନ୍ୟାଙ୍କୁ ଏକ ବର୍ଷ ଜେଲ ଦଣ୍ଡ

Key Points

କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଜେଲ ଦଣ୍ଡ

ଏକ ବର୍ଷ ଜେଲ୍‌ କାରାଦଣ୍ଡରେ ଦଣ୍ଡିତ କରାଯାଇଛି

ମାର୍ଚ୍ଚ ୩ରେ ବିମାନବନ୍ଦରରୁ ରାନ୍ୟା ରାଓଙ୍କୁ ଗିରଫ କରିଥିଲେ

କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଜେଲ ଦଣ୍ଡ। ସୁନା ଚୋରା ଚାଲାଣ ମାମଲାରେ ତାଙ୍କୁ ଏକ ବର୍ଷ ଜେଲ୍‌ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅଧିକାରୀମାନେ ମାର୍ଚ୍ଚ ୩ରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାନ୍ୟା ରାଓଙ୍କୁ ଗିରଫ କରିଥିଲେ । ରାନ୍ୟାଙ୍କ ନିକଟରୁ ଦୁବାଇରୁ ଅଣାଯାଇଥିବା ପ୍ରାୟ ୧୪.୮ କିଲୋଗ୍ରାମ ସୁନା ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୧୨.୫୬ କୋଟି ଟଙ୍କା ହେବ।


ଏହାପରେ ରାନ୍ୟାଙ୍କ ବାସଭବନରେ ଚଢ଼ାଉ କରାଯାଇ ୨.୦୬ କୋଟି ଟଙ୍କାର ସୁନା ଅଳଙ୍କାର ଏବଂ ୨.୬୭ କୋଟି ଟଙ୍କା ନଗଦ ଜବତ କରାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ରାନ୍ୟା ୨୦୨୩ ରୁ ୨୦୨୫ ମଧ୍ୟରେ ୩୪ ଥର ଏକାକୀ ଦୁବାଇ ଯାତ୍ରା କରିଥିଲେ । ଏହି ମାମଲାରେ ତାଙ୍କ ସହଯୋଗୀ ତରୁଣ କୋଣ୍ଡୁରୁ ରାଜୁଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବୈଦେଶିକ ବିନିମୟ ସଂରକ୍ଷଣ ଏବଂ ଚୋରା ଚାଲାଣ କାର୍ଯ୍ୟକଳାପ ନିରାକରଣ ଅଧିନିୟମ ଅଧୀନରେ ପରାମର୍ଶଦାତା ବୋର୍ଡ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏକ ବର୍ଷର କାରାଦଣ୍ଡ ସମୟରେ ରାନ୍ୟାଙ୍କୁ ଜାମିନ ମିଳିପାରିବ ନାହିଁ। ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ, ରାଣ୍ୟା ଏବଂ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଜେଲ ଯିବାକୁ ପଡିବ।

kannada-film-actor-ranya-rao-has-been-sentenced-to-one-year-in-prison-under-the-stringent-cofeposa-in-connection-with-a-gold-smuggling-case | Argus News