ଯାତ୍ରାପାର୍ଟି ଚଳାଇଥିଲେ ଭୁବନେଶ୍ବର ପ୍ରଧାନ

Key Points
୨୮ ବର୍ଷ ଧରି ଯାତ୍ରାପାର୍ଟି ଚଳାଇଥିଲେ ଭୁବନେଶ୍ବର ପ୍ରଧାନ
ଯାତ୍ରା ପାର୍ଟି ପାଇଁ ବିକିଥିଲେ ୧୭ ଏକର ଜମି
ଏ ବର୍ଷ ଧନୁଯାତ୍ରାରେ ଶେଷ ଅଭିନୟ
ଜମୁଛି ବରଗଡ ଧନୁଯାତ୍ରା , କଂସଙ୍କ ଗର୍ଜନରେ ପ୍ରକମ୍ପିତ ହେଉଛି ଗଗନପବନ। କଂସଙ୍କର ରାଜଦରବାର ଦେଖିବାକୁ ଓଡ଼ିଶାର କୋଣ ଅନୁକୋଣରୁ ଛୁଟୁଛି ଦର୍ଶକଙ୍କ ସୁଅ । ଥାନା ଅଧିକାରୀଙ୍କ ଠାରୁ ନେଇ କଲେକ୍ଟର, ବଡବଡ ଅଧିକାରୀ ମାନେ ବି ନତମସ୍ତକ ହେଉଛନ୍ତି କଂସଙ୍କ ନିକଟରେ। କଂସ କେତେ ନିଷ୍ଠୁର , କେତେ ଭୟଙ୍କର ତାହା ଧନୁଯାତ୍ରା ମଞ୍ଚରେ ଦେଖୁଛନ୍ତି ସମସ୍ତେ।ଏହାରି ଭିତରେ କଂସ ଭୂମିକାରେ ଅଭିନୟ କରୁଥିବା ଭୁବେନଶ୍ବର ପ୍ରଧାନଙ୍କ ବିଷୟରେ ଜାଣିବାକୁ ଅନେକଙ୍କର ଇଚ୍ଛା ରହିଛି । କାରଣ ଚଳିତ ବର୍ଷ ଶେଷ ଥର ପାଇଁ ଧନୁଯାତ୍ରାରେ କଂସ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି ଭୁବେନଶ୍ବର ପ୍ରଧାନ। ଆଗକୁ ଆଉ ମଞ୍ଚରେ ଶୁଭିବନି ତାଙ୍କର ସେ ଗର୍ଜନ କି ଦେଖିବାକୁ ମିଳିବନି ସେ ନିଖୁଣ ଅଭିନୟ।
ଭୁବେନଶ୍ବର ପ୍ରଧାନଙ୍କ ପରିବାର କହିଲେ ସ୍ତ୍ରୀ, ୩ ପୁଅ, ୩ ବୋହୂ ୪ ନାତି ନାତୁଣୀ। ୪୫ ବର୍ଷରୁ ଅଧିକ ସମୟ ହେଲାଣି ଭୁବେନଶ୍ବର ପ୍ରଧାନ ଅଭିନୟ ଜଗତ ସହ ଯୋଡି ହୋଇ ରହିଛନ୍ତି। ମାତ୍ର ବାରତେର ବର୍ଷ ବୟସରେ ଗାଁ ଡ୍ରାମା ସମ୍ପୂର୍ଣ୍ଣ ମହାଭାରତ ନାଟକରୁ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଅଭିନୟ ଓ କଳାକାରଙ୍କୁ ଏତେ ଭଲ ପାଉଥିଲେ , ସେଥିପାଇଁ ସରଳେଶ୍ବରୀ ଗଣନାଟ୍ୟ ନାମରେ ଏକ ଯାତ୍ରା ଅନୁଷ୍ଠାନ କରିଥିଲେ। ଦୀର୍ଘ ୨୮ ବର୍ଷ ଧରି ଏହାକୁ ପରିଚାଳନା କରି ୬୦ ପରିବାର ମୁହଁରେ ଆହାର ଦେଉଥିଲେ।
📱 Get Argus News App
✨ଗୋଟେ ସମୟରେ ଯାତ୍ରା ପାର୍ଟି ପାଇଁ ୧୭ ଏକର ଜମି ବିକ୍ରି କରିବାକୁ ପଡିଥିଲା ଭୁବନେଶ୍ବରଙ୍କୁ। ତେବେ ଯାତ୍ରା ପାର୍ଟି କାହିଁକି ବନ୍ଦ ହେଲା ସେ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି , କମିଟି ଆଉ ଦର୍ଶକ ମାନେ ସବୁବେଳେ ଚାହିଁଲେ ଭୁବନେଶ୍ବର ନିଜେ ଅଭିନୟ କରିବାକୁ , ସମୟ ଅଭାବ ଓ ରାତି ଅନିଦ୍ରା ହୋଇ ଅସୁସ୍ଥତା ହେତୁ ଯାତ୍ରା ପାର୍ଟି ବନ୍ଦ କରି ଦେଇଥିଲେ। ସେ ତାଙ୍କ ଅଭିନୟ କାଳରେ ବହୁ କଳାକାରଙ୍କୁ ତିଆରି କରିବା ସହ ସୁଯୋଗ ଦେଇଛନ୍ତି। ତାଙ୍କ ସହେଯାଗୀ କଳାକାରଭାବେ କାମ କରୁଥିବା କଳାକାର ବିଭିନ୍ନ ମଞ୍ଚରେ ଏବେ କଂସ ଭୂମିକାରେ ଅଭିନୟ କରୁଛନ୍ତି।
