Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

କାଣ୍ଟା ଲଗା ଗାର୍ଲ ଶେଫାଳି ଜରିଓ୍ବାଲାଙ୍କ ୪୨ ବର୍ଷ ବୟସରେ ହୃଦଘାତରେ ପରଲୋକ

Ritu Das
Browse all articles by Ritu Das
·1 year ago·1 min read
କାଣ୍ଟା ଲଗା ଗାର୍ଲ ଶେଫାଳି ଜରିଓ୍ବାଲାଙ୍କ ୪୨ ବର୍ଷ ବୟସରେ ହୃଦଘାତରେ ପରଲୋକ

Key Points

ଆଉ ନାହାନ୍ତି କାଣ୍ଟା ଲଗା ଗାର୍ଲ ତଥା ମଡେଲ ଶେଫାଲି ଜରିଓ୍ବାଲା

୪୨ ବର୍ଷ ବୟସରେ ହୃଦଘାତରେ ପରଲୋକ

ରାତି ପ୍ରାୟ ୧୧ଟା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ

ଡାକ୍ତର ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ତାଙ୍କୁ ମୃତ ଘୋଷଣା କରିଥିଲେ

ସକାଳୁ ସକାଳୁ ମନୋରଞ୍ଜନ ଦୁନିଆରୁ ଆସିଛି ଦୁଃଖଦ ଖବର । ମଡେଲ ତଥା ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଦେହାନ୍ତ ହୋଇଛି। ମାତ୍ର ୪୨ ବର୍ଷରେ ଆଖି ବୁଜିଛନ୍ତି ବିଗ ବସ୍ ଫେମ୍ ଆକ୍ଟ୍ରେସ ଶେଫାଳି ଜରିୱାଲା । ଶେଫାଳି ମୁମ୍ବାଇର ଅନ୍ଧେରୀ ଲୋଖଣ୍ଡୱାଲା ଅଞ୍ଚଳରେ ରହୁଥିଲେ। ହଠାତ୍ ରାତି ପ୍ରାୟ ୧୧ଟା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଥିଲେ।


ଯେଉଁଠାରେ ଡାକ୍ତର ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ତାଙ୍କୁ ମୃତ ଘୋଷଣା କରିଥିଲେ। ତଥାପି, ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ। ମୃତ୍ୟୁବେଳକୁ ‘କାଣ୍ଟା ଲଗା ଗାର୍ଲ’ ଭାବରେ ପ୍ରସିଦ୍ଧ ଶେଫାଲିଙ୍କ ବୟସ 42 ବର୍ଷ ହୋଇଥିଲା। ସେ ଅକ୍ଷୟ କୁମାର ଓ ସଲମାନ ଖାନଙ୍କ ସହିତ ‘ମୁଝସେ ସାଧି କରୋଗି’ ଫିଲ୍ମରେ କାମ କରିଥିଲେ। ଶେଫାଳି ଜରିୱାଲାଙ୍କ ମୃତ୍ୟୁ ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଶେଫାଳି ଲୋକପ୍ରିୟ ରିଆଲିଟି ଶୋ ବିଗ୍ ବସ୍ ୧୩ରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେ ତାଙ୍କ ନୃତ୍ୟ ପାଇଁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kanta-laga-girl-shefali-jariwala-passes-away-at-the-age-of-42-due-to-cardiac-arrest | Argus News