Videos
|
Entertainment

Tollywood / 'କାନ୍ତାରା ଚାପ୍ଟର ୧', ବକ୍ସ ଅଫିସରେ କରୁଛି ଧମାଲ

Banajyotshna Ray
Browse all articles by Banajyotshna Ray
·11 months ago·2 min read
'କାନ୍ତାରା ଚାପ୍ଟର ୧', ବକ୍ସ ଅଫିସରେ କରୁଛି ଧମାଲ

Key Points

ବକ୍ସ ଅଫିସରେ ଧମାଲ କଲା “କାନ୍ତାରା ଚାପ୍ଟର ୧”
୩୦୦ କୋଟି କ୍ଲବ୍‌ରେ ‘କାନ୍ତାରା: ଚାପ୍ଟର ୧’

ଅଭିନେତା ରିଷବ ଶେଟ୍ଟୀଙ୍କ ‘କାନ୍ତାରା: ଚାପ୍ଟର ୧’ ଫିଲ୍ମ ଗତ ୨ ତାରିଖରେ ରିଲିଜ୍‌ ହୋଇଥିଲା। ରିଲିଜ୍‌ ହେବାର ୪ ଦିନ ମଧ୍ୟରେ ଏହି ଫିଲ୍ମ ବିଶ୍ୱବ୍ୟାପୀ ୩୩୫ କୋଟି ଟଙ୍କା ରୋଜଗାର କରିଛି। ଏହାସହ ‘କାନ୍ତାରା: ଚାପ୍ଟର ୧’ ଫିଲ୍ମ ଚଳିତ ବର୍ଷ ବିଶ୍ୱବ୍ୟାପୀ ସର୍ବାଧିକ ରୋଜଗାର କରିଥିବା ୫ ଭାରତୀୟ ଫିଲ୍ମ ମଧ୍ୟରେ ସ୍ଥାନ ପାଇଛି। କେବଳ ଭାରତୀୟ ସିନେମା ହଲଗୁଡ଼ିକରୁ ଏହି ଫିଲ୍ମ ୨୨୩.୭୫ କୋଟି ଟଙ୍କାର ବ୍ୟବସାୟ କରିଛି। ଗୁରୁବାର ରିଲିଜ୍‌ ହେବା ଦିନ ଏହି ଫିଲ୍ମ ଘରୋଇ ବକ୍ସ ଅଫିସରୁ୍ମ ୬୧.୮୫ କୋଟି ଟଙ୍କା ରୋଜଗାର କରିଥିଲା। ସେହିପରି ଶୁକ୍ରବାର, ଶନିବାର ଏବଂ ରବିବାର ଏହି ଫିଲ୍ମ ଭାରତୀୟ ସିନେମାହଲ୍‌ଗୁଡ଼ିକରୁ ଯଥାକ୍ରମେ ୪୫.୪, ୫୫ ଏବଂ ୬୧.୫ କୋଟି ଟଙ୍କା ବ୍ୟବସାୟ କରିଛି।


ରିଷଭ ଶେଟ୍ଟୀ ପୁଣିଥରେ ପ୍ରମାଣ କରିଛନ୍ତି ଯେ ତାଙ୍କୁ ନିର୍ଦ୍ଦେଶନାରେ ସର୍ବୋତ୍ତମ କାହିଁକି ବିବେଚନା କରାଯାଏ। ତାଙ୍କ ଅଭିନୟ ବିଷୟରେ ଏଥିରେ କୌଣସି ପ୍ରଶ୍ନ ନାହିଁ ।“କାନ୍ତାରା ଚାପ୍ଟର ୧” ରେ ତାଙ୍କ ଅଭିନୟ କେବଳ ବକ୍ସ ଅଫିସକୁ ଧମାକା ଦେଇନି, ବରଂ ଏହା ତା’ଠାରୁ ବହୁତ ଅଧିକ ରୋଜଗାର କରିଛି। ତାଙ୍କ ଫିଲ୍ମ ରିଲିଜ ହେବାର ମାତ୍ର ତିନି ଦିନ ହୋଇଛି। ବଲିଉଡକୁ ଏହି ସାଉଥ୍ ଭାରତୀୟ ଫିଲ୍ମଗୁଡ଼ିକରୁ ବହୁତ କିଛି ଶିଖିବାକୁ ପଡିବ। ମୁଖ୍ୟ କଥା ହେଉଛି ବଡ଼ ପରଦାରେ କାହାଣୀ କିପରି କୁହାଯାଏ। ଏବଂ ଅଧିକ ରୋଜଗାର କିପରି ହୁଏ। ତେବେ ତୃତୀୟ ଦିନରେ ଏହା କେତେ ରୋଜଗାର କରିଛି ଆସନ୍ତୁ ଜାଣିବା। କେବଳ ରିଷଭ ଶେଟ୍ଟୀ ନୁହେଁ, “କାନ୍ତାରା ଚାପ୍ଟର ୧”ର ଅନେକ ଅଭିନେତା ସେମାନଙ୍କର ଅଭିନୟରେ ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ: ଏହି ଫିଲ୍ମ ଯିଏ ଦେଖୁଛି ତା'ସହ ଘଟିଛୁ ଅଜବ ଘଟଣା


ଯେଉଁଥିରେ ରୁକ୍ମିଣୀ ବସନ୍ତ ଏବଂ ଗୁଲସନ ଦେବୈୟା ମଧ୍ୟ ସାମିଲ ଅଛନ୍ତି।ପ୍ରତ୍ୟେକ ଅଭିନେତାଙ୍କ ଉତ୍କୃଷ୍ଟ ଅଭିନୟ ଏହି ଫିଲ୍ମକୁ ଅତି ଚମତ୍କାର କରିଛି। ଫିଲ୍ମର ବଡ଼ ଧରଣର ରୋଜଗାର ମୁଖ୍ୟତଃ ରିଷଭ ଶେଟ୍ଟୀଙ୍କ ଦ୍ୱାରା ହିଁ ହୋଇଛି। ଫିଲ୍ମରେ ଅନେକ ଛୋଟ ଛୋଟ ବିବରଣୀ ମଧ୍ୟ ଅଛି ଯାହା ପ୍ରଶଂସାର ଯୋଗ୍ୟ, ଯେପରିକି ପୃଷ୍ଠଭୂମି ସଙ୍ଗୀତ, ସ୍କ୍ରିନପ୍ଲେ ଏବଂ VFX।“କାନ୍ତାରା ଚାପ୍ଟାର ୧” ପ୍ରଥମ ଦିନରେ ଭାରତରେ ୬୧.୮୫ କୋଟି ଟଙ୍କା ଆୟ କରିଥିଲା। ଦ୍ୱିତୀୟ ଦିନର କଲେକ୍ସନ ୪୬ କୋଟି ଥିଲା, ଯେତେବେଳେ କି ତୃତୀୟ ଦିନରେ ୫୫.୨୫ କୋଟି ସଂଗ୍ରହ କରିଥିଲା।୧୬୩ କୋଟି ଟଙ୍କା ପରେ, ଫିଲ୍ମର ପରବର୍ତ୍ତୀ ଟାର୍ଗେଟ ୩୦୦ କୋଟିରେ ପହଞ୍ଚିସାରିଲାନି ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories

Tollywood | ‘Kantara Chapter 1’ Creates Buzz at Box Office | Argus News | Argus News