Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କପିଲଙ୍କ ସହ ବଲିଉଡର ୪ କଳାକାରଙ୍କୁ ହତ୍ୟା ଧମକ, ପାକିସ୍ତାନରୁ ଧମକପୂର୍ଣ୍ଣ ମେଲ୍ ଆସିଥିବା ସୂଚନା

Entertainment

କପିଲଙ୍କ ସହ ବଲିଉଡର ୪ କଳାକାରଙ୍କୁ ହତ୍ୟା ଧମକ, ପାକିସ୍ତାନରୁ ଧମକପୂର୍ଣ୍ଣ ମେଲ୍ ଆସିଥିବା ସୂଚନା

Sushanta Sahoo
Browse all articles by Sushanta Sahoo
·1 year ago·1 min read
କପିଲଙ୍କ ସହ ବଲିଉଡର ୪ କଳାକାରଙ୍କୁ ହତ୍ୟା ଧମକ, ପାକିସ୍ତାନରୁ ଧମକପୂର୍ଣ୍ଣ ମେଲ୍ ଆସିଥିବା ସୂଚନା

Key Points

ବଲିଉଡର ୪ କଳାକାରଙ୍କୁ ହତ୍ୟା ଧମକ

ପାକିସ୍ତାନରୁ ମେଲ୍ ଆସିଥିବା ସୂଚନା

ଅର୍ଗସ ବ୍ୟୁରୋ: ବଲିଉଡ୍ ସେଲିବ୍ରିଟିଙ୍କୁ ହତ୍ୟା ଧମକ । କମେଡିଆନ୍ ତଥା ଅଭିନେତା କପିଲ ଶର୍ମାଙ୍କ ସହ ଅଭିନେତା ରାଜପାଲ ଯାଦବ, କୋରିଓଗ୍ରାଫର ରେମୋ ଡିସୌଜା ଏବଂ କଣ୍ଠଶିଳ୍ପୀ ତଥା କମେଡିଆନ୍ ସୁଗନ୍ଧା ମିଶ୍ରଙ୍କୁ ଇ-ମେଲ୍ ଯୋଗେ ବୁଧବାର ହତ୍ୟା ଧମକ ମିଳିଛି ।


ଆସିଥିବା ଧମକପୂର୍ଣ୍ଣ ଇ-ମେଲ୍‌ରେ ଲେଖା ଅଛି, 'ଆମେ ଆପଣଙ୍କ ସମସ୍ତ କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖିଛୁ । ଆଉ ଜରୁରୀ ହେଉଛି ଏକ ସମ୍ବେଦନଶୀଳ ମାମଲା ଆପଣଙ୍କ ନଜରକୁ ଆଣିବା । ଏହା କୌଣସି ପବ୍ଲିସିଟି ଷ୍ଟଣ୍ଟ ନୁହେଁ । ଏହି ମେଲ୍ ଗୁପ୍ତ ଏବଂ ଗୁରୁତ୍ଵପୂର୍ଣ୍ଣ ।'


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାକୁ ଅଣଦେଖା କଲେ ଆପଣଙ୍କ ପ୍ରଫେସନାଲ ଜୀବନ ସହ ବ୍ୟକ୍ତିଗତ ଜୀବନ ମଧ୍ୟ ପ୍ରଭାବିତ ହେବ । ଇମେଲର ଜବାବ ଆଗାମୀ ୮ ଘଣ୍ଟାରେ ନ ଦେଲେ ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି ଧମକ ମଧ୍ୟ ଦିଆ ଯାଇଛି । ଧମକପୂର୍ଣ୍ଣ ଇ-ମେଲ୍ ନେଇ ଥାନାରେ ଏତଲା ହୋଇଛି ।


ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି, ଇ-ମେଲ୍‌ଟି ପାକିସ୍ତାନରୁ ଆସିଛି । ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ପୋଲିସ ଅଧିକାରୀ । ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଘରେ ପଶି ଛୁରାମାଡ଼ ହେବାର ମାତ୍ର କେଇ ଦିନ ପରେ ପୁଣି ବଲିଉଡ୍‌ ଅଭିନେତାଙ୍କୁ ହତ୍ୟା ଧମକ ମିଳିଛି ।

Argus Whatsapp Channel Mobile Top
Sponsored
Kapil Sharma, Rajpal Yadav, 2 others get threat mail | Argus News