Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଭଗବାନ ମୋ ବାପାଙ୍କୁ ନେଇଯାଆନ୍ତୁ: କପିଲ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଭଗବାନ ମୋ ବାପାଙ୍କୁ ନେଇଯାଆନ୍ତୁ: କପିଲ

Key Points

ଚର୍ଚ୍ଚାରେ କପିଲ ଶର୍ମା

ନିଜ ବାପାଙ୍କ ବିଷୟରେ ଏଭଳି କିଛି କହି ଚର୍ଚ୍ଚାରେ କପିଲ

କପିଲ ଚାହୁଁଥିଲି ଭଗବାନ ତାଙ୍କ ବାପାଙ୍କୁ ନେଇଯାଆନ୍ତୁ

ସୋସିଆଲ ମିଡିଆରେ ଭାଇରାଲ

ମୁଁ ଚାହୁଁଥିଲି ଭଗବାନ ମୋ ବାପାଙ୍କୁ ନେଇଯାଆନ୍ତୁ...ମୁଁ ତାଙ୍କ ପାଖରେ ଥିଲି... ସେ କେମିତି ଥିଲେ ସବୁ ମୋ ଆଖି ଆଗରେ ଘଟିଛି। ତାଙ୍କର ଏତେ କଷ୍ଟ ମୁଁ ଦେଖିପାରୁନଥିଲି। ଫାଦର୍ସ ଡେ ରେ ଏଭଳି କହି ଚର୍ଚ୍ଚାରେ କପିଲ ଶର୍ମା। ଏଇ ନିକଟରେ ଫାଦର୍ସ ଡେ ଯାଇଛି। ସବୁ ପିଲାମାନେ ତାଙ୍କ ବାପାଙ୍କ ପାଇଁ ଏହି ଦିନକୁ ଅଧିକ ସୁନ୍ଦର କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ସେଲିବ୍ରେସନ କରିଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ମଧ୍ୟ ନିଜ ବାପାଙ୍କର ଫଟୋକୁ ନେଇ ପିଲାମାନେ ପୋଷ୍ଟ କରି ଫାଦର୍ସ ଡେ ପାଳନ କରିଥିଲେ। ଏହି ସମୟରେ ଅନେକ ସେଲିବ୍ରିଟିଙ୍କର ଫଟୋ ମଧ୍ୟ ଭାଇରାଲ ହେଉଥିଲା।


କମେଡି କିଙ୍ଗ କପିଲ ଶର୍ମାଙ୍କର ଏଭଳି କିଛି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଦେଇଛି। କି କପିଲ ଶର୍ମା ଏମିତି କେମିତି କହିପାରିଲେ। ପ୍ରକୃତରେ ଘଟଣାକ୍ରମ କିଛି ଏପରି ଥିଲା... କପିଲ ଶର୍ମା ତାଙ୍କ ରିଲ ହେଉ କି ରିୟଲ ଲାଇଫ ହେଉ, ସେ ସର୍ବଦା ଚର୍ଚ୍ଚାରେ ଥାନ୍ତି। କପିଲ ଖୁବ୍‌ଶୀଘ୍ର ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ଏହା ସହିତ ତାଙ୍କର ଶୋ’ ‘ଦ ଗ୍ରେଟ୍‌ ଇଣ୍ଡିଆନ କପିଲ ଶୋ’ ମଧ୍ୟ ଖୁବ୍‌ ଶୀଘ୍ର ନେଟ୍‌ଫ୍ଲିକ୍ସରେ ଷ୍ଟ୍ରିମ୍‌ ହେବ। କପିଲଙ୍କ ଶୋ’ ‘ଦ ଗ୍ରେଟ୍‌ ଇଣ୍ଡିଆନ କପିଲ ଶୋ’ ପାଇଁ ମଧ୍ୟ ତାଙ୍କ କ୍ରେଜ କହିଲେ ନସରେ । ଏକ ସାକ୍ଷାତକାରରେ କପିଲ ତାଙ୍କ ପିତାଙ୍କୁ ମନେ ପକାଇଥିଲେ। ଏହି ସମୟରେ କପିଲ ଏକ ଆଶ୍ଚର୍ଯ୍ୟଜନକ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ସେ ତାଙ୍କ ପିତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରୁଥିଲେ। କପିଲ କହିଥିଲେ, ମୁଁ ମୋ ବାପାଙ୍କ ସହିତ ବହୁତ କମ୍‌ ସମୟ ବିତାଇଛି, କିନ୍ତୁ ଶେଷ ଦିନରେ ମୁଁ ତାଙ୍କ ସହିତ ଥିଲି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତାଙ୍କର ଏମସରେ କ୍ୟାନସର ରୋଗର ଚିକିତ୍ସା ହୋଇଥିଲା। ତା’ପରେ ବାପା ଯନ୍ତ୍ରଣାରେ କାନ୍ଦୁଥିଲେ। ଏହା ଦେଖି ମୁଁ ଡରିଯାଉଥିଲି। ଏପରି ପରିସ୍ଥିତିରେ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲି ଯେ, ତାଙ୍କୁ ତାଙ୍କ ପାଖକୁ ଡାକି ନିଅନ୍ତୁ। କିନ୍ତୁ ସେତେବେଳେ ମୁଁ ଜାଣି ନଥିଲି ଯେ, ବାପା ବିନା ଜୀବନ କେତେ କଷ୍ଟକର। ବାପା...ପ୍ରତ୍ୟେକ ପିଲାମାନଙ୍କ ପାଇଁ ସେ ହେଉଛନ୍ତି ତାଙ୍କ ହିରୋ। ବାପା ! ଏଇ ନାଁ ଟି ସହ ଆମର ପିଲାବେଳରୁ ହିଁ ସମ୍ପର୍କ ରହିଛି। ପିଲାବେଳୁ ଆଜି ଯାଏଁ ଯାହାଙ୍କ ସାହାରାରେ ଆମେ ବାଟ ଚାଲି ଆସିଛେ, ଯାହାଙ୍କ ଆଦର୍ଶ ଆମକୁ ଆଗକୁ ବଢିବାକୁ ସାହସ ଦେଇଥାଏ, ଯାହାଙ୍କ ପ୍ରତି କଥାରେ ଭରି ରହିଥାଏ ଆମ ପାଇଁ ଚିନ୍ତା ସେହି ମହାନ ମଣିଷ ଜଣଙ୍କ ହେଉଛନ୍ତି ବାପା। ଆଉ କପିଲ ଏଭଳି କିଛି କହି ଏବେ ଚର୍ଚ୍ଚାରେ।


କପିଲ ଶର୍ମା ଆଜି କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ। କିନ୍ତୁ ଏହି ସଫଳତା ପାଇଁ ସେ ବହୁତ ସଂଘର୍ଷ କରିଛନ୍ତି। ସେ ତାଙ୍କ ସାକ୍ଷାତକାରରେ ଏହା ଅନେକ ଥର ଉଲ୍ଲେଖ କରିଛନ୍ତି। ଦାରିଦ୍ର୍ୟରେ ପିଲାଦିନ ବିତାଇଥିବା କପିଲ ଶର୍ମା ଆଜି କୋଟି କୋଟି ଟଙ୍କାର ମାଲିକ। ତାଙ୍କର ସମ୍ପତ୍ତି ପ୍ରାୟ ୩୦୦ କୋଟି ଟଙ୍କା। ତାଙ୍କର ମୁମ୍ବାଇ ଏବଂ ପଞ୍ଜାବରେ ଏକ ବିଳାସପୂର୍ଣ୍ଣ ଘର ମଧ୍ୟ ଅଛି।


Sponsored
kapil-sharma-seeing-my-daddy-suffer-in-his-last-days-i-prayed-to-god-to-take-him | Argus News