Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

'ଦ କପିଲ ଶର୍ମା ଶୋ'ରେ କାମ କରିଥିବା ଫଟୋଗ୍ରାଫର ଦାସ ଦାଦାଙ୍କ ଦେହାନ୍ତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
'ଦ କପିଲ ଶର୍ମା ଶୋ'ରେ କାମ କରିଥିବା ଫଟୋଗ୍ରାଫର ଦାସ ଦାଦାଙ୍କ ଦେହାନ୍ତ

Key Points

ଆଉ ନାହାନ୍ତି 'ଦ କପିଲ ଶର୍ମା ଶୋ'ରେ କାମ କରିଥିବା ଫଟୋଗ୍ରାଫର ଦାସ ଦାଦା

ଆଉ ନାହାନ୍ତି 'ଦ କପିଲ ଶର୍ମା ଶୋ'ରେ କାମ କରିଥିବା ଫଟୋଗ୍ରାଫର ଦାସ ।ଦାସ ଦାଦାଙ୍କୁ ଆପଣମାନେ ସମସ୍ତେ ଜାଣିଥିବେ ଏବଂ କପିଲ ଶର୍ମା ଶୋରେ ନିଶ୍ଚୟ ଦେଖିଥିବେ। ତାଙ୍କ ମୃତ୍ୟୁ ଖବର କପିଲ ଶର୍ମାଙ୍କ ଟିମ୍ ସୂଚନା ଦେଇଛନ୍ତି । ପୋଷ୍ଟରେ କୁହାଯାଇଛି ଯେ ଦାସ ଦାଦା ଦୁନିଆ ଛାଡିବା ପରେ ବହୁତ ମନେପଡିବେ । ଅଭିନେତା କିକୁ ଶାରଦା ମଧ୍ୟ ଫଟୋଗ୍ରାଫରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। କପିଲ ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। କପିଲ ଶର୍ମା ଶୋ’ ଆରମ୍ଭ ହେବା ଦିନ ଠାରୁ ଅଗଣିତ ସୁନ୍ଦର ମୁହୂର୍ତ୍ତ ଗୁଡ଼ିକୁ କଏଦ କରିଥିବା ଜଣେ ସୁନ୍ଦର ଆତ୍ମା। ସେ କେବଳ ଜଣେ ଫଟୋଗ୍ରାଫର ନଥିଲେ ବରଂ ଆମର ପରିବାର ଥିଲେ। ସେ ସବୁବେଳେ ହସୁଥିଲେ, ଦୟାଳୁ ଥିଲେ ଏବଂ ସବୁବେଳେ ଆମ ପାଇଁ ଉପସ୍ଥିତ ରହୁଥିଲେ। ଦାସ ଦାଦାଙ୍କ ଭିଡିଓ ସେୟାର କରିବା ସମୟରେ, କପିଲ ଶର୍ମାଙ୍କ ଟିମ୍ ଲେଖିଛନ୍ତି, 'ଆଜି ମୋର ହୃଦୟ ବହୁତ ଭାରୀ।' ଆମେ ଦାସ ଦାଦାଙ୍କୁ ହରାଇଛୁ।

'ଦ କପିଲ ଶର୍ମା ଶୋ'ରେ କାମ କରିଥିବା ଫଟୋଗ୍ରାଫର ହେଉଛନ୍ତି ଦାସ ଦାଦା। କପିଲ ଅନେକ ଥର ଶୋରେ ଦାସ ଦାଦାଙ୍କୁ ନେଇ ମଜାକ କରୁଥିଲେ। ପୋଷ୍ଟରେ ଆହୁରି ଲେଖାଯାଇଛି, 'ତାଙ୍କର ଉପସ୍ଥିତି ଆମକୁ ଆଲୋକ ଏବଂ ନମ୍ରତା ମିଳିଥିଲା । ଆମ ସହ ବିତାଇଥିଲା ସବୁ ମହୁର୍ତ୍ତ ସବୁବେଳ ପାଇଁ ସତେଜ ହୋଇ ରହିବ । ତୁମକୁ କେତେ ମନେ ପକାଇବୁ ତାହା ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ, ଦାଦା। ଭଗବାନ ତୁମର ଆତ୍ମାକୁ ଶାନ୍ତି ଦିଅନ୍ତୁ। ତୁମର ସ୍ମୃତି ପ୍ରତ୍ୟେକ ଫ୍ରେମ ଏବଂ ପ୍ରତ୍ୟେକ ହୃଦୟରେ ଜୀବିତ ରହିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଭିନେତା କିକୁ ଶାରଦା ତାଙ୍କ ଇନଷ୍ଟା ଷ୍ଟୋରୀରେ ଏହି ପୋଷ୍ଟ ସେୟାର କରି ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଥିଲେ, 'ଆମେ ତୁମକୁ ମନେ ପକାଇବୁ ଦାସ ଦାଦା।'

Sponsored
kapil-sharma-show-das-dada-passes-away-comedian-his-team-mourning | Argus News