ଫିଟ୍ ନା ଅସୁସ୍ଥ ଅଛନ୍ତି କମେଡି କିଙ୍ଗ

କମେଡି କିଙ୍ଗ କପିଲ ଶର୍ମା। ଘରେ ଘରେ ପରିଚିତ। ନିଜ କମେଡି ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା କପିଲ କେଉଁ ଏକ ବଡ ରୋଗରେ ପୀଡିତ ଥିବା ଜଣାପଡିଛି। ଏକଥା ଆମେ ଏଥିପାଇଁ କହୁଛୁ କି ଏୟାର ପୋର୍ଟରେ ନଜର ଆସିଥିଲେ କପିଲ। ତାଙ୍କୁ ଦେଖି ଚିହ୍ନିପାରିଲେନି ଫ୍ୟାନ୍ସ। ଯାହାକୁ ନେଇ ଖ୍ୟାତନାମା କମେଡିଆନ୍ ତଥା ଅଭିନେତା କପିଲ ଶର୍ମା ପୁଣି ଚର୍ଚ୍ଚାରେ। ସେ ବି ନିଜର ଚେହେରାକୁ ନେଇ।
କପିଲ ପୂର୍ବରୁ ସ୍ବାସ୍ଥ୍ୟବାନ ଥିଲେ। ହେଲେ ଏବେ ସେ ଓଜନ ହ୍ରାସ କରିବା ନେଇ ଔଷଧ ଖାଇଥିବା କୁହାଯାଉଛି। ପୂର୍ବରୁ ରାମ କପୁର ଏବଂ କରନ୍ ଜୋହରଙ୍କ ଉପରେ ମଧ୍ୟ ଏଭଳି ଆରୋପ ଲାଗିଛି। ତେବେ ନିକଟରେ କପିଲ ବିମାନବନ୍ଦରରେ ନଜର ଆସିଥିଲେ। ସେ ଗ୍ରେ ରଙ୍ଗର ପୋଷାକ ପିନ୍ଧିଥିଲେ। ଯିଏ ବି ତାଙ୍କୁ ଦେଖୁଥିଲା ଚକିତ ହୋଇଥିଲା।
କାରଣ କପିଲ ବେଶ ପତଳା ନଜର ଆସୁଛନ୍ତି। ଅନେକ ତାଙ୍କୁ ଫିଟ୍ ହୋଇ ଯାଇଥିବା କହୁଥିବା ବେଳେ କିଛି ଅସୁସ୍ଥତା ନେଇ ଚିନ୍ତା ପ୍ରକଟ କରିଛନ୍ତି। କିନ୍ତୁ ତାଙ୍କର କଣ ହୋଇଛି ତାହା ଜଣାପଡିନଥିବାବେଳେ ସେ ନିଜେ ମଧ୍ୟ କିଛି ପ୍ରକାଶ କରିନାହିଁ।