Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

କପିଲଙ୍କ ଶୋ'କୁ କିକୁ ସାରଦାଙ୍କ ବାଏ ବାଏ

Banajyotshna Ray
Browse all articles by Banajyotshna Ray
·10 months ago·2 min read
କପିଲଙ୍କ ଶୋ'କୁ କିକୁ ସାରଦାଙ୍କ ବାଏ ବାଏ

Key Points

କପିଲଙ୍କ ଶୋ’କୁ କିକୁ କଲେ ବାଏ ବାଏ

କୃଷ୍ଣା ଅଭିଷେକଙ୍କ ସହ ଝଗଡ଼ା ପାଇଁ ଛାଡ଼ିଦେଲେ ଶୋ'

ସୋସିଆଲ ମିଡିଆରେ ପ୍ରକାଶ ପାଉଛି ଭିନ୍ନ ଭିନ୍ନ ମତ

ଶୋ' ଛାଡ଼ିଲେ କିକୁ ସାରଦା। କପିଲଙ୍କ ଶୋ' ଛାଡ଼ିବା ପରେ ଚର୍ଚ୍ଚା ଚୋର ଧରିଛି। କାହିଁକି କପିଲଙ୍କ ଶୋ' ଛାଡ଼ିଲେ କିକୁ ତାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ। ଝିଅ ବେଶରେ ଦର୍ଶକଙ୍କୁ ହସଉଥିବା କିକୁ ସାରଦା କପିଲଙ୍କ ଶୋକୁ କଲେ ବାଏ ବାଏ। ଗୁରୁବାର ଦିନ, ଇନ୍‌ଷ୍ଟାଗ୍ରାମରେ ତାଙ୍କର କେହି ଶୋ'ର ଜଣେ ବ୍ୟକ୍ତି ସୂଚନା ଦେଇ କହିଛନ୍ତି ଯେ, କିକୁ କପିଲ ଶର୍ମାଙ୍କ ନେଟଫ୍ଲିକ୍ସ ଶୋକୁ ଛାଡି ଦେଇଛନ୍ତି।କିକୁ ଶାରଦା ବର୍ଷ ବର୍ଷ ଧରି କପିଲ ଶର୍ମାଙ୍କ ସହ କାମ କରୁଛନ୍ତି। କିନ୍ତୁ, ଏବେ ଏପରି ଲାଗୁଛି ଯେ ସେ କପିଲ ଶର୍ମାଙ୍କ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ରୁ ନିଜକୁ ଦୂରେଇ ରଖିବାକୁ ସେ ନିଷ୍ପତ୍ତି ନେଇଛନ୍ତି।


କୁହାଯାଉଛି କି କୃ‌ଷ୍ଣା ଅଭିଷେକଙ୍କ ସହ ମତାନ୍ତର ପାଇଁ ଶୋ’ ଛାଡ଼ିଥିବା ଚର୍ଚ୍ଚା।କିକୁ କପିଲ ଶର୍ମାଙ୍କ ଶୋ ଛାଡିବା ଖବରକୁ ନିଶ୍ଚିତ କରି ନଥିଲେ ମଧ୍ୟ, ତାଙ୍କ ସହ-ଅଭିନେତା କୃଷ୍ଣ ଅଭିଷେକଙ୍କ ସହ ସେଟରେ ତାଙ୍କର ଯୁକ୍ତିତର୍କ ହେବାର କିଛି ଦିନ ପରେ ଏଭଳି ଖବର ଆସିଛି। କିକୁ ଏବଂ କୃଷ୍ଣାଙ୍କ ଝଗଡ଼ାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଉଭୟଙ୍କ ଭିତରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି। କିକୁ ଶାରଦା ନେଟଫ୍ଲିକ୍ସରେ ପ୍ରସାରିତ କପିଲ ଶର୍ମାଙ୍କ ଲୋକପ୍ରିୟ କମେଡି ଶୋ, ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ’ର ଜଣେ ପ୍ରମୁଖ ସଦସ୍ୟ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ବହୁ ବର୍ଷ ଧରି କପିଲ ଶର୍ମାଙ୍କ ସହିତ ଜଡିତ ଅଛନ୍ତି ଏବଂ ତାଙ୍କ କମେଡି ସହ ତାଙ୍କ ଅଭିନୟ ଦର୍ଶକଙ୍କ ମନ କିଣେ। ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ କି କେଉଁ କାରଣ ପାଇଁ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା। ଅନ୍ୟପଟେ କୁହାଯାଉଛି କି, କିକୁ ଶାରଦା ଏକ ନୂତନ ରିଆଲିଟି ଶୋ ‘ରାଇଜ୍ ଆଣ୍ଡ ଫଲ୍‌’ ପାଇଁ ସାଇନ୍ କରିଛନ୍ତି। ଯାହା ଖୁବ୍ ଶୀଘ୍ର ଆମାଜନ ଏମ୍‌ଏକ୍ସ ପ୍ଲେୟାରରେ ଷ୍ଟ୍ରିମ୍ ହେବ ଏବଂ ଏହାକୁ ଅଶନୀର ଗ୍ରୋଭର ହୋଷ୍ଟ କରିବେ। ଏହି କାରଣରୁ କିକୁ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶର୍ମା ଶୋ’ ଛାଡିଥିବା ଜଣାପଡ଼ିଛି।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Sponsored
Kiku Sharda Quits Kapil Sharma's Show | Argus News | Argus News