Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ପରେ ଚିନ୍ତାରେ କରୀନା

Ritu Das
Browse all articles by Ritu Das
·1 year ago·2 min read
ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ପରେ ଚିନ୍ତାରେ କରୀନା

ଅର୍ଗସ ବ୍ୟୁରୋ: ବଲିଉଡ୍ ସୁପରଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ପରେ ଚିନ୍ତିତ ହୋଇପଡିଛନ୍ତି ପତ୍ନୀ କରୀନା କପୁର। ଆକ୍ରମଣ ପରେ ସେ ବିବ୍ରତ ହୋଇ ଘର ବାହାରେ ବୁଲୁଥିବାର ନଜର ଆସିଛି। ସୈଫଙ୍କ ଘର ଭିତରେ ପଶି ଦୁର୍ବୃତ୍ତ ଏପରି କାଣ୍ଡ କରିବା ପରେ କରୀନା ବିଚଳିତ ହେବା ଏକ ସ୍ୱାଭାବିକ କଥା। କୁହାଯାଉଛି ଯେ, ଆକ୍ରମଣ ସମୟରେ କରୀନା ଘରେ ନଥିଲେ। ସେ ତାଙ୍କ ଭଉଣୀ କରିସ୍ମା କପୁର ଓ ଘନିଷ୍ଠ ବନ୍ଧୁ ସୋମନ ଏବଂ ରିୟାଙ୍କ ସହ ଥିଲେ। ଖବର ପାଇ ସେ ଘରକୁ ଆସିଥିଲେ। ତେବେ ସେ ଯାହା ହେଉନା କାହିଁକି ଜଣେ ଏତେ ବଡ ସେଲିବ୍ରିଟିଙ୍କ ଘରେ ପଶି ଆକ୍ରମଣ କରି ସେଠାରୁ ସୁରକ୍ଷିତ ଭାବରେ ଖସିଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଡକାୟତି ଉଦ୍ଦେଶ୍ୟରେ ଆସିଥିବା ଏହି ଦୁର୍ବୃତ୍ତ ସୈଫଙ୍କ ସହ ଝଗଡା କରିଥିଲେ। ଯେଉଁଥିରେ ଅଭିନେତା ଜଣଙ୍କ ଲୁଟେରାଙ୍କ ଛୁରା ମାଡର ଶିକାର ହେଲେ ।


ଏପରିକି ତାଙ୍କ ଦେହରେ ୬ଟି ସ୍ଥାନରେ ଛୁରା ମାଡ ହୋଇଥିବା ଜଣାପଡିଛି। ତାଙ୍କ ବେକରେ ଏବଂ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଛି। ପରେ ତାଙ୍କୁ ଭୋର ତିନିଟା ସମୟରେ ଆହତ ଅବସ୍ଥାରେ ଲୀଳାବତୀ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲ ପକ୍ଷରୁ ଯାହା କୁହାଯାଉଛି ଛଅଟି କ୍ଷତ ମଧ୍ୟରୁ ଦୁଇଟି ଅତି ଗଭୀର। ଡ଼ାକ୍ତରମାନେ ମଧ୍ୟ ସମସ୍ତ ପ୍ରକାର ଚିକିତ୍ସା ଚଳାଇଛନ୍ତି। ଗୁରୁବାର ରାତି ୨.୩୦ରୁ ୩ଟା ମଧ୍ୟରେ ଅଭିନେତାଙ୍କ ବାନ୍ଦ୍ରା ସ୍ଥିତ ଆବାସରେ ଦୁର୍ବୃତ୍ତ ଚୋରି ଉଦ୍ୟମ କରିଥିଲେ। ଏହି ସମୟରେ ସୈଫ ସାମ୍ନାକୁ ଆସିବାରୁ ସେ ଛୁରାମାଡ଼ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅଭିନେତାଙ୍କୁ ନେଇ ଇବ୍ରାହିମ୍‌ ଅଟୋ ରିକ୍ସାରେ ଡାକ୍ତରଖାନାରେ ପହଞ୍ଚିଥିଲେ। କାରଣ ତାଙ୍କୁ କୌଣସି ଗାଡ଼ି ମିଳି ନ ଥିଲା। ପରେ ସୈଫଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା। ସୈଫ ଏବେ ସୁରକ୍ଷିତ ଅଛନ୍ତି। ତାଙ୍କର ସର୍ଜରୀ ଶେଷ ହୋଇଛି। ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଏହାସହ କରୀନା କପୁର ମଧ୍ୟ ହସ୍ପିଟାଲରେ ପହଞ୍ଚିଛନ୍ତି। ସୈଫଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରି ସେଠାରୁ ଖସିଯିବାରେ ସଫଳ ହୋଇଛି ଡକାୟତ। ଏତେ ସିକ୍ୟୁରିଟି ଥିବା ସତ୍ତ୍ୱେ ମଧ୍ୟ ଦୁର୍ବୁତ୍ତ ଜଣଙ୍କ କିପରି ଘରେ ପଶିଲା। ଆଉ ଖସିଯିବାରେ କିପରି ସଫଳ ହେଲା। ଏହାକୁ କେନ୍ଦ୍ରକରି ପୋଲିସ ସୈଫଙ୍କ ତିନିଜଣ କର୍ମଚାରୀଙ୍କୁ ଅଟକ ରଖିବା ସହ, ଅପରାଧୀକୁ ଧରିବାରେ ସଫଳ ହୋଇଛି ପୋଲିସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
Kareena Kapoor Khan worried after attack on Saif Ali Khan | Argus News