|
logo
Live

Argus News - କରୀନାଙ୍କ ଖୁଲାସା , ୨ ମାସ ଧରି ଶାହିଦଙ୍କର କରୁଥିଲେ ପିଛା ....

Entertainment

କରୀନାଙ୍କ ଖୁଲାସା , ୨ ମାସ ଧରି ଶାହିଦଙ୍କର କରୁଥିଲେ ପିଛା ....

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
କରୀନାଙ୍କ ଖୁଲାସା , ୨ ମାସ ଧରି ଶାହିଦଙ୍କର କରୁଥିଲେ ପିଛା ....

Key Points

ସ୍କ୍ରିନରେ ନିଜର ପ୍ରେମ କାହାଣୀ ବିଷୟରେ ଶେୟାର କରିଛନ୍ତି କରୀନା କପ୍ପୁର । କଫି ଉଇଥ କରନର ଫାଷ୍ଟ ସିଜିନରେ କରୀନା କପ୍ପୁର ଶାହିଦ ଏବଂ ନିଜର ଲଭ ଷ୍ଟୋରୀର ଖୁଲାସା କରିଥିଲେ । କରନ ମଜାଦାର ଭାବେ ବେବୋଙ୍କୁ ପଚାରିଥିଲେ, ତୁମେ ଶାହିଦଙ୍କୁ ଦେଖୁଛ କି ?

ବଲିଉଡର ୯୦ ଦଶକର ପ୍ରେମୀଯୁଗଳଙ୍କ ପ୍ରେମକାହାଣୀ ପ୍ରାୟ ସମସ୍ତଙ୍କୁ ଜଣା । କିଏ କିଏ ନିଜ ପ୍ରେମକୁ ସଫଳ କରିପାରିଛନ୍ତି, ତ କାହାର ଅଧାରେ ରହିଯାଇଛି । କିଛି ଯୋଡି ରିୟଲ ଲାଇଫରେ ଏକାଠି ହୋଇପାରିନଥିଲେ ମଧ୍ୟ ଦର୍ଶକ ତାଙ୍କ ଯୋଡିକୁ ଆଜି ବି ବେଶ ପସନ୍ଦ କରନ୍ତି । ସେ ଭିତରେ ଏକ ଫେମସ ଯୋଡି ଶାହିଦ କରୀନା । ତାଙ୍କୁ ଆଇଟି କପଲ ବୋଲି କୁହାଯାଉଥିଲା ।

ତେବେ ସ୍କ୍ରିନରେ ନିଜର ପ୍ରେମ କାହାଣୀ ବିଷୟରେ ଶେୟାର କରିଛନ୍ତି କରୀନା କପ୍ପୁର । କଫି ଉଇଥ କରନର ଫାଷ୍ଟ ସିଜିନରେ କରୀନା କପ୍ପୁର ଶାହିଦ ଏବଂ ନିଜର ଲଭ ଷ୍ଟୋରୀର ଖୁଲାସା କରିଥିଲେ । କରନ ମଜାଦାର ଭାବେ ବେବୋଙ୍କୁ ପଚାରିଥିଲେ, ତୁମେ ଶାହିଦଙ୍କୁ ଦେଖୁଛ କି ?..କରୀନା ମଧ୍ୟ ଖୁସିରେ ଉତ୍ତର ଦେଇଥିଲେ, ଶାହିଦ ମୋ ଜୀବନରେ ଜଣେ ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭେଇଥିଲେ । ତୁମେ ମୋ ମୁହଁରେ ଯେଉଁ ହସ ଦେଖୁଛ, ସେ ହସ ଶାହିଦ ମୋ ମୁହଁରେ ଆଣିଥିଲେ । ସେଥିପାଇଁ ସେ ମୋ ଜୀବନରେ ଜଣେ ସ୍ଵତନ୍ତ୍ର ବ୍ୟକ୍ତି ।

'କଫି ଉଇଥ କରନ' ସିଜିନ ୨ରେ କରୀନା ଏବଂ ଶାହିଦ ୨ ଜଣ ଉପସ୍ଥିତ ଥିଲେ । ଏଥିରେ କରୀନାଙ୍କୁ କରନ ପଚାରିଥିଲେ, ଏହି ପ୍ରେମ କାହାଣୀ କିପରି ଆରମ୍ଭ ହୋଇଥିଲା । ଉତ୍ତରରେ କରୀନା କହିଥିଲେ , ସମସ୍ତେ ଭାବନ୍ତି , ଶାହିଦ ହିଁ ମତେ ପ୍ରପୋଜ କରିଥିବେ । କିନ୍ତୁ ଏହା ସମ୍ପୁର୍ଣ୍ଣ ବିପରୀତ । ପ୍ରକୃତରେ କରୀନା ହିଁ ଶାହିଦଙ୍କ ପଛରେ ପଡିଥିଲେ । ତାଙ୍କୁ ଲଗାତାର ଫୋନ ଏବଂ ମେସେଜ କରୁଥିଲେ । ପାଖାପାଖି ୨ ମାସ ସେ ଶାହିଦଙ୍କ ପିଛା କରିଥିଲେ । ଶାହିଦ ଟିକେ ଲାଜକୁଳା ସ୍ଵଭାବର ଥିଲେ। ପରେ ଦୁହେଁ ଭେଟ ହୋଇଥିଲେ । ଏବଂ ସବୁକିଛି ଆରମ୍ଭ ହୋଇଥିଲା । ଏହିପରି ଭାବେ ସେ ସମ୍ପର୍କକୁ ଆଗକୁ ବଢାଇଥିଲେ ।

ପରେ ଉଭୟ ଅଲଗା ହୋଇ ଯାଇଥିଲେ । କରୀନା ୨୦୧୨ରେ ସୈଫ ଅଲ୍ଲୀ ଖାନଙ୍କୁ ବିବାହ କରିଥିଲେ ଏବଂ ଶାହିଦ ମୀରା ରାଜପୁତଙ୍କୁ ୨୦୧୫ରେ ବିବାହ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କରୀନାଙ୍କ ଖୁଲାସା , ୨ ମାସ ଧରି ଶାହିଦଙ୍କର କରୁଥିଲେ ପିଛା .... | Argus News