Videos
|
Entertainment

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ବଲିଉଡ୍ ଅଭିନେତ୍ରୀ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ବଲିଉଡ୍ ଅଭିନେତ୍ରୀ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Key Points

ମୁମ୍ବାଇ ଲୋକାଲ ଟ୍ରେନ୍‌ରୁ ଡେଇଁ ପଡ଼ିବା ପରେ କରିସ୍ମାଙ୍କ ଶରୀରରେ ଗଭୀର ଆଘାତ ଲାଗିଛି । ଏବେ ସେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । କରିସ୍ମାଙ୍କ ମୁଣ୍ଡରେ କ୍ଷତ ହୋଇଛି ।

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରିସ୍ମା ଶର୍ମା ଗୁରୁତର । ମୁମ୍ବାଇ ଲୋକାଲ ଟ୍ରେନ୍‌ରୁ ଡେଇଁ ପଡ଼ିବା ପରେ କରିସ୍ମାଙ୍କ ଶରୀରରେ ଗଭୀର ଆଘାତ ଲାଗିଛି । ଏବେ ସେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । କରିସ୍ମାଙ୍କ ମୁଣ୍ଡରେ କ୍ଷତ ହୋଇଛି । ରାଗିଣୀ MMS ରିଟର୍ଣ୍ଣ ଓ ପ୍ୟାର କା ପଞ୍ଚନାମା ଭଳି ଫିଲ୍ମରେ କାମ କରିଥିବା କରିସ୍ମା କାହିଁକି ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ । ନିଜେ ସେ ତା'ର ଖୁଲାସା କରିଛନ୍ତି ।


ସୋସିଆଲ୍ ମିଡିଆରେ କରିସ୍ମା ଷ୍ଟାଟସ୍ ଦେଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, ସୁଟିଂ ପାଇଁ ବିଳମ୍ବ ହେଉଥିବାରୁ ସେ ତାଙ୍କ ସାଥୀମାନଙ୍କ ସହ ଲୋକାଲ୍ ଟ୍ରେନ୍‌ରେ ଚର୍ଚ୍ଚଗେଟ୍ ଯିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଟ୍ରେନ୍‌ରେ ଚଢ଼ିବା ମାତ୍ରେ ବେଗ ବଢ଼ି ଯାଇଥିଲା । ଫଳରେ କରିସ୍ମାଙ୍କ ବନ୍ଧୁ ପଛରେ ରହି ଯାଇଥିଲେ ।


ଆଉ ସାଥୀମାନେ ଟ୍ରେନ୍‌ରେ ଚଢ଼ି ପାରିନଥିବାରୁ ଡରରେ ଚଳନ୍ତା ଟ୍ରେନ୍‌ରୁ କରିସ୍ମା ଡେଇଁ ପଡ଼ିଥିଲେ । ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏବେ ହସ୍ପିଟାଲରେ କରିସ୍ମାଙ୍କ ଚିକିତ୍ସା କରାଯାଉଛି । ଏନେଇ ଅଭିନେତ୍ରୀ କରିସ୍ମା ଲାଲ୍ ଶର୍ମା ତାଙ୍କ ଇନଷ୍ଟାଗ୍ରାମରେ ଷ୍ଟାଟସ୍ ଦେଇ ସମସ୍ତଙ୍କୁ ଅବଗତ କରିଛନ୍ତି ।


କରିସ୍ମା ଲେଖିଛନ୍ତି, ଚର୍ଚ୍ଚ ଗେଟ୍ ଯାଉଥିବା ବେଳେ ସେ ଶାଢ଼ୀ ପିନ୍ଧିଥିଲେ । ଟ୍ରେନ୍‌ରୁ ଡେଇଁବା ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ଶରୀରରେ ବି କ୍ଷତ ହୋଇଛି । ଡାକ୍ତର MRI କରିବା ଲାଗି ପରାମର୍ଶ ଦେଇଛନ୍ତି । ଏବେ ଡାକ୍ତର କରିସ୍ମାଙ୍କୁ ଗୋଟିଏ ଦିନ ପାଇଁ ନିରୀକ୍ଷଣରେ ରଖିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: